୫ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ଚାନ୍ଦବାଲି: ସବୁ ଝିଅଙ୍କ ପରି ତାଙ୍କର ବି ଇଚ୍ଛା ଥିଲା ପାଠ ପଢ଼ି ଚାକିରି କରିବେ। ଗରିବ ବାପା ଓ ମା’ଙ୍କ ବାର୍ଦ୍ଧକ୍ୟରେ ଆଶ୍ରା ହେବେ। ହେଲେ ସବୁ ଆଶା ଆଶାରେ ହିଁ ରହିଗଲା। ଯେଉଁ ପାଦରେ ଏବେ ପାଉଁଜିର ରୁଣୁଝୁଣୁ ଶୁଭୁଥା’ନ୍ତା,  ସେହି ପାଦ ଏବେ ଲୁହା ଶିକୁଳିରେ ବନ୍ଧା। ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଦୀର୍ଘ ୫ ବର୍ଷ ହେଲା ଛାତିରେ ପଥର ରଖି ଅଳିଅଳ ଝିଅକୁ ଘର ଭିତରେ ବାନ୍ଧି ରଖିଛନ୍ତି […]

anita

anita

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 09:43 AM IST

Sports

Latest News

ଚାନ୍ଦବାଲି: ସବୁ ଝିଅଙ୍କ ପରି ତାଙ୍କର ବି ଇଚ୍ଛା ଥିଲା ପାଠ ପଢ଼ି ଚାକିରି କରିବେ। ଗରିବ ବାପା ଓ ମା’ଙ୍କ ବାର୍ଦ୍ଧକ୍ୟରେ ଆଶ୍ରା ହେବେ। ହେଲେ ସବୁ ଆଶା ଆଶାରେ ହିଁ ରହିଗଲା। ଯେଉଁ ପାଦରେ ଏବେ ପାଉଁଜିର ରୁଣୁଝୁଣୁ ଶୁଭୁଥା’ନ୍ତା,  ସେହି ପାଦ ଏବେ ଲୁହା ଶିକୁଳିରେ ବନ୍ଧା। ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଦୀର୍ଘ ୫ ବର୍ଷ ହେଲା ଛାତିରେ ପଥର ରଖି ଅଳିଅଳ ଝିଅକୁ ଘର ଭିତରେ ବାନ୍ଧି ରଖିଛନ୍ତି ବାପାମା’। ଏ କାହାଣୀ ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ରାଜନଗର ପଞ୍ଜାୟତର ଛତ୍ରଦା ଗାଁର ୩୨ ବର୍ଷୀୟ ଅନୀତାଙ୍କର।

[caption id="attachment_75319" align="aligncenter" width="700"]anita1 ଅନୀତା ପଣ୍ଡା[/caption]

ସବୁ ପିଲାଙ୍କ ପରି ଅନୀତା ସ୍କୁଲ୍ ଯାଉଥିଲେ। ସେ ଭଲ ପାଠ ବି ପଢୁଥିଲେ। ଦିନ ମଜୁରିଆ ବାପାମା’ ବି ବହୁ କଷ୍ଟରେ ତାଙ୍କୁ ପାଠ ପଢାଉଥିଲେ। ଅନୀତା ମାଟ୍ରିକ୍ ପାସ୍ କରିବା ପରେ ନର୍ସିଂ ପଢ଼ିବା ପାଇଁ କଟକ ଯାଇଥିଲେ। କିନ୍ତୁ ବିଡ଼ମ୍ବନା ଯେ ନର୍ସିଂ ପାଠ ପଢ଼ି ରୋଗୀଙ୍କ ସେବା କରିବାର ସ୍ୱପ୍ନ ନେଇ କଟକ ଯାଇଥିବା ସୁନୀତା ନିଜେ ରୋଗୀ ପାଲଟି ଗଲେ। ନର୍ସିଂ ପାଠ ପଢ଼ିବା ପୂର୍ବରୁ ସେ ମାନସିକ ରୋଗରେ ଆକ୍ରାନ୍ତ ହେଲେ। ବିଭିନ୍ନ ପ୍ରକାର ବାଚାଳାମି କଲେ। ଏଣେତେଣେ ଚାଲିଗଲେ। ତାଙ୍କର ଏ ପ୍ରକାର ଆଚରଣରେ ଭାଙ୍ଗିପଡ଼ିଲେ ବାପାମା’। ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାରେ ମାନସିକ ରୋଗ ବିଭାଗରେ ଦେଖାଇଥିଲେ। ଔଷଧ ଖାଇଲା ପରେ ଧୀରେ ଧୀରେ ଅନୀତା ଭଲ ହୋଇଯିବେ ବୋଲି ଡାକ୍ତରମାନେ ଆଶ୍ୱସନା ଦେଇଥିଲେ। ତେବେ ବର୍ଷ  ପରେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅନୀତାଙ୍କ ମାନସିକ ସ୍ୱାସ୍ଥ୍ୟରେ କିଛି ବି ଉନ୍ନତି ହୋଇ ନ ଥିଲା। ବରଂ ତାଙ୍କର ସ୍ଥିତି ଆହୁରି ବିଗିଡ଼ିବାକୁ ଲାଗିଲା। ଅନୀତା ଏଣେତେଣେ ପଳାଇବା ସହ ଲୋକଙ୍କୁ ଆକ୍ରମଣ କଲେ। ତେଣୁ ଉପାୟଶୂନ୍ୟ ବାପାମା’ ତାଙ୍କୁ ଶିକୁଳିରେ ବାନ୍ଧି ରଖିଲେ। ୫ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇ ଘର ଭିତରେ ପଡ଼ି ରହିଛନ୍ତି ଅନୀତା। ସମୟକୁ ସମୟ ମା’ ଖାଇବାକୁ ଦିଅନ୍ତି।

