ଧାର୍ମିକ ବହି ପ୍ରତି ଆକୃଷ୍ଟ ହେଉଛି କି ଯୁବପିଢ଼ି ? କ’ଣ କହୁଛନ୍ତି ଏମାନେ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଯୁଗରେ ସବୁକିଛି ଆଧୁନିକ ହୋଇଗଲାଣି। ଲୋକମାନଙ୍କର ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଲାଣି। କଥାବାର୍ତ୍ତା ଚାଲିଚଳଣ, ଖାଦ୍ୟପ୍ରେୟ, ଏମିତିକି ପଢ଼ାପଢିରେ ମଧ୍ୟ ଆଧୁନିକତାର ଛାପ ଦେଖିବାକୁ ମିଳୁଛି।, ଆଗରୁ ଲୋକମାନେ ବହି କିଣି ପଢ଼ିବାକୁ ଭଲ ପାଉଥିଲେ। ଏବେ କିନ୍ତୁ ଇ-ବୁକର ଯୁଗରେ ମୋବାଇଲରେ ବହି ପଢାଯାଉଛି। ଭୁବନେଶ୍ୱର ଚାଲିଥିବା ୩୪ତମ ଭୁବନେଶ୍ୱର ପୁସ୍ତକ ମେଳାରେ ଏ ବିଷୟରେ ଆମେ କିଛି ଯୁବକ ଯୁବତୀଙ୍କର ମତ ନେଇଥିଲୁ।ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଚରନେଟ୍&zwnj;ରେ ବହି ପଢିବା ଅପେକ୍ଷା ମୁଦ୍ରିତ ବହି ପଢିବାକୁ ଅଧିକ ପସନ୍ଦ କରୁଥିବା କହିଥିଲେ। ଏହାର ଅର୍ଥ ଏବେବି ଇ- ବୁକ୍ ଅପେକ୍ଷା ମୁଦ୍ରିତ ବହିର ଚାହିଦା ରହିଛି। କିଛି ଯୁବକ ଯୁବତୀ ବିଭିନ୍ନ ଷ୍ଟଲରୁ ପୌରାଣିକ ବହି କିଣୁଥିବା ଆମ ନଜରକୁ ଆସିଥିଲା। ଆଜିର ଯୁବପିଢି ପୁରାଣ ପ୍ରତି ଆଗ୍ରହ କି ନାହିଁ ସେ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ।</p> <p>ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳାର ଭିଡ଼ ଦେଖିଲେ ଲାଗୁଛି ଆଜିର ଇଣ୍ଟରନେଟ୍&zwnj; ଯୁଗରେ ବି ବହିର ଚାହିଦା କମିନାହିଁ। ମେଳାର ବିଭିନ୍ନ ପ୍ରକାର ବହି ବିକ୍ରି ହେଉଛି। ପାଠ୍ୟ ପୁସ୍ତକ ସହିତ ବିଭିନ୍ନ ଧର୍ମର ଆଧ୍ୟାତ୍ମିକ ବହି ମଧ୍ୟ ବିକ୍ରି ହେଉଛି। ଅନ୍ୟ ଷ୍ଟଲ ଗୁଡ଼ିକ ଅପେକ୍ଷା ଧର୍ମ ପୁସ୍ତକ ଷ୍ଟଲରେ ସେତେ ଭିଡ଼ ଜମୁ ନଥିଲେ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ପୁରାଣ ବହି କିଣିବାକୁ ଆଗ୍ରହ ଦେଖିବାକୁ ମିଳିଥିଲା। ସେମାନଙ୍କ କହିବା କଥା ହେଲା ଅନ୍ୟ ବହି ସହିତ ମାଇଥୋଲୋଜି ବହି ପଢିବା ନିହାତି ଦରକାର। ଏ ସମ୍ପର୍କରେ ଆମେ କିଛି ପୁସ୍ତକ ବିକ୍ରେତାଙ୍କ ମତ ମଧ୍ୟ ନେଇଥିଲୁ। ସେମାନେ କହିଥିଲେ ବର୍ତ୍ତମାନ ସମାଜ କଳୁଷିତ ହେବାରେ&nbsp; ଲାଗିଛି। ଯୁବପିଢ଼ିଙ୍କୁ ଏଥିରୁ ନିବୃତ ରହିବା ପାଇଁ ଧର୍ମ ହିଁ ଏକମାତ୍ର ବାଟ।</p>

Ordigital Desk
  • Published: Saturday, 18 November 2017
  • Updated: 18 November 2017, 10:55 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଯୁଗରେ ସବୁକିଛି ଆଧୁନିକ ହୋଇଗଲାଣି। ଲୋକମାନଙ୍କର ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଲାଣି। କଥାବାର୍ତ୍ତା ଚାଲିଚଳଣ, ଖାଦ୍ୟପ୍ରେୟ, ଏମିତିକି ପଢ଼ାପଢିରେ ମଧ୍ୟ ଆଧୁନିକତାର ଛାପ ଦେଖିବାକୁ ମିଳୁଛି।, ଆଗରୁ ଲୋକମାନେ ବହି କିଣି ପଢ଼ିବାକୁ ଭଲ ପାଉଥିଲେ। ଏବେ କିନ୍ତୁ ଇ-ବୁକର ଯୁଗରେ ମୋବାଇଲରେ ବହି ପଢାଯାଉଛି। ଭୁବନେଶ୍ୱର ଚାଲିଥିବା ୩୪ତମ ଭୁବନେଶ୍ୱର ପୁସ୍ତକ ମେଳାରେ ଏ ବିଷୟରେ ଆମେ କିଛି ଯୁବକ ଯୁବତୀଙ୍କର ମତ ନେଇଥିଲୁ।ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଚରନେଟ୍&zwnj;ରେ ବହି ପଢିବା ଅପେକ୍ଷା ମୁଦ୍ରିତ ବହି ପଢିବାକୁ ଅଧିକ ପସନ୍ଦ କରୁଥିବା କହିଥିଲେ। ଏହାର ଅର୍ଥ ଏବେବି ଇ- ବୁକ୍ ଅପେକ୍ଷା ମୁଦ୍ରିତ ବହିର ଚାହିଦା ରହିଛି। କିଛି ଯୁବକ ଯୁବତୀ ବିଭିନ୍ନ ଷ୍ଟଲରୁ ପୌରାଣିକ ବହି କିଣୁଥିବା ଆମ ନଜରକୁ ଆସିଥିଲା। ଆଜିର ଯୁବପିଢି ପୁରାଣ ପ୍ରତି ଆଗ୍ରହ କି ନାହିଁ ସେ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ।</p><p>ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳାର ଭିଡ଼ ଦେଖିଲେ ଲାଗୁଛି ଆଜିର ଇଣ୍ଟରନେଟ୍&zwnj; ଯୁଗରେ ବି ବହିର ଚାହିଦା କମିନାହିଁ। ମେଳାର ବିଭିନ୍ନ ପ୍ରକାର ବହି ବିକ୍ରି ହେଉଛି। ପାଠ୍ୟ ପୁସ୍ତକ ସହିତ ବିଭିନ୍ନ ଧର୍ମର ଆଧ୍ୟାତ୍ମିକ ବହି ମଧ୍ୟ ବିକ୍ରି ହେଉଛି। ଅନ୍ୟ ଷ୍ଟଲ ଗୁଡ଼ିକ ଅପେକ୍ଷା ଧର୍ମ ପୁସ୍ତକ ଷ୍ଟଲରେ ସେତେ ଭିଡ଼ ଜମୁ ନଥିଲେ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ପୁରାଣ ବହି କିଣିବାକୁ ଆଗ୍ରହ ଦେଖିବାକୁ ମିଳିଥିଲା। ସେମାନଙ୍କ କହିବା କଥା ହେଲା ଅନ୍ୟ ବହି ସହିତ ମାଇଥୋଲୋଜି ବହି ପଢିବା ନିହାତି ଦରକାର। ଏ ସମ୍ପର୍କରେ ଆମେ କିଛି ପୁସ୍ତକ ବିକ୍ରେତାଙ୍କ ମତ ମଧ୍ୟ ନେଇଥିଲୁ। ସେମାନେ କହିଥିଲେ ବର୍ତ୍ତମାନ ସମାଜ କଳୁଷିତ ହେବାରେ&nbsp; ଲାଗିଛି। ଯୁବପିଢ଼ିଙ୍କୁ ଏଥିରୁ ନିବୃତ ରହିବା ପାଇଁ ଧର୍ମ ହିଁ ଏକମାତ୍ର ବାଟ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos