ପଶୁସମ୍ପଦ ବିଭାଗର ଅଧିକାରୀମାନେ ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁ ଦିଆଯାଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ପଶୁ ଚିକିତ୍ସାଳୟ ଖୋଲା ରହିବ। ସେଥିପାଇଁ ପଶୁସମ୍ପଦ ବିଭାଗର ସମସ୍ତ ଅଧିକାରୀମାନେ ହେଡକ୍ୱାର୍ଟର୍ସରେ ରହିବାକୁ କୁହାଯାଇଛି। ଏପରିକି ଲୋକଙ୍କ ଅସୁବିଧା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୃଷି, ମତ୍ସ୍ୟ ଓ ପଶୁ ସମ୍ପଦମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି, “ଲକ୍‌ଡାଉନ ସମୟରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ କଟାକଣାମୁକ୍ତ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ […]

6666666666666

6666666666666

Tapaswini Nayak
  • Published: Friday, 17 April 2020
  • Updated: 17 April 2020, 03:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁ ଦିଆଯାଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ପଶୁ ଚିକିତ୍ସାଳୟ ଖୋଲା ରହିବ। ସେଥିପାଇଁ ପଶୁସମ୍ପଦ ବିଭାଗର ସମସ୍ତ ଅଧିକାରୀମାନେ ହେଡକ୍ୱାର୍ଟର୍ସରେ ରହିବାକୁ କୁହାଯାଇଛି। ଏପରିକି ଲୋକଙ୍କ ଅସୁବିଧା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୃଷି, ମତ୍ସ୍ୟ ଓ ପଶୁ ସମ୍ପଦମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଶ୍ରୀ ସାହୁ କହିଛନ୍ତି, “ଲକ୍‌ଡାଉନ ସମୟରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ କଟାକଣାମୁକ୍ତ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଏହାସହ ଲକ୍‌ଡାଉନ ସମୟରେ ଭେଟନାରୀ ହସପିଟାଲଗୁଡ଼ିକ ଖୋଲା ରହିବ। ଗୃହପାଳିତ ପଶୁଙ୍କୁ ନିରନ୍ତର ସେବା ଯୋଗାଇ ଦିଆଯିବ। ଏଥିପାଇଁ  ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅଧିକାରୀମାନେ ହେଡକ୍ୱାର୍ଟର୍ସ ରହିବା ସହ ମନ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଏହାସହ ବ୍ରୟଲର ଫାର୍ମ ପୁଣି ଥରେ କିପରି ଚାଲିବ ଓ ଅଣ୍ଡା ଉତ୍ପାଦନ ଅଧିକ ହୋଇପାରିବ, ସେଥିପାଇଁ ଦୃଷ୍ଟି ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ମନ୍ତ୍ରୀ ସାହୁ କୃଷି ଓ ପଶୁସମ୍ପଦ ବିଭାଗର ଅଧିକାରୀଙ୍କ ସହ ଭିଡିଓ କନଫରେନସିଂରେ ବୈଠକ କରିଥିଲେ। ଏହି ବୈଠକରେ ମାଛ ଚାଷ ଉପରେ ଗୁରୁତ୍ୱ ଦିଆଯାଇଥିଲା। କିପରି ମାଛ ଚାଷୀ ମାଛ ଧରିବେ ଓ ଏହାର ବିକ୍ରି କରିପାରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos