ମାଲିକଙ୍କୁ ବଞ୍ଚାଇ ଦେଲା ବିଶ୍ୱାସୀ କୁକୁର; ବାଟ ପାଇଲେନି ଲୁଟେରା

କୁକୁର ଠାରୁ ବିଶ୍ୱସ୍ତ ଆଉ କିଏ ଅଛି? ଆବଶ୍ୟକ ପଡ଼ିଲେ ଏମାନେ ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ଏ କଥା ପୁଣି ପ୍ରମାଣିତ କରିଛି ଲିଓ। ‘ଲିଓ’ ଏକ ପୋଷା କୁକୁରର ନାଁ। ସେ ତା ମାଲିକଙ୍କ ସହ ବେଙ୍ଗଲୁରୁରେ ରହେ। ତା’ମାଲିକ ଜଣେ ପ୍ରଫେସର। ସେ ପ୍ରତିଦିନ କ୍ଷୀର ପାଇଁ ସହରର ମହାଲକ୍ଷ୍ମୀ ଅଞ୍ଚଳରେ ଥିବା ନନ୍ଦିନୀ ମିଲ୍କ ପାର୍ଲରକୁ ଯାଆନ୍ତି। ଗତ ମାର୍ଚ୍ଚ ୮ ତାରିଖରେ କିନ୍ତୁ ଯାହା ତାଙ୍କ […]

dog

dog

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 03:25 PM IST

Sports

Latest News

କୁକୁର ଠାରୁ ବିଶ୍ୱସ୍ତ ଆଉ କିଏ ଅଛି? ଆବଶ୍ୟକ ପଡ଼ିଲେ ଏମାନେ ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ଏ କଥା ପୁଣି ପ୍ରମାଣିତ କରିଛି ଲିଓ। ‘ଲିଓ’ ଏକ ପୋଷା କୁକୁରର ନାଁ। ସେ ତା ମାଲିକଙ୍କ ସହ ବେଙ୍ଗଲୁରୁରେ ରହେ। ତା’ମାଲିକ ଜଣେ ପ୍ରଫେସର। ସେ ପ୍ରତିଦିନ କ୍ଷୀର ପାଇଁ ସହରର ମହାଲକ୍ଷ୍ମୀ ଅଞ୍ଚଳରେ ଥିବା ନନ୍ଦିନୀ ମିଲ୍କ ପାର୍ଲରକୁ ଯାଆନ୍ତି। ଗତ ମାର୍ଚ୍ଚ ୮ ତାରିଖରେ କିନ୍ତୁ ଯାହା ତାଙ୍କ ସହିତ ଘଟିଲା, ସେଭଳି ପୂର୍ବରୁ କେବେ ହୋଇ ନ ଥିଲା।

ସବୁ ଦିନ ଭଳି ସେଦିନ ବି ଭୋର୍ ୫ଟାରୁ ସେ ବାହାରି ପଡ଼ିଲେ କ୍ଷୀର ଆଣିବାକୁ। ସେଦିନ ସେ ଗଲା ବେଳେ ସାଙ୍ଗରେ ‘ଲିଓ’କୁ ନେଇ ଯାଇଥିଲେ। ତାଙ୍କୁ ଲାଗିଲା ଯେମିତି ‘ଲିଓ’ ତାଙ୍କ ସହିତ ଯିବାକୁ ଚାହୁଁଛି। ତେଣୁ ସେ ତାକୁ ସାଙ୍ଗରେ ନେଲେ। ସେ ଆଗେ ଆଗେ ସ୍କୁଟରରେ ଗଲେ ଓ ତାଙ୍କ ପଛେ ପଛେ ଦୌଡ଼ିଲା ଲିଓ। କ୍ଷୀର କିଣି ସେମାନେ ଘରକୁ ଫେରୁଥିଲେ। ‘ଫିଫ୍‌ଟିନ୍‌ଥ ଏ କ୍ରସ୍’ ଅଞ୍ଚଳରେ ପ୍ରଫେସରଙ୍କ ସ୍କୁଟର ଆଗରେ ଆସି ଏକ କାର୍ ରହିଗଲା। କାର୍‌ରେ ୫ ଜଣ ବ୍ୟକ୍ତି ଥିଲେ। ସେ କିଛି ବୁଝିବା ପୂର୍ବରୁ ତିନି ଜଣ କାର୍ ଭିତରୁ ବାହାରି ତାଙ୍କ ସମ୍ମୁଖରେ ଛିଡ଼ା ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଫେସରଙ୍କ ବେକରେ ଏକ ଛୁରୀ ଲଗାଇ ରଖିଲା। ଆଉ ଜଣଙ୍କ ହାତରେ ଥାଏ ଖଣ୍ଡା। ତୃତୀୟ ବ୍ୟକ୍ତି ଜଣଙ୍କ ସେ ପିନ୍ଧିଥିବା ସୁନା ଚେନ୍ ଓ ଅନ୍ୟ ଦାମୀ ଜିନିଷ ଖୋଲିବାକୁ ଲାଗିଲେ। ତାଙ୍କର କିଛି କ୍ଷତି ନ କରିବାକୁ ପ୍ରଫେସର ଅନୁରୋଧ କଲେ ଓ ନିଜେ ସୁନା ଚେନ୍ ଖୋଲି ସେମାନଙ୍କୁ ଦେବାକୁ ଯାଉଥିଲେ। ସେହି ସମୟରେ ହଠାତ୍ ତାଙ୍କ ପୋଷା କୁକୁର ‘ଲିଓ’ ଜୋରରେ ଦୌଡ଼ି ଆସି ଲୁଟେରାଙ୍କ ଉପରେ ଝାମ୍ପି ପଡ଼ିଲା। ସେ ପ୍ରଥମେ ପ୍ରଫେସରଙ୍କ ବେକରେ ଚାକୁ ଲଗାଇ ରଖିଥିବା ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଇଥିଲା। ତେବେ ସେ କୌଣସି ମତେ ଖସି ଯାଇଥିଲା। ‘ଲିଓ’ର ଏ ରୂପ ଦେଖି ଲୁଟେରାମାନେ ଡରି ଗଲେ। ସେମାନେ ସେଠାରୁ ପଳାଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos