ସମିତି ସଭ୍ୟ କେଦାର ଦାସ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ସୁପାରୀ କିଲର କରିଥିଲେ ହତ୍ୟା

ଯାଜପୁର: ନିଜାମପୁର ସମିତି ସଭ୍ୟ କେଦାର ଦାସ ହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି ପୋଲିସ। ସୁପାରୀ କିଲର ଜରିଆରେ କେଦାରଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଛନ୍ତି। ଏହି ଘଟଣାରେ ପ୍ରଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆଜି ଏକ ପ୍ରେସ୍‌ମିଟ୍‌ରେ ଯାଜପୁର ଏସ୍‌ପି ଚରଣ ସିଂ ମୀନା କହିଛନ୍ତି- “ପଞ୍ଚାୟତ ନିର୍ବାଚନରେ ପରାଜିତ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ୱାମୀ ପ୍ରଶାନ୍ତ ନାୟକ ସୁପାରୀ କିଲର ଲଗାଇ ଏହି ହତ୍ୟା କରାଇଥିଲେ। ନିର୍ବାଚନ ବେଳେ ପ୍ରଶାନ୍ତ […]

jajpur

jajpur

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 02:28 PM IST

Sports

Latest News

ଯାଜପୁର: ନିଜାମପୁର ସମିତି ସଭ୍ୟ କେଦାର ଦାସ ହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି ପୋଲିସ। ସୁପାରୀ କିଲର ଜରିଆରେ କେଦାରଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଛନ୍ତି। ଏହି ଘଟଣାରେ ପ୍ରଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଆଜି ଏକ ପ୍ରେସ୍‌ମିଟ୍‌ରେ ଯାଜପୁର ଏସ୍‌ପି ଚରଣ ସିଂ ମୀନା କହିଛନ୍ତି- “ପଞ୍ଚାୟତ ନିର୍ବାଚନରେ ପରାଜିତ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ୱାମୀ ପ୍ରଶାନ୍ତ ନାୟକ ସୁପାରୀ କିଲର ଲଗାଇ ଏହି ହତ୍ୟା କରାଇଥିଲେ। ନିର୍ବାଚନ ବେଳେ ପ୍ରଶାନ୍ତ ପତ୍ନୀଙ୍କୁ ଜିତାଇବା ପାଇଁ କେଦାରଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ। ନିର୍ବାଚନରେ ପ୍ରଶାନ୍ତଙ୍କ ପତ୍ନୀ ହାରିଯିବା ପରେ ସେ କେଦାରଙ୍କୁ ଟଙ୍କା ଫେରାବାକୁ କହିଥିଲେ। ହେଲେ କେଦାର ଟଙ୍କା ଫେରାଇ ନଥିଲେ। ତେଣୁ ସେ ସୁପାରୀ କିଲର୍ ଜରିଆରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos