କୁଆଡ଼ୁ ଆସିବେ ପ୍ଲାଜମା ଡୋନର୍?

କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ଦିଗରେ ପ୍ଲାଜମା ଥେରାପୀକୁ ସଞ୍ଜିବନୀ ବୋଲି କୁହାଯାଉଛି। ଦିଲ୍ଲୀ-ଏନସିଆରରେ ସରକାରୀ ତଥା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ସଂକ୍ରମିତଙ୍କୁ ପ୍ଲାଜମା ଥେରାପୀ ଦିଆଯାଉଛି। ହେଲେ ପ୍ଲାଜମା ଡୋନର୍ ଖୋଜିବା ଏବେର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ଲାଜମା ଡୋନର୍ ଖୋଜିବା ଲାଗି ସୋଶାଲ ମିଡିଆକୁ ମଧ୍ୟ ବ୍ୟବହାର କରାଯାଉଛି, ଯାହା ସାହାଯ୍ୟରେ ଲୋକଙ୍କୁ ଠକାମୀର ଶିକାର ହେବାକୁ ମଧ୍ୟ ପଡ଼ୁଛି। କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା […]

plasma-therapy

plasma-therapy

Pragnya Choudhury
  • Published: Monday, 29 June 2020
  • Updated: 29 June 2020, 02:54 PM IST

କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ଦିଗରେ ପ୍ଲାଜମା ଥେରାପୀକୁ ସଞ୍ଜିବନୀ ବୋଲି କୁହାଯାଉଛି। ଦିଲ୍ଲୀ-ଏନସିଆରରେ ସରକାରୀ ତଥା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ସଂକ୍ରମିତଙ୍କୁ ପ୍ଲାଜମା ଥେରାପୀ ଦିଆଯାଉଛି। ହେଲେ ପ୍ଲାଜମା ଡୋନର୍ ଖୋଜିବା ଏବେର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ଲାଜମା ଡୋନର୍ ଖୋଜିବା ଲାଗି ସୋଶାଲ ମିଡିଆକୁ ମଧ୍ୟ ବ୍ୟବହାର କରାଯାଉଛି, ଯାହା ସାହାଯ୍ୟରେ ଲୋକଙ୍କୁ ଠକାମୀର ଶିକାର ହେବାକୁ ମଧ୍ୟ ପଡ଼ୁଛି।

କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପୀ ଲାଭପ୍ରଦ ହେଉଛି। ଏପଟେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଏଭଳି ସ୍ଥିତିରେ ପ୍ଲାଜମା ଡୋନରଙ୍କୁ ଖୋଜିବା କିନ୍ତୁ ହୋଇଯାଇଛି କାଠିକର ପାଠ। ଡାକ୍ତରଙ୍କ କହିବା ହେଲା ଯଦି ସରକାର ପ୍ଲାଜମା ବ୍ୟାଙ୍କ୍ କିମ୍ବା ଡୋନର୍ ପଞ୍ଜିକରଣ ପ୍ଲାଟଫର୍ମ ବ୍ୟବସ୍ଥା କରନ୍ତି, ଏହାର ସମାଧାନ ହୋଇପାରିବ। ଲୋକଙ୍କୁ ଆଉ ପ୍ଲାଜମା ଡୋନରଙ୍କୁ ଖୋଜିବା ଲାଗି ଏପଟେ ସେପଟେ ବୁଲି ହଇରାଣ ହେବାକୁ ପଡ଼ିବ ନାହିଁ।

ପରିସ୍ଥିତିର ଗୁରୁତ୍ୱ ବୁଝି ଦିଲ୍ଲୀ ସରକାର ସୋମବାର ପ୍ଲାଜମା ବ୍ୟାଙ୍କ୍ ହେବ ବୋଲି ଘୋଷଣା କରିଛନ୍ତି। ଏନେଇ କେଜ୍ରିବାଲ ସରକାର କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ପ୍ଲାଜମା ବ୍ୟାଙ୍କ ତିଆରି କରିବାକୁ ଯାଉଛୁ। ଏହା ସମଗ୍ର ଦେଶରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ହେବ। ଯେଉଁମାନେ କରୋନାରୁ ଆରୋଗ୍ୟ ହୋଇଛନ୍ତି ସେମାନଙ୍କୁ ଡୋନର୍ ହେବାକୁ କେଜ୍ରିଓ୍ୱାଲ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମିତଙ୍କୁ କେବଳ ସେମାନେ ପ୍ଲାଜମା ଡୋନେଟ୍ କରିପାରିବେ, ଯେଉଁମାନେ ୨-୩ ସପ୍ତାହ ପୂର୍ବରୁ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋଏଡା ନିବାସୀ ତଥା ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ଭିନୀତ ଟଣ୍ଡନ ଏନେଇ କହିଛନ୍ତି ଯେ, ତାଙ୍କ ଶ୍ୱଶୁସ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ସେ ଦିଲ୍ଲୀରେ ବାସ କରନ୍ତି। ମ୍ୟାକ୍ସ ହସ୍ପିଟାଲରେ ପ୍ରାୟ ଗୋଟିଏ ସପ୍ତାହ ହେଲା ତାଙ୍କ ଚିକିତ୍ସା ଚାଲିଛି। ତେବେ ଡାକ୍ତର ତାଙ୍କୁ ପ୍ଲାଜମା ଥେରାପୀ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ବ୍ଲଡ୍ ଗ୍ରୁପ ଏ ପଜିଟିଭ୍। ତେବେ ପ୍ଲାଜମା ଡୋନରଙ୍କୁ ଖୋଜିବାକୁ ତାଙ୍କୁ ଅହରାତ ଦୁଇଦିନ ଧରି ପରିଶ୍ରମ କରିବାକୁ ପଡ଼ିଥିଲା ବୋଲି ଟଣ୍ଡନ କହିଛନ୍ତି।

ସେ କହିଛନ୍ତି, ହସ୍ପିଟାଲ ମଧ୍ୟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଯୋଗାଯୋଗ ନମ୍ୱର ଅନ୍ୟ ବ୍ୟକ୍ତିଙ୍କୁ ଦେବାକୁ ରାଜି ହେଉନାହିଁ। ଏଭଳି ସ୍ଥିତିରେ ଟଣ୍ଡନ ୨୦୦ଜଣ ସୁସ୍ଥ ହୋଇଥିବା ଲୋକଙ୍କୁ କଳେ ବଳେ କୌଶଳେ ଯୋଗାଯୋଗ କରିଥିଲେ। ହେଲେ ଅନେକ ଭୟବଶତଃ ପ୍ଲାଜମା ଡୋନେଟ୍ କରିବା ମନା କରିଦେଇଥିବା ବେଳେ ଅନ୍ୟ କେତେଜଣ ହିମୋଗ୍ଲୋଭିନ୍ କମ୍ ଥିବା କହି ଠାଳିଦେଇଥିଲେ। ଶେଷରେ ନିଜ ସମ୍ପର୍କୀୟଙ୍କଠାରୁ ପ୍ଲାଜମା ଆଣି ବାପାଙ୍କ ଚିକିତ୍ସା କରାଇଥିଲେ ଟଣ୍ଡନ।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ରିକୋଭରୀ ରେଟ୍ ଆଶ୍ୱସ୍ତିଜନକ ଥିବାବେଳେ ଅନେକ ରୋଗୀ ସୁସ୍ଥ ହେଉଛନ୍ତି। ଏଭଳି ସ୍ଥିତିରେ କରୋନା ସଂକ୍ରମିତଙ୍କୁ ପ୍ଲାଜମା ମିଳିବା ଏକାପଣେ ଅସାଧ୍ୟ ନୁହେଁ। ଅନ୍ୟପଟେ ପ୍ଲାଜମା ଡୋନର୍ ଉପଲବ୍ଧ କରିବାକୁ ଅନେକ ଘରୋଇ ପୋର୍ଟାଲ ଆକ୍ଟିଭ୍ ରହିଛନ୍ତି। ଭିନୀତ୍ ଟଣ୍ଡନଙ୍କ ଅନୁସାରେ, ଏମାନଙ୍କ ମଧ୍ୟରେ କେତେଜଣ ଗ୍ରାହକଙ୍କୁ ଧୋକା ଦେଉଥିବା ମଧ୍ୟ ନଜରକୁ ଆସିଛି। ଯଦି ଡୋନର୍ ପଞ୍ଜିକରଣ ପାଇଁ କୌଣସି ସରକାରୀ ପୋର୍ଟାଲ ବା ବ୍ୟବସ୍ଥା କରାଯାଏ, ତେବେ ଲୋକଙ୍କୁ ସଠିକ୍ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି। ଏବେ ଟଣ୍ଡନଙ୍କ ଭଳି ଅନ୍ୟ ସମସ୍ତଙ୍କ ସମସ୍ୟାର ସମାଧାନ ମିଳିପାରିଛି। କେଜ୍ରିବାଲ ସରକାର ନିର୍ଦ୍ଦେଶକ୍ରମେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ପିତ୍ତ ସାଇନ୍ସ ସଂସ୍ଥା (ଆଇଏଲବିଏସ୍) ରେ ପ୍ଲାଜମା ବ୍ୟାଙ୍କ ନିର୍ମାଣ କରାଯିବ।

ଏହି ପରିପ୍ରେକ୍ଷୀରେ ଏମ୍ସର ଡା. ବିଜୟ ଗୁର୍ଜର କହିଛନ୍ତି, ସମସ୍ତ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସମସ୍ତ ତଥ୍ୟ ରହିଥାଏ। ଏଣୁ ସମସ୍ତ ହସ୍ପିଟାଲ ଏକ ଡ୍ୟାଶବୋଡ୍ ପ୍ରସ୍ତୁତ କରିବା ଜରୁରୀ ଅଟେ, ଯେଉଁଠାରେ ସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପୀ ପାଇଁ ପଞ୍ଜୀକୃତ କରିବା ଉଚିତ୍। ଏହା ଦ୍ୱାରା ରୋଗୀଙ୍କ ପରିବାର ଲୋକଙ୍କୁ ପ୍ଲାଜମା ଡୋନର୍ ଖୋଜିବାକୁ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ୫୨,୦୦୦ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏ ସମସ୍ତେ ପ୍ଲାଜମା ଡୋନର୍ ହୋଇପାରିବେ। ହେଲେ ସଚେତନତା ଅଭାବରେ ପ୍ଲାଜମା ଡୋନର୍ ମିଳିବା କଷ୍ଟକର ହୋଇପଡ଼ିଛି। ସରକାର ସିନା ପ୍ଲାଜମା ବ୍ୟାଙ୍କ ଖୋଲିଦେବେ, ହେଲେ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ରାଜି କରାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି। ଏ ଦିଗରେ ପର୍ଯ୍ୟାପ୍ତ ସଚେତନତା ସୃଷ୍ଟି କରାଯିବା ଦରକାର। ବିଶେଷଜ୍ଞମାନଙ୍କ ଅନୁସାରେ, ଏଯାବତ ଦେଶରେ ଯେତେଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି, ତାଙ୍କୁ ଦ୍ୱିତୀୟ ଥର କରୋନା ହୋଇନାହିଁ। ଏଭଳି କ୍ଷେତ୍ରରେ ଅଧିକରୁ ଅଧିକ ପ୍ଲାଜମା ଡୋନେଟ୍ କରିବା ଆବଶ୍ୟକ। କାରଣ ପ୍ଲାଜମା ଡୋନେଟ୍ କରି ଦ୍ୱିତୀୟ ଥର କରୋନା ହେବା ବା ଶରୀରର ଅନ୍ୟ କୌଣସି କ୍ଷତି ହେବା ଭଳି ଉଦାହରଣ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ପ୍ଲାଜମା ଥେରାପୀରେ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ଆରୋଗ୍ୟ ହେଉଛନ୍ତି। କେରଳ ସରକାର ପ୍ରଥମେ ଏହି ଚିକିତ୍ସା ପଦ୍ଧତି ଆପଣାଇ ସଫଳ ହୋଇଛନ୍ତି। ଏହାପରେ ଅନ୍ୟାନ୍ୟ ରାଜ୍ୟ ପ୍ଲାଜମା ଥେରାପୀ ଚିକିତ୍ସାକୁ ଆପଣେଇଛନ୍ତି।

ପ୍ରକାଶଯୋଗ୍ୟ, ନିକଟରେ ଏମ୍ସ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇଛି। ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ଫୋନ ମାଧ୍ୟମରେ ପ୍ଲାଜମା ଦାନ କରିବାକୁ ଏମ୍ସ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ତେବେ ସବୁଠାରୁ ଦୁଃଖର ବିଷୟ ହେଲା, ଯେତେ ଲୋକ ଠିକ୍ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧ ପ୍ରତିଶତ ଲୋକ ମଧ୍ୟ ପ୍ଲାଜମା ଦେବାକୁ ରାଜି ହେଉନାହାନ୍ତି। ଏଭଳି ସ୍ଥିତିରେ ସରକାର ଲୋକଙ୍କୁ ସଚେତନ କରିବାର ଆବଶ୍ୟକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story