ସେକ୍ସ ସାମ୍ରାଜ୍ୟର ବାଦଶାହା ସୁନୀଲକୁ ତଡିପାର ଲାଗି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର: ଆନ୍ତରାଜ୍ୟ ସେକ୍ସ କାରବାରର ବାଦଶାହା ସୁନୀଲ ମେହର କମିଶନରେଟ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବାରମ୍ବାର ଧରାପଡି ଜେଲ ଯାଉଥିଲେ ମଧ୍ୟ ସୁନୀଲ ଏହି କାରବାର ବନ୍ଦ କରୁନି । ଏଥିପାଇଁ ସୁନୀଲକୁ ତଡିପାର କରିବାକୁ କମିଶନରେଟ ପୋଲିସ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଆଇନର ତର୍ଜମା କରୁଛି କମିଶନରେଟ ପୋଲିସ । ସୁନୀଲ ନାମରେ ଥିବା ବିଭିନ୍ନ ଆପରାଧିକ ମାମଲା ଓ ଆନ୍ତରାଜ୍ୟ କନେକସନର ସବିଶେଷ ଯାଞ୍ଚ ପରେ […]

sex (4)

sex (4)

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 06:00 PM IST

ଭୁବନେଶ୍ୱର: ଆନ୍ତରାଜ୍ୟ ସେକ୍ସ କାରବାରର ବାଦଶାହା ସୁନୀଲ ମେହର କମିଶନରେଟ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବାରମ୍ବାର ଧରାପଡି ଜେଲ ଯାଉଥିଲେ ମଧ୍ୟ ସୁନୀଲ ଏହି କାରବାର ବନ୍ଦ କରୁନି । ଏଥିପାଇଁ ସୁନୀଲକୁ ତଡିପାର କରିବାକୁ କମିଶନରେଟ ପୋଲିସ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଆଇନର ତର୍ଜମା କରୁଛି କମିଶନରେଟ ପୋଲିସ । ସୁନୀଲ ନାମରେ ଥିବା ବିଭିନ୍ନ ଆପରାଧିକ ମାମଲା ଓ ଆନ୍ତରାଜ୍ୟ କନେକସନର ସବିଶେଷ ଯାଞ୍ଚ ପରେ ଏହି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛି ପୋଲିସ।sex (2)

ଗତ ସୋମବାର ଆଇଆରସି ଭିଲେଜ ଅଞ୍ଚଳରେ ଗେଷ୍ଟ ହାଉସ ନାଁରେ ସେକ୍ସ କାରବାର ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ମାତ୍ର ସେଠାରୁ ସୁନୀଲ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା । ଥରେ କି ଦୁଇଥିର ନୁହେଁ ବାରମ୍ବାର ଏହିପରି ସେକ୍ସ କାରବାର ଚଳାଇ ଆସୁଛି ସୁନୀଲ । ତେବେ କାହା ସାହସରେ, କେଉଁ ପ୍ରଭାବଶାଳୀ ବ୍ୟକ୍ତି ସହଯୋଗରେ ସେ ଏପରି କାରବାର ଚଳାଛି ତାହା ଏବେ ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ଯଦି କେହି ବଡବଡିଆ ସୁନୀଲକୁ ଏଥିପାଇଁ ସହଯୋଗ କରୁଛି ତେବେ ସେ ବ୍ୟକ୍ତି କିଏ ତାହାର କିଛି ସୂଚନା ପୋଲିସ ପାଖରେ ନାହିଁ । ଓଡ଼ିଶାରେ ୩ଥର ପୋଲିସ ହାତରେ ଧରାପଡିଛି ସୁନୀଲ । ଏହାସହ କଲିକତା ପୋଲିସ ହାତରେ ପଡି କିଛିବର୍ଷ ଜେଲରେ ରହିଥିଲା । ନିକଟରେ ଜେଲରୁ ବାହାରିବା ପରେ ପୁଣି ଖୋଲି ଥିଲା ତାର ସେକ୍ସ ବଜାର । ଆଇଆରସି ଭିଲେଜରେ ଯେଉଁ ଘରେ ଗେଷ୍ଟ ହାଉସ ନାଁରେ ଏହି କାରବାର ଚାଲିଥିଲା ସେହି ଘର ମାଲିକଙ୍କ ବିରୋଧରେ ଓ ଘରୁ ସିଲ କରିବା ପାଇଁ ମଧ୍ୟ କଡା ପଦକ୍ଷେପ ନେବାକୁ ଯାଉଛି ପୋଲିସ । ତେବେ ଅପେକ୍ଷା ସୁନୀଲ କେବେ ଧରାପଡୁଛି । ପୋଲିସ ତାକୁ ଧରିବା ପରେ ତଡିପାର କରୁଛି କି ନାହିଁ । ଘର ଓ ଘର ମାଲିକ ବିରୋଧରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।sex 1

କେବଳ ଭୁବନେଶ୍ୱର ନୁହେଁ କଲିକତା, ବିହାର, ମୁମ୍ବାଇ ଭଳି ସହରରୁ ଯୁବତୀଙ୍କୁ କଣ୍ଟ୍ରାକ୍ଟରେ ଆଣି ସେକ୍ସ କାରବାରରେ ଲଗାଉଛି ସୁନୀଲ । କେତେବେଳେ ୧୦ଦିନ ପାଇଁ ତ କେତେବେଳେ ମାସେ ପାଇଁ ଏପରି ଲକ୍ଷ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ଆଣିଥାଏ । ସେକ୍ସ କାରବାରରେ ହାଇ ପ୍ରୋଫାଇଲ ମଡେଲଙ୍କୁ ବି ସାମିଲ କରୁଛି । ଅନଲାଇନ ଓ ଅଫ ଲାଇନରେ ଚାଲୁଛି ଏହି କାରବାର । ଅନ ଲାଇନରେ ଯୋଗାଯୋଗ ହେବା ପରେ ଗ୍ରାହକଙ୍କ ରୁଚି ପଚରା ଯାଉଛି । ମଡେଲ, ଷ୍ଟୁଡେଣ୍ଟ କିମ୍ବା ଅଣ୍ଡର ଏଜ ଜାଣିବା ପରେ ସେମାନଙ୍କ ଷ୍ଟାଇଲିଷ୍ଟ ଫଟୋ ପଠାଯାଉଛି । ଫଟୋ ଚୟନ ହୋଇଗଲେ ନିର୍ଦ୍ଧାରିତ ସ୍ଥାନକୁ ଗ୍ରାହକଙ୍କୁ ଡକାଯାଇଥାଏ । ଗ୍ରାହକ ଡିମାଣ୍ଡ ଅନୁସାରେ ବାହାରକୁ ମଧ୍ୟ ଯୁବତୀଙ୍କୁ ଛଡାଯାଉଛି । ଏପରି ସ୍ଥିତିରେ ସୁନୀଲ ଓ ତା’ର ସେକ୍ସ ସାମ୍ରାଜ୍ୟ ଉପରେ କଟକଣା ଲଗାଇବାକୁ କମିଶନରେଟ ପୋଲିସ ଯୋଜନା ଚଳାଇଛି । ଯଦି ସୁନୀଲକୁ ତଡିପାର କରାଯାଏ ତେବେ ସେ ଦୁଇବର୍ଷ ପର୍ଯ୍ୟନ୍ତ କମିଶନରେଟ ପୋଲିସ ସୀମାରେ ପଶିବା ଉପରେ ନିଶେଦ୍ଧାଦେଶ ଜାରି କରିବ ପୋଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos