'ବାଣ'ର ଇତିହାସକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁସାରେ, ଏଥର ଦୀପାବଳିରେ ରାତି ୮ରୁ ୧୦ ଟା ପର୍ଯ୍ୟନ୍ତ କେହି ବାଣ ଫୁଟାଇ ପାରିବେ। ତେବେ ପ୍ରତିବର୍ଷ ଦୀପାବଳି ଆସିବା ମାତ୍ରେ, ବିଶେଷ କରି ସହରାଞ୍ଚଳରେ ଏହି ବାଣ ଫୁଟାଇବାକୁ ନେଇ ବହୁ ବିତର୍କ ହୋଇଥାଏ। ସହରରେ ବାଣ ନ ଫୁଟାଇବାକୁ ନେଇ ଉଠୁଥିବା ଆପତ୍ତି ପଛରେ ଏକ ବିଶେଷ କାରଣ ରହିଛି। ଯେହେତୁ ଏହି ସମୟରେ ଶୀତ ଋତୁ ଆରମ୍ଭ ହୋଇଥାଏ, ତେଣୁ ଆକାଶରେ କୁହୁଡି ଏବଂ ଗାଡ଼ି […]

puspa.final

puspa.final

Puspanjali Panda
  • Published: Wednesday, 07 November 2018
  • Updated: 07 November 2018, 05:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁସାରେ, ଏଥର ଦୀପାବଳିରେ ରାତି ୮ରୁ ୧୦ ଟା ପର୍ଯ୍ୟନ୍ତ କେହି ବାଣ ଫୁଟାଇ ପାରିବେ। ତେବେ ପ୍ରତିବର୍ଷ ଦୀପାବଳି ଆସିବା ମାତ୍ରେ, ବିଶେଷ କରି ସହରାଞ୍ଚଳରେ ଏହି ବାଣ ଫୁଟାଇବାକୁ ନେଇ ବହୁ ବିତର୍କ ହୋଇଥାଏ।
ସହରରେ ବାଣ ନ ଫୁଟାଇବାକୁ ନେଇ ଉଠୁଥିବା ଆପତ୍ତି ପଛରେ ଏକ ବିଶେଷ କାରଣ ରହିଛି। ଯେହେତୁ ଏହି ସମୟରେ ଶୀତ ଋତୁ ଆରମ୍ଭ ହୋଇଥାଏ, ତେଣୁ ଆକାଶରେ କୁହୁଡି ଏବଂ ଗାଡ଼ି ଓ କାରଖାନାରୁ ନିର୍ଗତ ଧୂଆଁ ପୂର୍ବରୁ ହିଁ ରହିଥାଏ। ଅଧିକାଂଶ ସ୍ଥାନରେ ସନ୍ଧ୍ୟାରେ ଏହି ଧୂଆଁର ମାତ୍ରା ବଢ଼ିଯାଏ। ଏହି ଧୂଆଁ ସହିତ ଦୀପାବଳିରେ ବାଣର ଧୂଆଁ ମିଶି ଯିବାରୁ, ଏହା ଅନେକ ଦିନ ଯାଏ ଆକାଶକୁ ଆଚ୍ଛନ୍ନ କରି ରଖିଥାଏ।
ପୁରାଣରେ କୁହାଯାଇଛି ଯେ ଏହି ଦିନ ଭଗବାନ ଶ୍ରାରାମଚନ୍ଦ୍ର ୧୪ ବର୍ଷ ବନବାସ ସାରି ଅଯୋଧ୍ୟା ଫେରିଥିଲେ। ରାମଙ୍କ ଆଗମନର ଖୁସିରେ ଅଯୋଧ୍ୟାବାସୀ ଦୀପର ଆଲୋକ ଜାଳି ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ। କିନ୍ତୁ ପୁରାଣରେ ବାଣ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ। ଶ୍ରୀରମଙ୍କ ଅଯୋଧ୍ୟା ପ୍ରତ୍ୟାଗମନ ସମୟରେ ବାଣର କୌଣସି ଅସ୍ତିତ୍ୱ ନ ଥିଲା। ତେଣୁ ବାଣକୁ ପରମ୍ପରାର ପ୍ରତୀକ ବୋଲି କୁହାଯାଏ ନାହିଁ। ।
କିନ୍ତୁ ଇତିହାସ କୁହେ, ବାଣର ଆବିଷ୍କାର ବହୁତ୍ ପୁରୁଣା। ଚୀନ୍‌ରେ ୧୬୦୦ ଶତାବ୍ଦୀରେ ପୋଟାସିୟମ୍‌ ନାଇଟ୍ରେଟ୍‌ ଓ ସଲ୍‌ଫର୍‌ ମିଶାଇ ପ୍ରଥମେ ବାରୁଦ ଏବଂ ପରେ ବାରୁଦରୁ ବାଣ ତିଆରି ହୋଇଥିଲା

ବାଣର ଇତିହାସ
୧୫୦୦ ଶତାବ୍ଦୀରେ ଭାରତରେ ବାଣ ଫୁଟିବା ଆରମ୍ଭ ହୋଇଥିବାର ପ୍ରମାଣ ରହିଛି। ସେତେବେଳର ବିଭିନ୍ନ ପାରମ୍ପରିକ ଚିତ୍ରରେ ଝୁର୍‌ଝୁରି ଓ ତାଳ ଫୋଟକା ବାଣ ଦେଖିବାକୁ ମିଳିଥାଏ। ତେବେ ଯେଉଁ ସମୟରେ ବାଣର ଚିତ୍ର ଆମେ ଦେଖିବାକୁ ମିଳୁଛି, ସେହି ସମୟରେ ବାଣର ଆବିଷ୍କାର ସମ୍ପର୍କରେ କୌଣସି ଲିଖିତ ସାହିତ୍ୟ ନାହିଁ।୧୯୫୩ରେ ଐତିହାସିକ ପିକେ ଗୌଡ଼ ତାଙ୍କ 'The History of Fireworks in India Between AD 1400 and 1900' ବହିରେ ବାଣର ଇତିହାସ ନେଇ କିଛି ରୋଚକ କଥା ଲେଖିଛନ୍ତି। ଏହି ପୁସ୍ତକରେ ଲେଖାଯାଇଛି, ଆମ ଦେଶରେ ବାଣ ଫୁଟାଇବାର ଉତ୍ସବ ଗୋଟିଏ ନୁହେଁ। ଗୌଡ଼ ନିଜ ପୁସ୍ତକରେ କହିଛନ୍ତି, ବାଣ ବରଯାତ୍ରୀ ଯାଉଥିବା ବେଳେ ଶବ୍ଦ କରିବା ପାଇଁ ବ୍ୟବହୃତ ହେଉଥିଲା ଏବଂ ପର୍ବପର୍ବାଣୀରେ ବାଣପ ବ୍ୟବହାର ମଧ୍ୟ ହେଉଥିଲା।

ପର୍ତ୍ତୁଗୀଜ୍‌ ପରିବ୍ରାଜକ Duarte Barbosaଙ୍କ କହିବା ଅନୁସାରେ, ୧୫୧୮ରେ ଗୁଜରାଟର ଏକ ବ୍ରାହ୍ମଣ ପରିବାରରେ ବିବାହ ଉତ୍ସବରେ ବାଣ ଫୁଟା ଯାଇଥିଲା। ସେହି ସମୟରେ ବାଣର ବ୍ୟବହାର ବହୁଳ ହେଉଥିବାର କୁହାଯାଏ।ଏହା ବ୍ୟତୀତ ଲୋକେ ବାଣର ବ୍ୟବହାର ହାତୀ ପରି ବଡ଼ ପଶୁଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କରୁଥିଲେ। ୧୭୦୦ ଶତାବ୍ଦୀରେ ଦିଲ୍ଲୀ ଓ ଆଗ୍ରା ଆସିଥିବା ଫ୍ରାନ୍ସ ପରିବ୍ରାଜକ Francois bernierଙ୍କ ମତରେ, “ଲଢ଼ୁଥିବା ହାତୀଙ୍କୁ ଅଲଗା କରିବା ପାଇଁ ବାଣ ଓ ବମ୍‌ର ବ୍ୟବହାର କରାଯାଏ। ଏହାର କାରଣ ସେମାନେ ଆକାରରେ ବଡ଼ ହୋଇଥିବାରୁ ତାଙ୍କ ପାଖକୁ ଯିବା ପାଇଁ ଯୋଦ୍ଧାଙ୍କୁ ଭୟ ଲାଗିଥାଏ।“
ବାଣର ବ୍ୟବହାର ଦେଶର ଗୋଟିଏ ଭାଗରେ ସୀମିତ ନୁହେଁ। ଅଲଗା ଅଲଗା ଅଞ୍ଚଳ ଗସ୍ତ ପରେ ଐତିହାସିକ ଗୌଡ଼ ଜାଣିବାକୁ ପାଇଲେ ଯେ, ଓଡ଼ିଶାରେ ମଧ୍ୟ ବାରୁଦ ତିଆରି ହେଉଥିବା ସାମଗ୍ରୀ ରହିଛି।
ଏହି କଥା ୧୬୦୦ ଶତାବ୍ଦୀର ଏକ ସଂସ୍କୃତ ଦସ୍ତାବିଜରେ ଲେଖାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ବାରୁଦ ତିଆରି ସାମଗ୍ରୀରେ ଗୋମୂତ୍ରକୁ ମଧ୍ୟ ସାମିଲ୍‌ କରାଯାଇଥିଲା।
କିନ୍ତୁ ଏହାର ୩୦୦ ବର୍ଷ ପରେ ଯେଉଁ ଦସ୍ତାବିଜ ଲେଖାଯାଇଥିଲା, ସେଥିରେ ଗୋମୂତ୍ରକୁ ସ୍ଥାନ ଦିଆଯାଇ ନ ଥିଲା।

ଅନେକ ଚିତ୍ରରୁ ମଧ୍ୟ ସୂଚନା ମିଳେ, ବାଣ କେବଳ ହିନ୍ଦୁଙ୍କ ପର୍ବ ଦୀପାବଳି କିମ୍ୱା ଦଶହରାରେ ଫୁଟାଯାଉ ନ ଥିଲା। ବହରଂ ମୁସଲମାନଙ୍କ ପର୍ବ ‘ସବ୍‌-ଏ-ବାରାତ୍‌’ରେ ମଧ୍ୟ ବାଣ ଫୁଟାଇବାର ରୀତି ଥିଲା।
ନିଜ ପୁସ୍ତକରେ ଐତିହାସିକ ଗୌଡ଼ ମରାଠୀ ସନ୍ଥ ଏକନାଥଙ୍କର ଏକ କବିତାକୁ ସ୍ଥାନ ଦେଇଛନ୍ତି। ୧୫୭୦ରେ ଲେଖିତ ଏହି କବିତା ଅନୁସାରେ, ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ବିବାହରେ ବାଣ ଫୁଟା ଯାଇଥିଲା।ପିକେ ଗୌଡ଼ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ, ତାଙ୍କ ଗବେଷଣାରେ ଅନେକ ସନ୍ଦେହପୂର୍ଣ୍ଣ ତଥ୍ୟ ରହିଛି।  ସେ ଏହା ସ୍ୱୀକାର କରିଛନ୍ତି ଯେ ବାଣ ପରମ୍ପରା ଚୀନ୍‌ରୁ ଭାରତକୁ କେଉଁ ସମୟରେ ଆସିଥିଲା, ତାହା  କଥା ଜାଣିବା କଷ୍ଟ।
ବାଣ ଫୁଟାଇବା ପରମ୍ପରା କିପରି ଗୋଟିଏ ଶତାବ୍ଦୀରୁ ଅନ୍ୟ ଏକ ଶତାବ୍ଦୀରେ ପହଞ୍ଚିଲା ଏବଂ ଏହାର ରୂପ କେଉଁ ସମୟରେ ପରିବର୍ତ୍ତନ ହୋଇ ରଙ୍ଗୀନ ହେଲା, ତାହା ଖୋଜି ବାହାର କରିବାର ଦାୟିତ୍ୱ ଐତିହାସିକ ପିକେ ଗୌଡ଼ ନିଜ ପରବର୍ତ୍ତୀ ପିଢ଼ିର ଗବେଷକଙ୍କ ଉପରେ ଛାଡ଼ି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story