‘ବୋଷ’ରେ ଛାତ୍ର ଅଶାନ୍ତି, ଗେଟ୍‌ରେ ତାଲା ପକାଇ ଜାଳିଲେ ଟାୟାର

କଟକ(ଦେବାଶିଷ ମହାନ୍ତି): କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ବା ‘ବୋଷ’ରେ ଜୋର୍‌ ଧରିଛି ଛାତ୍ର ଅଶାନ୍ତି । ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ଦିଆଯାଇ ନଥିବା ଅଭିଯୋଗ ଆଣି ଛାତ୍ରମାନେ ତାତି ଯାଇଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ’ ଗେଟ୍‌ ସମ୍ମୁଖରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ […]

kalahandi

kalahandi

Jyoshna Pradhan
  • Published: Tuesday, 27 August 2019
  • Updated: 27 August 2019, 02:01 PM IST

Sports

Latest News

କଟକ(ଦେବାଶିଷ ମହାନ୍ତି): କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ବା ‘ବୋଷ’ରେ ଜୋର୍‌ ଧରିଛି ଛାତ୍ର ଅଶାନ୍ତି । ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ଦିଆଯାଇ ନଥିବା ଅଭିଯୋଗ ଆଣି ଛାତ୍ରମାନେ ତାତି ଯାଇଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ’ ଗେଟ୍‌ ସମ୍ମୁଖରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ପାଇ ସ୍କୁଲ କର୍ତ୍ତୃପକ୍ଷ ଓ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କ ସହ ଆଲୋଚନା ଚଳାଇଛନ୍ତି।ctc

ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି, “ଛାତ୍ରମାନେ କ୍ୟାଣ୍ଟିନ୍ ଫି’ ବାବଦରେ ପ୍ରଥମେ ୨ ହଜାର ଟଙ୍କା ଜମା ଦେଇଥିଲେ। ଏହା ବାଦ ପ୍ରତି ସପ୍ତାହରେ ୫୦୦ ଟଙ୍କା ଦେବାର ଆବଶ୍ୟକତା ଥିଲା। ହେଲେ ଛାତ୍ରମାନେ ପଇସା ଦେଇ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos