ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର ଖୋଲିବ, ତତ୍ପର ହେଲା ପ୍ରଶାସନ!

ପୁରୀ/କଟକ(ମଧୁସୂଦନ ମିଶ୍ର/ଗୌତମ ପଣ୍ଡା): ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରରେ ରହିଛି କେତେ ପରିମାଣରେ ଦୁର୍ମୂଲ୍ୟ ଅଳଙ୍କାର? ସେ ସବୁର ଗଣତି ସହ ମୂଲ୍ୟାୟନ କରାଯିବ। କାରଣ ଗତ ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଯେଉଁ ୨୨ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ ରତ୍ନଭଣ୍ଡାରର ଗଚ୍ଛିତ ଅଳଙ୍କାର ଗଣତି ପାଇଁ ନିର୍ଦ୍ଦେଶ ରହିଛି। ତା’ସହ ଜାନୁଆରୀ ୮ରେ ମାମଲାର ପରବର୍ତ୍ତି ଶୁଣାଣି ପୂର୍ବରୁ ଅଳଙ୍କାର ତାଲିକା ସହ ରତ୍ନଭଣ୍ଡାରର […]

ra11

ra11

Manoranjan Sial
  • Published: Monday, 18 November 2019
  • Updated: 18 November 2019, 09:07 PM IST

Sports

Latest News

ପୁରୀ/କଟକ(ମଧୁସୂଦନ ମିଶ୍ର/ଗୌତମ ପଣ୍ଡା): ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରରେ ରହିଛି କେତେ ପରିମାଣରେ ଦୁର୍ମୂଲ୍ୟ ଅଳଙ୍କାର? ସେ ସବୁର ଗଣତି ସହ ମୂଲ୍ୟାୟନ କରାଯିବ। କାରଣ ଗତ ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଯେଉଁ ୨୨ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ ରତ୍ନଭଣ୍ଡାରର ଗଚ୍ଛିତ ଅଳଙ୍କାର ଗଣତି ପାଇଁ ନିର୍ଦ୍ଦେଶ ରହିଛି। ତା’ସହ ଜାନୁଆରୀ ୮ରେ ମାମଲାର ପରବର୍ତ୍ତି ଶୁଣାଣି ପୂର୍ବରୁ ଅଳଙ୍କାର ତାଲିକା ସହ ରତ୍ନଭଣ୍ଡାରର ସୁରକ୍ଷା ସଂପର୍କିତ ସବିଶେଷ ରିପୋର୍ଟ ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ତେଣୁ ସେହି ଆଧାରରେ ଏବେ ପ୍ରଶାସନ ଦୁର୍ଭେଦ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସଜବାଜ ହେଉଛି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ କହିଛନ୍ତି, ଉଚ୍ଚସ୍ତରୀୟ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ।

ଶ୍ରୀମନ୍ଦିର ଇତିହାସ ଅନୁସାରେ ରତ୍ନଭଣ୍ଡାରରେ ରହିଛି ୬୨୯ ପ୍ରକାର ଦୁର୍ଲଭ ଅଳଙ୍କାର। ତା’ମଧ୍ୟରୁ କେବଳ ଭିତର ଭଣ୍ଡାରରେ ଅଛି ୫୯୮ ପ୍ରକାରର ସୁନା ରୁପା ସହ ହୀରା, ନୀଳା, ମୋତି ଓ ମାଣିକ୍ୟ ଖଚିତ ଅଳଙ୍କାର। ପୂର୍ବରୁ ୧୯୨୬ ଓ ୧୯୭୮ ମସିହାରେ ଏସବୁର ଗଣତି ହୋଇଥିଲା। ଏମିତିକି ୭୮ରେ ଗଣତି ପାଇଁ ଲାଗିଥିଲା ପ୍ରାୟ ୭୦ ଦିନ। ୧୯୮୫ରେ ପୁନର୍ବାର ଗଣତି ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତେବେ ଗତବର୍ଷ ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା ଜଣା ପଡ଼ିବା ପରେ ଭିତର ଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ହେଲେ ଶେଷ ବେଳକୁ ଚାବି ନଥିବା ଦର୍ଶାଇ ଅଧାରେ ଅଟକିଥିଲା। ପରେ ବହୁ ତନାଘନା ପରେ ପୁରୀ ରେକର୍ଡ ରୁମ୍‌ରେ ଏକ ଲଫାପାରୁ ମିଳିଥିଲା ନକଲି ଚାବି। ଘଟଣାକୁ ନେଇ ହଇଚଇ ପରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ ରିପୋର୍ଟ ଏବେ ରାଜ୍ୟ ଗୃହ ବିଭାଗ ପାଖରେ। ତେବେ ଭଣ୍ଡାରଘର ଚାବି ହଜିବା ଓ ନକଲି ଚାବି ମିଳିବା ପରେ ଠାକୁରଙ୍କ ଅଳଙ୍କାର ସବୁର ସୁରକ୍ଷା ନେଇ ଉଠିଥିଲା ବିରାଟ ପ୍ରଶ୍ନ। ଆଉ ଏବେ ପୁଣି ରତ୍ନଭଣ୍ଡାର ଖୋଲିବାକୁ ସୁପ୍ରିମକୋର୍ଟଙ୍କ ଆଦେଶକୁ ସଠିକ୍ ଦର୍ଶାଇଛନ୍ତି ଭକ୍ତ ଓ ସେବାୟତ।

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି-“ରତ୍ନଭଣ୍ଡାରରେ ଥିବା ଦୁର୍ଲଭ ଅଳଙ୍କାର ସବୁ ସୁରକ୍ଷିତ ଅଛି କି ନାହିଁ? ଏହାର ସୁରକ୍ଷାକୁ ନେଇ ଯେତେବେଳେ ସେବାୟତଙ୍କ ଉପରେ ଆଙ୍ଗୁଠି ଉଠିଲାଣି, ସେତେବେଳେ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos