‘ତୃତୀୟ ଲହରର ପ୍ରଭାବ କମ୍ ରହିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଆଶ୍ୱସ୍ତିକର ଖବର ହେଉଛି ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହୁଛି । ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ। ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଟିକାକରଣ କରାଯିବ । […]

covid19

covid19

Tapas Behera
  • Published: Monday, 21 June 2021
  • Updated: 21 June 2021, 05:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଆଶ୍ୱସ୍ତିକର ଖବର ହେଉଛି ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହୁଛି । ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ। ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।

କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଟିକାକରଣ କରାଯିବ । ସେହିପରି ଷ୍ଟେରଏଡ୍ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ନୂଆ ଗାଇଡ଼ ଲାଇନ ଅନୁସାରେ ଷ୍ଟେରଏଡ଼ ବ୍ୟବହାର କରାଯିବା ଉଚିତ । ବର୍ତ୍ତମାନ ଯେଉଁମାନେ ମଧ୍ୟମରୁ ଗୁରୁତର ରୋଗୀ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ତେଣୁ ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ତୃତୀୟ ଲହର ସଂକ୍ରମଣ ଆଶଙ୍କା ନେଇ ଡିଏମ୍ଇଟି ମଧ୍ୟ ସମାନ କଥା ଦୋହରାଇଛନ୍ତି । ତେବେ ଦେଶରେ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୭ ଜଣଙ୍କ ଠାରେ ଚିହ୍ନଟ ହୋଇଛି। ସମସ୍ତଙ୍କୁ ଆଇସୋଲେଟ କରାଯାଇଛି । ଆଗକୁ ଯଦି କିଏ ଡେଲ୍ଟା ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୁଅନ୍ତି । ତେବେ ତାଙ୍କୁ ତୁରନ୍ତ ଆଇସୋଲେଟ କରାଗଲେ । ଏହା ବିଶେଷ କ୍ଷତି ପହଞ୍ଚାଇ ପାରିବନାହିଁ ବୋଲି ଡିଏମ୍ଇଟି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos