ଅନିଶ୍ଚିତତା ଭିତରେ ବିସିସିଆଇ

ଭୁବନେଶ୍ୱର (ସର୍ବେଶ୍ୱର ମହାନ୍ତି): ବିଶ୍ୱର ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ)ର ପରିଚାଳନାକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ବିଶେଷ କରି ୨୦୧୭ ଜାନୁଆରୀ ୨ ତାରିଖରେ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ସଭାପତି ଅନୁରାଗ ଠାକୁର ଓ ସମ୍ପାଦକ ଅଜୟ ସିର୍କେଙ୍କୁ ଦାୟିତ୍ୱରୁ ବହିଷ୍କାର କରିବା ଏପରି କିଛି ଅନିଶ୍ଚିତତା ସୃଷ୍ଟି କରିଛି। ମାତ୍ର ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଯେ ବୋର୍ଡର କାର୍ଯ୍ୟଧାରାରେ ସ୍ୱଚ୍ଛତା ଆଣିବାକୁ ଯାଉଛି ଏହାକୁ […]

bcci

bcci

Rakesh Mallick
  • Published: Monday, 30 January 2017
  • Updated: 30 January 2017, 08:28 AM IST

Sports

Latest News

ଭୁବନେଶ୍ୱର (ସର୍ବେଶ୍ୱର ମହାନ୍ତି): ବିଶ୍ୱର ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ)ର ପରିଚାଳନାକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ବିଶେଷ କରି ୨୦୧୭ ଜାନୁଆରୀ ୨ ତାରିଖରେ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ସଭାପତି ଅନୁରାଗ ଠାକୁର ଓ ସମ୍ପାଦକ ଅଜୟ ସିର୍କେଙ୍କୁ ଦାୟିତ୍ୱରୁ ବହିଷ୍କାର କରିବା ଏପରି କିଛି ଅନିଶ୍ଚିତତା ସୃଷ୍ଟି କରିଛି। ମାତ୍ର ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଯେ ବୋର୍ଡର କାର୍ଯ୍ୟଧାରାରେ ସ୍ୱଚ୍ଛତା ଆଣିବାକୁ ଯାଉଛି ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ବେଶ୍‌ କିଛି ଦଶନ୍ଧୀ ହେଲା ଯେଉଁ କେତେକ ମୁଷ୍ଟିମେୟ ବ୍ୟକ୍ତି ବୋର୍ଡର କାର୍ଯ୍ୟଧାରାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ବିସିସିଆଇରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଆର୍‌.ଏମ୍‌. ଲୋଧାଙ୍କ ନେତୃତ୍ୱରେ ଯେଉଁ କମିଟି ଗଠନ କରିଥିଲେ, ସେହି କମିଟିର ରିପୋର୍ଟ ଗ୍ରହଣ କରିବା ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲମ୍ୱା ଇନିଂସ୍‌ର ପରିସମାପ୍ତି ଘଟାଇଛି। କେବଳ ବସିସିଆଇ ନୁହେଁ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଗୁଡ଼ିକ ମଧ୍ୟ ସମାନ ସଂସ୍କାର ପ୍ରକ୍ରିୟା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ୨୦୧୭ ଜାନୁଆରୀ ୨ ତାରିଖରୁ ଅଧିକାଂଶ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ କର୍ମକର୍ତ୍ତା ସେମାନଙ୍କର ପଦବୀ ଏକ ପ୍ରକାର ହରାଇଛନ୍ତି। ଅନୁରୂପ ନିୟମ ଅନୁସାରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ କର୍ମକର୍ତ୍ତା ମଧ୍ୟ ସେମାନଙ୍କ ପଦବୀ ହରାଇଛନ୍ତି। ବର୍ତ୍ତମାନ ବିସିସିଆଇ ଓ ଅଧିକାଂଶ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ର ଦୈନନ୍ଦିନ କାର୍ଯ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସ୍ୱାକ୍ଷରରେ ଚାଲିଛି।

ତେଣୁ ଲୋଧା କମିଟି ବୋର୍ଡରେ ସଂସ୍କାର ଆଣିବା ପାଇଁ ଯେଉଁସବୁ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି ତାହାକୁ କିପରି ଭାବେ କାର୍ଯ୍ୟରେ ପରିଣତ କରାଯିବ ଏହାକୁ ନେଇ ଚାଲିଛି ବିଚାର ବିମର୍ଷ। ବିଶେଷ କରି ପ୍ରଶାସକଙ୍କ ପାଇଁ ସର୍ବାଧିକ ବୟସ ସୀମା ୭୦ବର୍ଷ, ଗୋଟିଏ ରାଜ୍ୟ ଗୋଟିଏ ଆସୋସିଏସନ୍‌ ଓ କୌଣସି ପଦବୀରେ ୯ ବର୍ଷରୁ ଅଧିକ କାଳ ରହିବା ବାରଣ ଆଦି ବ୍ୟବସ୍ଥା କିଛିଟା ସମସ୍ୟା ଆଣି ଦେଇଛି। ସର୍ବୋଚ୍ଚ ଅଦାଲତ ବରିଷ୍ଠ ଆଇନ୍‌ଜୀବୀ ଅନିଲ ଦିୱାନ ଓ ଗୋପାଳ ସୁବ୍ରମଣ୍ୟମଙ୍କୁ ବିସିସିଆଇ ପରିଚାଳନା ଲାଗି ଦକ୍ଷ ପ୍ରଶାସକଙ୍କ ନାମ ସୁପାରିଶ କରିବାକୁ କହିଥିଲେ। ଇତି ମଧ୍ୟରେ ଦୁଇ ବରିଷ୍ଠ ଆଇନ୍‌ଜୀବୀ ୯ ଜଣ ପ୍ରଶାସକଙ୍କ ନାମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦେଇଥିଲେ ବି ମାନ୍ୟବର ଅଦାଲତ ସମସ୍ତ ନାମକୁ ଅଗ୍ରାହ୍ୟ କରିଛନ୍ତି। କିଛି ପ୍ରଶାସକଙ୍କ ବୟସ ୭୦ ପାର କରିଥିବାରୁ ଅଦାଲତରେ ଦାଖଲ ତାଲିକା ଖାରଜ ହୋଇଛି। ଲୋଧା କମିଟିର ଗାଇଡ୍‌ଲାଇନ୍‌ ଅନୁସାରେ କିଛି ଯୋଗ୍ୟ ପ୍ରଶାସକଙ୍କ ନାମ ବନ୍ଦ ଲଫାପା ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି। ମାନ୍ୟବର କୋର୍ଟ କିଛି ଯୋଗ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦେଇ ବୋର୍ଡର ନୂଆ ସମ୍ୱିଧାନ ତିଆରି କରିବା, ନିର୍ବାଚନ କରିବା ସହ ଲୋଧା କମିଟିର ସବୁ ସୁପାରିଶ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଯୋଗ୍ୟ ପ୍ରଶାସକ ବାଛିବା କାର୍ଯ୍ୟ କେନ୍ଦ୍ର ସରକାର ଓ ବିସିସିଆଇର କିଛି ଅଧିକାରୀଙ୍କ ଉପରେ ଛାଡ଼ିଛନ୍ତି କୋର୍ଟ।

ଏବେ ଅପେକ୍ଷା ବିଶ୍ୱର ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାଗ୍ୟ କେଉଁ ଆଡକୁ ଯାଉଛି। ବିସିସିଆଇ କାର୍ଯ୍ୟ ଧାରାରେ ଅନିୟମିତତା ଥିଲେ ବି ଅନ୍ତର୍ଜାତିୟ କ୍ରିକେଟ୍‌ ପରିଷଦ(ଆଇସିସି)ରେ ପତିଆରା ଅକ୍ଷୁର୍ଣ୍ଣ ରହିଥିଲା। ବିସିସିଆଇ ଦାବି ଆଗରେ ଆସିସି ନରମ ମନୋଭବ ପୋଷଣ କରିବାକୁ ଅଧିକାଂଶ ସମୟରେ ବାଧ୍ୟ ହେବାର ନଜିର ରହିଛି। ସଂସ୍କାର ପ୍ରକ୍ରିୟା ଶେଷରେ ବିସିସିଆଇ ସାରା ବିଶ୍ୱରେ ପୁଣି ଥରେ ତାର ପତିଆରା ଫେରି ପାଇବାରେ ସମର୍ଥ ହେବ ନା ନାହିଁ ତାହା ସମୟ କହିବ।

କେଉଁଠୁ ଆରମ୍ଭ...

ପ୍ରଚୁର ଅର୍ଥରେ ବଳିଆନ୍‌ ବିସିସିଆଇ ଆଗରେ ହାର ମାନିଛନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ପରି ପ୍ରଭାବଶାଳୀ କ୍ରିକେଟ୍‌ ବୋର୍ଡ। ବିଶେଷକରି ୨୦୦୮ରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇସିଏଲ୍‌) ଆରମ୍ଭ ଅନେକ କ୍ରିକେଟ ବୋର୍ଡକୁ ଦୋହଲାଇ ଦିଏ। ସେମାନଙ୍କ ଦେଶର ଖେଳାଳିମାନେ ଦେଶର ପ୍ରତିନିଧିତ୍ୱକୁ ତୁଚ୍ଛକରି ଧାଇଁ ଆସନ୍ତି ଆଇପିଏଲ୍‌ ଆଡ଼େ। ବିପୁଳ ଅର୍ଥ ବିଦେଶୀ ଖେଳାଳିଙ୍କୁ ଟାଣେ ଆଇପିଏଲ୍‌ ଆଡ଼କୁ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସେମାନେ ଯେତିକି ଆୟ କରନ୍ତି ୬ ସପ୍ତାହ ଆଇପିଏଲ୍‌ ତାହାଠାରୁ ଢେର ଗୁଣ ଅଧିକ ଅର୍ଥ ପହଞ୍ଚାଇ ଦିଏ। ଏପରିକି କିଛି କ୍ରିକେଟ୍‌ର ଅନ୍ତର୍ଜାତିୟ କ୍ୟାରିଅରକୁ ବାଏବାଏ କରି ଆଇପିଏଲ୍‌କୁ କ୍ୟାରିଅର କରିବାର ମଧ୍ୟ ନଜିର ସୃଷ୍ଟି କରେ। ଇଏତ ଗଲା ବିଦେଶୀ କ୍ରିକେଟରଙ୍କ କଥା। ଆମ ଦେଶର ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମିଳେ ଆଇକନ୍‌ ମାନ୍ୟତା। ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଉ ନ ଥିବା ପ୍ରଥମ ଶ୍ରେଣୀ କ୍ରିକେଟର ବି ହୋଇଯାଆନ୍ତି କୋଟିପତି। ବିରୋଧୀଙ୍କ ମତରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବାସ୍ତବରେ ହେଉଛି ଇଣ୍ଡିଆନ୍‌ ପଇସା ଲିଗ। ଏହାରି ଭିତରେ କିଛି ଖେଳାଳିଙ୍କ ଅତ୍ୟଧିକ ଅର୍ଥ ମୋହ ଫିକ୍ସିଂ ପାଇଁ ବାଟ ଖୋଲି ଦିଏ। ଚେନ୍ନାଇ ସୁପର କିର୍ଙ୍ଗ୍ସ ଓ କିର୍ଙ୍ଗ୍ସ ଏକାଦଶ ପଞ୍ଜାବ ଫ୍ରାଞ୍ଚାଇଜ୍‌ ମାଲିକଙ୍କ ନାଁରେ ମଧ୍ୟ ଆସେ ବେଟିଂ ଆରୋପ। ଯାହାକୁ ନେଇ ସୃଷ୍ଟି ହୁଏ ଝଡ଼।

ଘଟଣାକ୍ରମେ ୨୦୧୩ ମେ’ ୬ ତାରିଖରେ ରାଜସ୍ତାନ ରୟାଲ୍ସର ଏସ୍‌.ଶ୍ରୀସନ୍ଥ, ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହ୍ୱାନ ସ୍ପଟ ଫିକ୍ସିଂରେ ଧରା ପଡ଼ିବା ଆଇପିଏଲ୍‌ରେ ଲଗାଏ କଳଙ୍କ। ପରେ ପରେ ତତ୍କାଳୀନ ବିସିସିଆଇ ସଭାପତି ଏନ୍‌.ଶ୍ରୀନିବାସନଙ୍କ ଜ୍ୱାଇଁ ତଥା ଚେନ୍ନାଇ ସୁପରକିଂଙ୍ଗ୍ସ ମାଲିକ ଗୁରୁନାଥ ମୌପ୍ପାନଙ୍କ ବିରୋଧରେ ବେଟିଂ ଅଭିଯୋଗ ବୋର୍ଡରେ ସୃଷ୍ଟିକଲା ମହାନ ଝଡ଼। ଗିରଫଦାରୀ ପରେ ମାମଲା ଗଲା ସୁପ୍ରିମ କୋର୍ଟକୁ। ମାନ୍ୟବର କୋର୍ଟ ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ଜଷ୍ଟିସ୍‌ ମୁଦଗଲଙ୍କୁ ଦେଲେ ତଦନ୍ତ ଦାୟିତ୍ୱ। ପ୍ରାୟ ବର୍ଷେ ତଦନ୍ତ କରିବା ପରେ ମୁଦଗଲ କମିଟିର ରିପୋର୍ଟ କୋର୍ଟଙ୍କ ହସ୍ତାନ୍ତର ହେଲା। ଆଉ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେଲା। ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ମାନ୍ୟବର କୋର୍ଟ ଜଷ୍ଟିସ୍‌ ଲୋଧାଙ୍କ ନେତୃତ୍ୱରେ ଗଠନ କଲେ ଆଉ ଏକ ୩ ଜଣିଆ କମିଟି। ଯାହାର ଯବନିକା ପଡ଼ିଛି ୨୦୧୭ ଜାନୁଆରୀ ୨ ତାରିଖରେ। କେବଳ ଦଣ୍ଡ ବିଧାନ ନୁହେଁ ବୋର୍ଡର କାର୍ଯ୍ୟଧାରାରେ ସଂସ୍କାର ଆଣିବା ପାଇଁ ସବୋର୍ଚ୍ଚ ଅଦାଲତ ଲୋଧା କମିଟିକୁ ଦାୟିତ୍ୱ ଦେଇଥିଲେ। କମିଟି କୋର୍ଟ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଦିଗରୁ ତଦନ୍ତ କରି ରିପୋର୍ଟ ଦେଲେ। ୨୦୧୬ ଜୁଲାଇ ୧୮ ତାରିଖରେ କୋର୍ଟ ଲୋଧା କମିଟିର ସମସ୍ତ ପରାମର୍ଶକୁ ଗ୍ରହଣ କରିବା ସହ ୬ ମାସ ମଧ୍ୟରେ କାର୍ଯ୍ୟକାରି କରିବା ପାଇଁ କହିଥିଲେ। ମାତ୍ର ବୋର୍ଡର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିବା ଶେଷରେ କୋର୍ଟକୁ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। ଏବେ ସଂସ୍କାର ପ୍ରକ୍ରିୟାର କାର୍ଯ୍ୟକାରିତାକୁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story