ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା ପ୍ରତି ନିଷ୍ଠା କେତେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଓଡ଼ିଆକୁ ରାଜ୍ୟର ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବାକୁ ଆଇନ ହେବାର ପ୍ରାୟ ୬୦ ବର୍ଷ ପରେ ସରକାର ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏହା ଏଯାଏଁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ। ଏବେ ବି ରାଜ୍ୟ ସରକାରଙ୍କର ଅଧିକାଂଶ ଫାଇଲ ଇଂରାଜୀରେ ଲେଖାଯାଉଛି। ଏବେ ବି ବିଧାନସଭାରେ ଆଗତ ହେଉଥିବା ବିଲ୍‌ ଇତ୍ୟାଦି ଇଂରାଜୀ ଭାଷାରେ ଲେଖାଯାଉଛି। ଓଡ଼ିଆ ଭାଷାକୁ ରାଜ୍ୟ ସରକାର ଅବହେଳା କରୁନାହାନ୍ତି ବୋଲି ଏକ ଧାରଣା […]

university

university

Debendra Prusty
  • Published: Thursday, 15 July 2021
  • Updated: 15 July 2021, 04:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଓଡ଼ିଆକୁ ରାଜ୍ୟର ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବାକୁ ଆଇନ ହେବାର ପ୍ରାୟ ୬୦ ବର୍ଷ ପରେ ସରକାର ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏହା ଏଯାଏଁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ। ଏବେ ବି ରାଜ୍ୟ ସରକାରଙ୍କର ଅଧିକାଂଶ ଫାଇଲ ଇଂରାଜୀରେ ଲେଖାଯାଉଛି। ଏବେ ବି ବିଧାନସଭାରେ ଆଗତ ହେଉଥିବା ବିଲ୍‌ ଇତ୍ୟାଦି ଇଂରାଜୀ ଭାଷାରେ ଲେଖାଯାଉଛି। ଓଡ଼ିଆ ଭାଷାକୁ ରାଜ୍ୟ ସରକାର ଅବହେଳା କରୁନାହାନ୍ତି ବୋଲି ଏକ ଧାରଣା ଦେବାକୁ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ସହିତ ଏଥିପାଇଁ ୧୧ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି। ଇଂରାଜୀରେ ଓଡ଼ିଶାର ପୁରୁଣା ବନାନ ବଦଳେଇବା ଓ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆଦିକୁ ନେଇ ରାଜ୍ୟ ସରକାର ନିଜ ଓଡ଼ିଆ ପ୍ରୀତିର ପ୍ରଚାର କରୁଥିଲେ ମଧ୍ୟ ବାସ୍ତବରେ ଓଡ଼ିଆ ଭାଷା ଏଯାଏଁ ଓଡ଼ିଶା ସରକାରଙ୍କ ପ୍ରମୁଖ ଭାଷା ହୋଇପାରି ନାହିଁ। ଅଧିକନ୍ତୁ ଏଇ ନିକଟରେ ସୂଚନା ଅଧିକାର ଆଇନ ବଳରେ ସାମାଜିକ କର୍ମୀମାନେ ହାସଲ କରିଥିବା ତଥ୍ୟରୁ ଓଡ଼ିଆ ଭାଷା ପ୍ରତି ରାଜ୍ୟ ସରକାର କିଭଳି ଭାବେ ଉଦାସୀନ ତାହା ସ୍ପଷ୍ଟ ହୋଇଯାଇଛି।

ମୁଖ୍ୟତଃ ଓଡ଼ିଆ ଭାଷାକୁ ଭିତ୍ତି କରି ହିଁ ଗଠିତ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଅଥଚ ଏଇ ଭାଷାଟିକୁ ଏଯାଏଁ ରାଜ୍ୟ ସରକାର ନିଜର ଭାଷା ଭାବେ କାର୍ଯ୍ୟକାରୀ ନକରିବା ନିଶ୍ଚୟ ଓଡ଼ିଆ ସ୍ୱାଭିମାନ ପ୍ରତି ପ୍ରଚଣ୍ଡ କୁଠାରଘାତ। ଓଡ଼ିଆ ବିଶ୍ୱବିଦ୍ୟାଳୟ ଜରିଆରେ ଓଡ଼ିଆକୁ କର୍ମ ଓ ନିଯୁକ୍ତିର ଭାଷା କରିବାକୁ ସରକାର ଯେଉଁ ଅବଧାରଣା ଜନ୍ମାଇଛନ୍ତି ତାହା କିପରି ଏକ ଛଳନା ତାହା ନୂଆ ଆରଟିଆଇ ତଥ୍ୟରୁ ଜଣାପଡ଼ିଯାଇଛି। ଏହି ତଥ୍ୟ ଅନୁସାରେ ରାଜ୍ୟ ସରକାର ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଅଧିକତର ଶିକ୍ଷା ଓ ଗବେଷଣା ପାଇଁ ମଝିରେ ମଝିରେ ସୃଷ୍ଟି କରିଥିବା ଅନେକ ପଦବୀ ଦଶନ୍ଧି ଦଶନ୍ଧି ଧରି ଖାଲି ପଡ଼ିଛି। ରାଜ୍ୟ ସରକାର ମାତ୍ର ୩ ମାସ ଭିତରେ ରାଜ୍ୟରେ ହକି ବିଶ୍ୱକପ୍‌ ଆୟୋଜନ କରି ବାହାବା ସାଉଣ୍ଟିଥିଲେ ମଧ୍ୟ ଘୋଷଣାର ୩ ବର୍ଷ ପରେ ମଧ୍ୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇନାହିଁ। ସେହିପରି ଅଳ୍ପ କେଇଟି କଲେଜକୁ ଛାଡ଼ିଦେଲେ ରାଜ୍ୟର ପ୍ରାୟ ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରାଧ୍ୟାପକ, ଅଧ୍ୟାପକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଖୋଲିଥିବା ଚେୟାର ପଦ ଖାଲି ପଡ଼ିଛି।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗତ ମେ ଶେଷ ଭାଗରେ ରାଜ୍ୟ ସରକାରଙ୍କଠାରୁ ହାସଲ କରିଥିବା ତଥ୍ୟ ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ଚେୟାର ୧୯୮୯ ମସିହାରୁ ଖାଲି ପଡ଼ିଛି। ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଅବସର ନେଲା ପରେ ରାଜ୍ୟ ସରକାର ଦୀର୍ଘ ୩୦ ବର୍ଷ ଧରି ଏହି ପଦରେ କାହାକୁ ନିଯୁକ୍ତ କରିନାହାନ୍ତି। ଠିକ ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆର୍ତ୍ତବନ୍ଦୁ ଚେୟାର ପାଇଁ ପ୍ରଫେସର ଆଶୁତୋଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କର ଅବସର ପରେ ଏହି ପଦବୀ ୧୯୯୮ ମସିହାରୁ ଖାଲି ପଡ଼ିଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କଲା ପରେ ରାଜ୍ୟ ସରକାର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ପ୍ରତିଷ୍ଠା କରିବାକୁ ୨୦୧୮ ମସିହାରେ ୩.୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏହି ଚେୟାରରେ କିଏ ନିଯୁକ୍ତ ହେଲେ ଓ ସେ କାମ କରୁଛନ୍ତି କି ନାହିଁ ସେ ଖବର ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ତେବେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଥିବା ଜବାହରଲାଲ ବିଶ୍ୱବିଦ୍ୟାଳୟରେ ୨୦୧୭ ମସିହାରେ ଖୋଲିଥିବା ଆଦିକବି ସାରଳା ଦାସ ଚେୟାର ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓ ସେହି ପଦରେ ପ୍ରଫେସର ଉଦୟ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି।

ସରକାର ନିଜେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରେ ୬ଟି ଓଡ଼ିଆ ଅଧ୍ୟାପକ ପଦବୀରୁ ୫ଟି ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସମସ୍ତ ୭ଟି ପ୍ରଫେସର ଓ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରିପଦା ଏମପିସି ସ୍ୱୟଂଶାସିତ କଲେଜରେ ୬ଟି ପଦବୀରୁ ୪ଟି ପଦବୀ ଖାଲି ପଡ଼ିଛି। କଳାହାଣ୍ଡିର ଭବାନୀପାଟଣା ସ୍ଥିତ ସରକାରୀ ସ୍ୱୟଂଶାସିତରେ ସମସ୍ତ ୭ଟି ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ୨୦୧୯ ମସିହାରୁ ବାଲେଶ୍ୱର ଫକିରମୋହନ କଲେଜର ସମସ୍ତ ୩ଟି ଯାକ ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। କଟକର ରେଭେନ୍ସା ମହାବିଦ୍ୟାଳୟର ୩ଟି ଓଡ଼ିଆ ଅଧ୍ୟାପକ ପଦବୀ ୨୦୧୬ ମସିହାରୁ ଖାଲି ପଡ଼ିଛି। ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇଟି ପ୍ରଫେସର ପଦବୀ ୨୦୧୬ ମସିହାରୁ ଖାଲି ପଡ଼ିଛି। ପୁରୀ ସରକାରୀ ମହିଳା ମହାବିଦ୍ୟାଳୟର ଗୋଟିଏ ଅଧ୍ୟାପକ ପଦବୀ ସୃଷ୍ଟି ହୋଇଛି। ଏହା ୨୦୧୦ ମସିହାରୁ ଖାଲି ପଡ଼ିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ୪ଟି ପ୍ରାଧ୍ୟାପକ ଓ ସହ ପ୍ରାଧ୍ୟାପକ ପଦ ଯଥାକ୍ରମେ ୨୦୧୬ ଓ ୨୦୧୯ ମସିହାରୁ ଖାଲିପଡ଼ିଛି। ଠିକ ସେହିପରି ଗଞ୍ଜାମ, ଢେଙ୍କାନାଳ, ନବରଙ୍ଗପୁର, ସୁବର୍ଣ୍ଣପୁର, କୋରାପୁଟ, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଯାଜୁପୁର, ରାୟଗଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାରେ ଥିବା ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ବହୁ ଓଡ଼ିଆ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦ ଖାଲି ପଡ଼ିଛି।

ଏହି ତଥ୍ୟରୁ ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟୟନ ଓ ଗବେଷଣା ପ୍ରତି ରାଜ୍ୟ ସରକାରଙ୍କ ନିଷ୍ଠା ଓ ପ୍ରତିଶ୍ରୁତି କେତେ ଦୁର୍ବଳ ତାହା ବୁଝାପଡ଼ୁଛି। ଏଭଳି ସ୍ଥଳେ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଲେ ଯେ ଓଡ଼ିଆ ଭାଷା ପ୍ରତି ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ବଦଳିଯିବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ସରକାର ଯଦି ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଓ ପ୍ରଶାସନ ଚଳାଇବାକୁ ବାଧ୍ୟତାମୂଳକ କରନ୍ତେ ତେବେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଅଧ୍ୟାପକ ନଥିଲେ ମଧ୍ୟ ସରକାରୀ ଚାକିରି ପାଇଁ ବ୍ୟାକୁଳ ପିଲାମାନେ ଘରୋଇ ଭାବେ ଓଡ଼ିଆ ଭାଷାରେ ବ୍ୟୁତ୍ପତ୍ତି ହାସଲ କରନ୍ତେ। କିନ୍ତୁ ଓଡ଼ିଶା ଶାସନ ଇଂରାଜୀରେ ଚାଲୁଥିଲା ଯାଏଁ ପିଲାମାନେ ଓଡ଼ିଶା ସରକାରରେ ଚାକିରି କରିବାକୁ ଇଂରାଜୀ ପଢ଼ିବାକୁ ଅଧିକ ଆଗ୍ରହୀ ହେବେ ସିନା ଓଡ଼ିଆ ପ୍ରତି ସେତେ ଆକର୍ଷିତ ହେବେ ନାହିଁ। ରାଜ୍ୟ ସରକାର ଏହା ବୁଝି ନଥିବେ ତାହା ନୁହେଁ, ମାତ୍ର ମୁଷ୍ଟିମେୟ କେଇ ଜଣ ନେତା ଓ ବାବୁଙ୍କ ଇଂରାଜୀ ପ୍ରୀତି ଓ ଓଡ଼ିଆ ଭାଷା ପ୍ରତି ନ୍ୟୁନ ମନୋଭାବ ଯୋଗୁଁ ଏଯାଏଁ ଭାଷା ଆଇନ ଫଳପ୍ରସୂ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story