ବିଜେଡି ସରକାରଙ୍କ ବିକାଶ ଏମିତି: ପଢା ପାଇଁ ଜୀବନ ବାଜି, ଭରା ନଈରେ ମାଛଧରା ଡଙ୍ଗା ଭରସା

କେନ୍ଦୁଝର: ପାଢ ପଢିବା ପାଇଁ ବାଜି ଲାଗୁଛି ଜୀବନ। ପାଠପଢିବେ ଭଲ ମଣିଷ ହେବେ। ବାପା ମାଙ୍କ ନାଁରଖିବେ।  ଏହି ଲକ୍ଷ୍ୟରେ ଜୀବନକୁ ବାଜି ଲଗାଇ ଭରା ନଇ ପାରି ହୋଇ ସ୍କୁଲକୁ ଯାଉଛନ୍ତି କେନ୍ଦୁଝର  ଜିଲ୍ଲା  ଗୋବିନ୍ଦପୁରର ଛାତ୍ରଛାତ୍ରୀ।  ଆଉ ଏମାନଙ୍କ ପାଇଁ ମାଛଧରା ଡ଼ଙ୍ଗା ହିଁ ସାହା ଭରସା।  ସ୍କୁଲ ୟୁନିଫର୍ମ ପିନ୍ଧି ହାତରେ ବ୍ୟାଗ୍ ଧରି ଯାଉଚନ୍ତି ଛାତ୍ରଛାତ୍ରୀ ।

ହେଲେ ସ୍କୁଲ ଯିବା ପୂର୍ବରୁ  ପିଲାଙ୍କୁ ପାରି ହେବାକୁ ପଡ଼ିବ  କାନଝରି ନଦୀ।  ଏଭଳି ଭରା ନଦୀ ପାରି ହୋଇ ରଘୁନାଥପୁର  ନୋଡ଼ାଲ ସ୍କୁଲକୁ ଯାଉଛନ୍ତି କେନ୍ଦୁଝର ଜିଲ୍ଲା ଗୋବିନ୍ଦପୁର ଗାଁର ପିଲାମାନେ। ଆଉ ପିଲାଙ୍କ ପାଇଁ ସାହା  ଭରସା ଏହି ମାଛଧରା ଡ଼ଙ୍ଗା । ପୋଲ ନ ଥିବାରୁ ନଇ ଆରପାରିକୁ ଯିବାକୁ ଡ଼ଙ୍ଗାହିଁ  ଏମାନଙ୍କ ପାଇଁ ସାହା  ଭରସା। ବର୍ଷା ହେଲେ ପିଲାଙ୍କ ପାଠ ପଢା ବନ୍ଦ । ତେଣୁ ତୁରନ୍ତ ଏକ ପୋଲ ନିର୍ମାଣ କରିବାକୁ ସରକାରଙ୍କୁ  ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ  ଓ ଶିକ୍ଷକ।

ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ନାଉରିଆ ଅମୀୟ ରଂଜନ ମହାନ୍ତ ବି ସହଯୋଗ କରୁଛନ୍ତି।  ବିନା  ପାରିଶ୍ରମିକରେ ସେ ସବୁଦିନ ପିଲାଙ୍କୁ ନେବା ଆଣିବା କରୁଛନ୍ତି । ଯେଉଁଦିନ ଅମୀୟ ମାଛ ମାରିବାକୁ ଯାଆନ୍ତି  ସେଦିନ ପିଲାଙ୍କ ପାଠ ପଢା ବନ୍ଦ । ନଦୀ ଘାଟରୁ ନିରାଶ ହୋଇ ଘରକୁ ଫେରି ଆସିଥାନ୍ତି ପିଲାମାନେ।  ସେପଟେ ଘଟଣାର ତଦନ୍ତ କରି ତୁରନ୍ତ ପୋଲ ନିର୍ମାଣ କରାଯିବା ସହ ପିଲାଙ୍କ ପାଇଁ ଲାଇଫ ଜ୍ୟାକେଟର  ବ୍ୟବସ୍ଥା କରାଯିବ ବୋଲି ଏଡ଼ିଏମ କହିଛନ୍ତି ।

Ordigital Desk
• Published: Wednesday, 11 October 2017
• Updated: 11 October 2017, 07:03 PM IST

Sports

Latest News

କେନ୍ଦୁଝର: ପାଢ ପଢିବା ପାଇଁ ବାଜି ଲାଗୁଛି ଜୀବନ। ପାଠପଢିବେ ଭଲ ମଣିଷ ହେବେ। ବାପା ମାଙ୍କ ନାଁରଖିବେ।  ଏହି ଲକ୍ଷ୍ୟରେ ଜୀବନକୁ ବାଜି ଲଗାଇ ଭରା ନଇ ପାରି ହୋଇ ସ୍କୁଲକୁ ଯାଉଛନ୍ତି କେନ୍ଦୁଝର  ଜିଲ୍ଲା  ଗୋବିନ୍ଦପୁରର ଛାତ୍ରଛାତ୍ରୀ।  ଆଉ ଏମାନଙ୍କ ପାଇଁ ମାଛଧରା ଡ଼ଙ୍ଗା ହିଁ ସାହା ଭରସା।  ସ୍କୁଲ ୟୁନିଫର୍ମ ପିନ୍ଧି ହାତରେ ବ୍ୟାଗ୍ ଧରି ଯାଉଚନ୍ତି ଛାତ୍ରଛାତ୍ରୀ ।

ହେଲେ ସ୍କୁଲ ଯିବା ପୂର୍ବରୁ  ପିଲାଙ୍କୁ ପାରି ହେବାକୁ ପଡ଼ିବ  କାନଝରି ନଦୀ।  ଏଭଳି ଭରା ନଦୀ ପାରି ହୋଇ ରଘୁନାଥପୁର  ନୋଡ଼ାଲ ସ୍କୁଲକୁ ଯାଉଛନ୍ତି କେନ୍ଦୁଝର ଜିଲ୍ଲା ଗୋବିନ୍ଦପୁର ଗାଁର ପିଲାମାନେ। ଆଉ ପିଲାଙ୍କ ପାଇଁ ସାହା  ଭରସା ଏହି ମାଛଧରା ଡ଼ଙ୍ଗା । ପୋଲ ନ ଥିବାରୁ ନଇ ଆରପାରିକୁ ଯିବାକୁ ଡ଼ଙ୍ଗାହିଁ  ଏମାନଙ୍କ ପାଇଁ ସାହା  ଭରସା। ବର୍ଷା ହେଲେ ପିଲାଙ୍କ ପାଠ ପଢା ବନ୍ଦ । ତେଣୁ ତୁରନ୍ତ ଏକ ପୋଲ ନିର୍ମାଣ କରିବାକୁ ସରକାରଙ୍କୁ  ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ  ଓ ଶିକ୍ଷକ।

ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ନାଉରିଆ ଅମୀୟ ରଂଜନ ମହାନ୍ତ ବି ସହଯୋଗ କରୁଛନ୍ତି।  ବିନା  ପାରିଶ୍ରମିକରେ ସେ ସବୁଦିନ ପିଲାଙ୍କୁ ନେବା ଆଣିବା କରୁଛନ୍ତି । ଯେଉଁଦିନ ଅମୀୟ ମାଛ ମାରିବାକୁ ଯାଆନ୍ତି  ସେଦିନ ପିଲାଙ୍କ ପାଠ ପଢା ବନ୍ଦ । ନଦୀ ଘାଟରୁ ନିରାଶ ହୋଇ ଘରକୁ ଫେରି ଆସିଥାନ୍ତି ପିଲାମାନେ।  ସେପଟେ ଘଟଣାର ତଦନ୍ତ କରି ତୁରନ୍ତ ପୋଲ ନିର୍ମାଣ କରାଯିବା ସହ ପିଲାଙ୍କ ପାଇଁ ଲାଇଫ ଜ୍ୟାକେଟର  ବ୍ୟବସ୍ଥା କରାଯିବ ବୋଲି ଏଡ଼ିଏମ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos