ମାଲକାନଗିରି: ପୋଲ ଉପରେ ୪ଫୁଟର ବନ୍ୟା ଜଳ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ  କାଙ୍କରକୁଣ୍ଡା ଓ କନ୍ୟାଶ୍ରମ ପୋଲ ଉପର ଦେଇ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି। ଫଳରେ ମାଲାକାନାଗିରି-କାଲିମେଳା ଏବଂ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଶହ ଶହ ଯାତ୍ରୀଙ୍କ ସହିତ ଅନେକ ଗାଡ଼ି ଅଟକି ରହିଛି। ଜଳସ୍ତର ବଢୁଥିବାରୁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୋଲ ଉପରକୁ କାହାକୁ ନ ଯିବାକୁ ପରାମର୍ଶ ଦେଇଛି। ଲଗାଣ ବର୍ଷା ଫଳରେ ମାଲକାନଗିରିରେ ପ୍ରବାହିତ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି।