ଶତ୍ରୁ ପକ୍ଷର ବୀରଙ୍କୁ ସମ୍ମାନ ଦିଏ ଭାରତୀୟ ସେନା; କାରଗିଲ୍ ଯୁଦ୍ଧ ପରେ ଦେଖିବାକୁ ମିଳିଥିଲା ଏହାର ଉଦାହରଣ

ନୂଆଦିଲ୍ଲୀ: ଯବାନମାନେ ବୀରତ୍ୱ କ’ଣ ଭଲ ଭାବେ ଜାଣନ୍ତି ଓ ବୀରଙ୍କୁ ସମ୍ମାନ ଦିଅନ୍ତି। ସେ ବୀର ଶତ୍ରୁପକ୍ଷର ହୋଇଥିଲେ ବି ତାଙ୍କ ବୀରତ୍ୱକୁ ପ୍ରଶଂସା କରିବାକୁ ଯବାନମାନେ ପଛାନ୍ତି ନାହିଁ। ଆଉ ଆମ ଦେଶର ଯବାନଙ୍କଠାରେ ମଧ୍ୟ ଏହି ଗୁଣ ରହିଛି। ଏହାର ଏକ ବଢ଼ିଆ ଉଦାହରଣ ଦେଖିବାକୁ ମିଳିଥିଲା ପାକିସ୍ତାନର ସ୍ୱର୍ଗତ ଯବାନ କ୍ୟାପ୍ଟେନ୍ କର୍ନାଲ୍ ଶେର୍ ଖାନ୍‌ଙ୍କ କ୍ଷେତ୍ରରେ। ପାକିସ୍ତାନ ସରକାର ତାଙ୍କର ଏହି ବାହାଦୁର ଯବାନଙ୍କୁ ‘ନିଶାନ୍-ଏ-ହାଇଦର’ ସମ୍ମାନରେ ସମ୍ମାନିତ କରିଥିଲେ। […]

pakistan1

pakistan1

Jitendra Garnayak
  • Published: Wednesday, 24 July 2019
  • Updated: 24 July 2019, 01:30 PM IST

ନୂଆଦିଲ୍ଲୀ: ଯବାନମାନେ ବୀରତ୍ୱ କ’ଣ ଭଲ ଭାବେ ଜାଣନ୍ତି ଓ ବୀରଙ୍କୁ ସମ୍ମାନ ଦିଅନ୍ତି। ସେ ବୀର ଶତ୍ରୁପକ୍ଷର ହୋଇଥିଲେ ବି ତାଙ୍କ ବୀରତ୍ୱକୁ ପ୍ରଶଂସା କରିବାକୁ ଯବାନମାନେ ପଛାନ୍ତି ନାହିଁ। ଆଉ ଆମ ଦେଶର ଯବାନଙ୍କଠାରେ ମଧ୍ୟ ଏହି ଗୁଣ ରହିଛି। ଏହାର ଏକ ବଢ଼ିଆ ଉଦାହରଣ ଦେଖିବାକୁ ମିଳିଥିଲା ପାକିସ୍ତାନର ସ୍ୱର୍ଗତ ଯବାନ କ୍ୟାପ୍ଟେନ୍ କର୍ନାଲ୍ ଶେର୍ ଖାନ୍‌ଙ୍କ କ୍ଷେତ୍ରରେ। ପାକିସ୍ତାନ ସରକାର ତାଙ୍କର ଏହି ବାହାଦୁର ଯବାନଙ୍କୁ ‘ନିଶାନ୍-ଏ-ହାଇଦର’ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ହେଉଛି ପାକିସ୍ତାନର ସର୍ବୋଚ୍ଚ ସାହସିକତା ପୁରସ୍କାର। ଭାରତର ‘ପରମ୍ ବୀର୍ ଚକ୍ର’ ସମ୍ମାନ ସହିତ ଏହା ସମାନ। ତେବେ ଖୁବ୍ କମ୍ ଲୋକ ହୁଏତ ଏହା ଜାଣିଥିବେ ଯେ, ଭାରତୀୟ ସେନାର ସୁପାରିସ ଆଧାରରେ ହିଁ ପାକିସ୍ତାନ ସରକାର କ୍ୟାପ୍ଟେନ୍ କର୍ନାଲ୍ ଶେର୍ ଖାନ୍‌ଙ୍କୁ ଦେଶର ସର୍ବୋଚ୍ଚ ସାହସିକତା ସମ୍ମାନରେ ସମ୍ମାନିତ କରିଥିଲେ।

୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ବେଳେ ୧୬,୭୦୦ ଫୁଟ୍ ଉଚ୍ଚରେ ଥିବା ଟାଇଗର୍ ହିଲ୍ ଅଞ୍ଚଳରେ ୫ଟି ପୋଷ୍ଟର ଦାୟିତ୍ୱରେ ଥିଲେ ଶେର୍ ଖାନ୍। ଭାରତୀୟ ଯବାନଙ୍କୁ ପ୍ରତିହତ କରିବା ପାଇଁ ସେ ବଢ଼ିଆ ରଣକୌଶଳ ବି ପ୍ରୟୋଗ କରିଥିଲେ। ଏ କଥାକୁ ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ଭି.ପି ମଲ୍ଲିକ୍ ତାଙ୍କ ବହି ‘କାର୍ଗିଲ୍-ଫ୍ରମ୍ ସର୍ପ୍ରାଇଜ୍ ଟୁ ଭିକ୍ଟରି’ରେ ସ୍ଥାନିତ କରିଛନ୍ତି।

ସେ ଲେଖିଛନ୍ତି, ଟାଇଗର ହିଲ୍କୁ ଅକ୍ତିଆର କରିବା ଅସମ୍ଭବ ମନେ ହେଉଥିଲା। ଜଣେ ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଏକ ଘମାଘୋଟ ଲଢ଼େଇ ପରେ ଆମେ ଜୁଲାଇ ୪ ତାରିଖରେ ଟାଇଗର ହିଲ୍‌କୁ ନିଜ କବଜାକୁ ଆଣିଥିଲୁ। ଏହାର ପରବର୍ତ୍ତୀ ୪ ଦିନରେ ଯବାନମାନେ ଧୀରେ ଧୀରେ ଟାଇଗର୍ ହିଲ୍ ଅଞ୍ଚଳର ଅନ୍ୟ ତିନୋଟି ସ୍ଥାନ- ହେଲ୍‌ମେଟ୍‌, ଇଣ୍ଡିଆ ଗେଟ୍ ଓ ରାଇନୋ ହର୍ଣ୍ଣକୁ ଅକ୍ତିଆରକୁ ଆଣିଥିଲେ। ଜୁଲାଇ ୭ ତାରିଖ ସକାଳ ୮ଟା ସୁଦ୍ଧା ‘ଅଷ୍ଟମ ଶିଖ୍’ ବାହିନୀ ପୂରା ଟାଇଗର ହିଲ୍ ଅଞ୍ଚଳକୁ ନିଜ କବଜାକୁ ଆଣିବା ପରେ ଶେର୍ ଖାନ୍ ଅଳ୍ପ କିଛି ପାକିସ୍ତାନୀ ଯବାନଙ୍କୁ ସାଙ୍ଗରେ ନେଇ କାଉଣ୍ଟର ଆଟାକ୍ କରିଥିଲେ। ଏହା ଆତ୍ମହତ୍ୟା କରିବା ସଦୃଶ ଥିଲା। ସେ ବି ଏ କଥା ଜାଣିଥିଲେ। କାରଣ ଦିନ ବେଳେ ସେ ଆକ୍ରମଣ କରିଥିଲେ। ଆଉ ଭାରତୀୟ ଯବାନଙ୍କୁ ତାଙ୍କ ଉପସ୍ଥିତି ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା। ତେବେ ସେ ମିଲିଟାରୀ ପରମ୍ପରାକୁ ଅନୁସରଣ କରି ଆକ୍ରମଣ କରିଥିଲେ। ତେବେ ଆକ୍ରମଣ ଏତେ ଭୟଙ୍କର ଥିଲେ ଯେ ମୁକାବିଲା ପାଇଁ ଉପସ୍ଥିତ ଭାରତୀୟ ଯବାନମାନେ ଆଉ ଏକ ପ୍ଲାଟୁନ୍‌ର ସହାୟତା ନେଇଥିଲେ। ଶେର୍ ଖାନ୍ ତାଙ୍କ ଶରୀରରେ ଜୀବନ ଥିବା ପର୍ଯ୍ୟନ୍ତ ଲଢ଼ିଥିଲେ। ଯେତେବେଳେ ତାଙ୍କ ଉପରେ ଲଗାତାର ଗୁଳି ବର୍ଷଣ ହେଲା, ସେ ତଳେ ପଡ଼ି ଯାଇଥିଲେ। ହେଲେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ହାତରୁ ରାଇଫଲ୍ ଖସି ନଥିଲା।

କ୍ୟାପ୍ଟେନ୍ ଶେର୍ ଖାନ୍‌ଙ୍କ ସାହସ ଭାରତୀୟ ଯବାନଙ୍କ ହୃଦୟ ଜିତିଥିଲା। ଏହା ପରେ ଶେର ଖାନ୍‌ଙ୍କ ସାହସିକତା ବିଷୟରେ ଭାରତୀୟ ସେନା ପାକିସ୍ତାନକୁ ଲିଖିତ ଭାବେ ଜଣାଇଥିଲା। ଆଉ ଏହାରି ଆଧାରରେ କ୍ୟାପ୍ଟେନ୍ କର୍ନାଲ୍‌ ଶେର୍ ଖାନ୍‌ଙ୍କୁ ‘ନିଶାନ୍-ଏ-ହାଇଦର’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story