Advertisment

ନୋଭେଲ୍ କରୋନା ସଂକ୍ରମଣର ଏଭଳି ଲକ୍ଷଣ ମଧ୍ୟ ରହିଛି...

ଲକ୍ଷ୍ନୌ: ନୋଭେଲ୍ କରୋନା ଭୂତାଣୁ ନିଜର ପ୍ରକୋପ ଜାରି ରଖିଛି। ଏନେଇ କୌଣସି ନିର୍ଦ୍ଦିଷ୍ଟ ସମାଧାନରେ ପହଞ୍ଚିବା ଲାଗି ସାରା ଦୁନିଆର ଡାକ୍ତର, ବିଶେଷଜ୍ଞ ମଣ୍ଡଳୀ ଲାଗିପଡ଼ିଛନ୍ତି। ଏପଟେ ସଂକ୍ରମଣର ଲକ୍ଷଣରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟତା ଜଣାପଡ଼ୁ ନାହିଁ। ଏପରି କି ଶରୀରରେ ବିନା କୌଣସି ଲକ୍ଷଣରେ ମଧ୍ୟ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସୁଥିବାର ନଜିର ରହିଛି। ଏହାରି ଭିତରେ କରୋନା ସଂକ୍ରମଣର ଲକ୍ଷଣକୁ ନେଇ ନୂତନ ତଥ୍ୟା ସାମ୍ନାକୁ ଆସିଛି। କରୋନା ଭୂତାଣୁ ଶରୀରରେ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ନୋଭେଲ୍ କରୋନା ସଂକ୍ରମଣର ଏଭଳି ଲକ୍ଷଣ ମଧ୍ୟ ରହିଛି...

coronavirus symptoms

ଲକ୍ଷ୍ନୌ: ନୋଭେଲ୍ କରୋନା ଭୂତାଣୁ ନିଜର ପ୍ରକୋପ ଜାରି ରଖିଛି। ଏନେଇ କୌଣସି ନିର୍ଦ୍ଦିଷ୍ଟ ସମାଧାନରେ ପହଞ୍ଚିବା ଲାଗି ସାରା ଦୁନିଆର ଡାକ୍ତର, ବିଶେଷଜ୍ଞ ମଣ୍ଡଳୀ ଲାଗିପଡ଼ିଛନ୍ତି। ଏପଟେ ସଂକ୍ରମଣର ଲକ୍ଷଣରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟତା ଜଣାପଡ଼ୁ ନାହିଁ। ଏପରି କି ଶରୀରରେ ବିନା କୌଣସି ଲକ୍ଷଣରେ ମଧ୍ୟ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସୁଥିବାର ନଜିର ରହିଛି। ଏହାରି ଭିତରେ କରୋନା ସଂକ୍ରମଣର ଲକ୍ଷଣକୁ ନେଇ ନୂତନ ତଥ୍ୟା ସାମ୍ନାକୁ ଆସିଛି।

Advertisment

କରୋନା ଭୂତାଣୁ ଶରୀରରେ ପାଚନ କ୍ରିୟା ଉପରେ ଆକ୍ରମଣ କରି ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇପାରେ। ବିଶ୍ୱର ଭିନ୍ନ ଭିନ୍ନ ଦେଶର ୪ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କ ଉପରେ ଏକ ଅନୁଧ୍ୟାନ କରିବା ପରେ ଏହି ତଥ୍ୟ ଜଣାପଡ଼ିଛି। ଏଣୁ ଖାଦ୍ୟ ଗ୍ରହଣ କରିବାରୁ ବିମୁଖ ହେବା, ପେଟ କାଟିବା ଭଳି ଲକ୍ଷଣ ଦେଖାଦେଲେ ମଧ୍ୟ ସତର୍କ ହୋଇଯିବା ଆବଶ୍ୟକ।

ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜ ମେଡିକାଲ କଲେଜ (କେଜିଏମୟୁ)ର ଗ୍ୟାଷ୍ଟ୍ରୋଲୋଜି ବିଭାଗ ଅଧ୍ୟକ୍ଷ ଡା. ସୁମିତ ରୁଙ୍ଗଟା ଏନେଇ ଏକ ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଭୋକ ନ ଲାଗିଲେ ବା ଖାଦ୍ୟ ପ୍ରତି ବିମୁଖତା ଆସିଲେ ତଥା ଶରୀରରେ ଏନଜାଇମ୍ ମାତ୍ରାଧିକ ନିର୍ଗତ ହେଲେ ଯକୃତ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଶେଷରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ। ଏଭଳି ସ୍ଥିତି ଆସିଲେ କରୋନା ଭୂତାଣୁ ଶରୀରକୁ ସମ୍ପୂର୍ଣ୍ଣ ଅକ୍ତିଆର କରିଦେଇପାରେ। ଏହା ସର୍ବ ପ୍ରଥମେ ଶ୍ୱାସକ୍ରୀୟା ଉପରେ ଆକ୍ରମଣ କରିଥାଏ। ଏହାପରେ ସେ ପାଚନ କ୍ରିୟାକୁ ଟାର୍ଗେଟ୍ କରେ। ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍ ମେଡିସିନ୍, ଲୁସେଣ୍ଟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଣ୍ଡ୍ ହେପେଟୋଲୋଜିର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ବୋଲି ଡା. ରୁଙ୍ଗଟା କହିଛନ୍ତି।

Advertisment

ସୂଚନା ଯେ, ଚିକିତ୍ସା ବୈଜ୍ଞାନିକମାନେ ବିଭିନ୍ନ ଦେଶର ପ୍ରାୟ ୪,୨୪୩ କୋଭିଡ୍-୧୯ ଆକ୍ରାନ୍ତଙ୍କ ଉପରେ ଏହି ସର୍ଭେ କରିଥିଲେ। ଭୂତାଣୁ ସଂକ୍ରମଣ ଯୋଗୁ ରୋଗୀଙ୍କ ପେଟ, ଅନ୍ତଃନଳୀ ଏବଂ ଯକୃତ ଦୁର୍ବଳ ହୋଇପଡ଼ିଥିବା ଜଣାପଡ଼ିଲା। ଦୁର୍ବଳ ପାଚନ କ୍ରିୟା ଯୋଗୁ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା। ଡା. ରୁଙ୍ଗଟାଙ୍କ ଅନୁଯାୟୀ, ଯକୃତ ଉପରେ କରୋନା ଭୂତାଣୁର ପ୍ରଭାବ ସର୍ବାଧିକ ପଡ଼ିଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ଯକୃତରେ ଭୂତାଣୁ ପହଞ୍ଚିବା ମାତ୍ରେ ଏନଜାଇମ ବହୁ ମାତ୍ରାରେ ନିର୍ଗତ ହୋଇଥିଲା। ସେହିପରି ଯକୃତରେ ଏସଜିପିଟି, ଏସଜିଓଟିର ମାତ୍ରା ବଢ଼ିଥିବା ମଧ୍ୟ ଜଣାପଡ଼ିଥିଲା। ଫଳରେ ଯକୃତ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଏହା ଅକ୍ଷମ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

ପ୍ରାୟ ୪୦ ପ୍ରତିଶତ ସଂକ୍ରମିତଙ୍କ ଯକୃତରେ ଏନଜାଇମ୍ ମାତ୍ରାଧିକ ଥିବା ସର୍ଭେରୁ ଜଣାପଡ଼ିଛି। ଏହା ଯକୃତକୁ ଦୁର୍ବଳ ଓ ଅକ୍ଷମ ମଧ୍ୟ କରିବାର କ୍ଷମତା ରଖିଛି। ଏଣୁ ପାଚନ କ୍ରିୟା ସହ ଜଡ଼ିତ କୌଣସି ନୂଆ ଲକ୍ଷଣ ଦେଖାଗଲେ ଆପଣ ସତର୍କ ହୋଇଯାନ୍ତୁ। ପତଳା ଝାଡ଼ା ବା ଡାଇରିଆ ହେଲେ ମଧ୍ୟ ଅବସ୍ଥା ଗମ୍ଭୀର ହୋଇପାରେ।

ଡା. ରୁଙ୍ଗଟା ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ହେଲେ ଜ୍ୱର, ଥଣ୍ଡା, କାଶ, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣ ଦେଖାଦେଇଥାଏ। କିନ୍ତୁ ଡାଇରିଆକୁ ମଧ୍ୟ ହାଲୁକା ଭାବେ ନିଆଯାଇପାରିବ ନାହିଁ। ଏଭଳି ଲକ୍ଷଣ ଦେଖାଦେଲେ ମଧ୍ୟ ଆପଣ ସଜାଗ ହୋଇଯାନ୍ତୁ। ନିଜ ଶରୀରର କୌଣସି କ୍ରିୟାର ପରିବର୍ତ୍ତନ ଉପରେ ଧ୍ୟାନ ରଖନ୍ତୁ। ଆବଶ୍ୟକ ସ୍ଥଳେ କରୋନା ଟେଷ୍ଟ ମଧ୍ୟ କରିନିଅନ୍ତୁ।

ଏହି ସବୁ ଲକ୍ଷଣ ଆସିଲେ ସତର୍କ ହୋଇଯାନ୍ତୁ।

  • ଭୋକ ନ ଲାଗିବା।
  • ପତଳା ଝାଡ଼ା ହେବା।
  • ବାନ୍ତି ବାନ୍ତି ଲାଗିବା ବା ବାନ୍ତି ହେବା।
  • ପେଟରେ ଯନ୍ତ୍ରଣା ଅନୁଭବ କରିବା।