ପୁଣି ଡରାଇଲା କରୋନା, ରେଳ ଷ୍ଟେସନରେ ହେବ ସ୍କ୍ରିନିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଲେଉଟାଣୀକୁ ରାଜ୍ୟରେ ଛନକା ପଶିଛି। ସେଥିପାଇଁ ସ୍କ୍ରିନିଂକୁ ଜୋରଦାର କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବେଶୀ ନଜର ରଖାଯାଇଛି। ଭୟକୁ ଦେଖି ପୂର୍ବରୁ ଏୟାରପୋର୍ଟରେ ସ୍କ୍ରିନିଂ ଡେସ୍କ ଥିଲା। ଏବେ ଷ୍ଟେସନରେ ହେବ। ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ। ଲକ୍ଷଣ ଦେଖାଯିବା ସଙ୍ଗେସଙ୍ଗେ ଆଣ୍ଟିଜେନ ଟେଷ୍ଟ ସେହି ଠାରେ କରାଯିବ। ରେଳ ଷ୍ଟେସନର […]

coroba

coroba

Manoranjan Sial
  • Published: Friday, 26 February 2021
  • Updated: 26 February 2021, 04:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଲେଉଟାଣୀକୁ ରାଜ୍ୟରେ ଛନକା ପଶିଛି। ସେଥିପାଇଁ ସ୍କ୍ରିନିଂକୁ ଜୋରଦାର କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବେଶୀ ନଜର ରଖାଯାଇଛି। ଭୟକୁ ଦେଖି ପୂର୍ବରୁ ଏୟାରପୋର୍ଟରେ ସ୍କ୍ରିନିଂ ଡେସ୍କ ଥିଲା। ଏବେ ଷ୍ଟେସନରେ ହେବ। ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ। ଲକ୍ଷଣ ଦେଖାଯିବା ସଙ୍ଗେସଙ୍ଗେ ଆଣ୍ଟିଜେନ ଟେଷ୍ଟ ସେହି ଠାରେ କରାଯିବ। ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ରେ କରାଯିବ ସ୍କ୍ରିନିଂ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ। ତେବେ ବସ ଷ୍ଟାଣ୍ଡରେ ସ୍କ୍ରିନିଂ ଡେସ୍କ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

ସେପଟେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ କରାଯାଉଛି ସ୍କ୍ରିନିଂ। ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଚଣ୍ଡୀଗଡ଼ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭରୂଡ ଭେଙ୍କଟେଶ୍ୱର ରାଓ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସ୍କ୍ରିନିଂ ବେଳେ ଯାହାର କିଛି ପଜିଟିଭ୍ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ।

ବର୍ତ୍ତମାନ ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ଚାରି ହଜାର ଯାତ୍ରୀ ଓଡିଶା ଆସୁଛନ୍ତି। ପ୍ରତିଦିନ ପ୍ରାୟ ୩୨ ଟି ବିମାନ ଆତଯାତ କରୁଛି। ଦିଲ୍ଲୀରୁ ନିତିଦିନ ୧୦ ଟି, ମୁମ୍ବାଇରୁ ୫ଟି, ହାଇଦ୍ରାବାଦରୁ ତିନି ତଥା ସୁରଟ, କୋଲକାତା, ଚେନ୍ନାଇ ପ୍ରଭୃତି ଅଞ୍ଚଳରୁ ବିମାନ ଭୁବନେଶ୍ୱର ଯା’ଆସ କରୁଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭରୂଡ ଭେଙ୍କଟେଶ୍ୱର ରାଓ କହିଛନ୍ତି।

ସେପଟେ ରାଜ୍ୟରେ ୨୪ ଘଣ୍ଟା ଭିତରେ ୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଅନୁଗୋଳରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩ ଜଣ ଅଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୪ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୩ ଜଣ, କେନ୍ଦୁଝରରୁ ‌ଜଣେ, ଖୋର୍ଦ୍ଧାରୁ ୮ ଜଣ, ମୟୂରଭଞ୍ଜରୁ ୭ ଜଣ, ବରଗଡ଼ରୁ ୧୦ ଜଣ, ବଲାଙ୍ଗୀରରୁ ଜଣେ,  ପୁରୀରୁ ୨ ଜଣ, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ଜଣେ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୫ ଜଣ, ନୂଆପଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୮ରେ ପହଞ୍ଚିଛି। ସେଥିରୁ ଆକ୍ଟିଭ କେସ୍‌ ୬୫୦ ରହିଥିବା ବେଳେ ୩ଲକ୍ଷ ୩୪ ହଜାର ୪୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପ୍ରତିଦିନ ଭିନ୍ନଭିନ୍ନ ରୂପରେ ଆସୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଅକଲ ଗୁଡୁମ ହୋଇଯାଇଛି। ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। କରୋନାକୁ ରୋକିବା ପାଇଁ ପୂର୍ବ ପରି ସ୍କ୍ରିନିଂ ଆରମ୍ଭ କରାଯାଉଛି। ଏୟାପୋର୍ଟ ଓ ରେଳ ଷ୍ଟେସନ୍‌ରେ ସ୍କ୍ରିନିଂ ଡେସ୍କ ଖୋଲା ଯାଇଥିବା ବେଳେ ବସ୍‌ ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହାର ଅର୍ଥ ପଡୋଶୀ ରାଜ୍ୟର କରୋନା ଆକ୍ରାନ୍ତମାନେ ମନଇଚ୍ଛା ବସ୍‌ରେ ଭୁବନେଶ୍ୱରରେ ପ୍ରବେଶ କରିପାରିବେ। ଏହାକୁ ରୋକିବାକୁ ହେଲେ ବସ୍‌ଷ୍ଟାଣ୍ଡରେ ସ୍କ୍ରିନିଂ ଓ କଡାକଡ଼ି ଯାତ୍ରା ହେବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story