ଗାଁର ଶାନ୍ତିଲତା ପଣ୍ଡା କହିଛନ୍ତି,“ମାଟ୍ରିକ୍ ପାସ୍ କରିବା ପରେ ତା’ର ମଥା ଖରାପ ହେଲା। ତାକୁ ଚିକିତ୍ସା କରିବା ପାଇଁ ଘର ଲୋକେ କଟକ ପର୍ଯ୍ୟନ୍ତ ନେଲେ। ଅଭାବ ଦୃଷ୍ଟିରୁ ଅଧିକ ଚିକିତ୍ସା କରିପାରିଲେ ନାହିଁ। ତେଣୁ ଘରେ ଝିଅଟି ପଡ଼ି ରହିଛି। ଦିନେ କୁଆଡ଼େ ପଳାଇବାରୁ ବହୁତ ଖୋଜାଖୋଜି କରିବାକୁ ପଡ଼ିଥିଲା। ସେହିଦିନଠାରୁ ତାକୁ ଶିକୁଳିରେ ବାନ୍ଧି ରଖିଛନ୍ତି ସେମାନେ। ଝିଅଟିର ଖାଇବାପିଇବା, ଲୁଗାପଟା ସଫା ଆଦି କରୁଛନ୍ତି ବୁଢ଼ାବୁଢ଼ୀ ଦୁଇ ଜଣ ଯାକ। ବହୁତ ହେପାଜତରେ ସେମାନେ ଝିଅକୁ ରଖିଛନ୍ତି।”

ଅନୀତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରି ଦିନ ମଜୁରିଆ ବାପା ବି ସର୍ବସ୍ୱାନ୍ତ ହୋଇସାରିଲେଣି। ଯାହା ଥିଲା ବିକିବାକି ସାରିଲେଣି। ଏବେ ବାର୍ଦ୍ଧକ୍ୟରେ ମୂଲ ଲାଗିବା ବି ତାଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ। ମା’ ଦମୟନ୍ତୀ ଝିଅର ମାଟ୍ରିକ୍ ସାର୍ଟିଫିକେଟ୍ ଧରି ବାହୁନି ବାହୁନି କାନ୍ଦୁଛନ୍ତି।

[caption id="attachment_75320" align="aligncenter" width="700"]anita2 ଅନୀତାଙ୍କ ବାପା ପରମାନନ୍ଦ ପଣ୍ଡା ଓ ମା’ ଦମୟନ୍ତୀ ପଣ୍ଡା[/caption]

ଅନୀତାଙ୍କ ମା’ କହନ୍ତି,“ଆମର ପ୍ରଥମ ଝିଅ ବି ଏମିତି ମାନସିକ ରୋଗରେ ପଡ଼ି ପ୍ରାଣ ହରାଇଥିଲା। ସେ ବି ମାଟ୍ରିକ୍ ପାସ୍ କରିଥିଲା। ମାଟ୍ରିକ୍ ପାସ୍ କରିବା ପରେ ତା’ର ପାଗଳାମି ବାହାରିଥିଲା। ସେମିତି ଅବସ୍ଥାରେ ୧୫ ବର୍ଷ ରହିବା ପରେ ତା’ର ମୃତ୍ୟୁ ହୋଇଥିଲା। ଏ ଝିଅଟି ବି ଭଲ ପାଠ ପଢୁଥିଲା। ସେ ବି ମାଟ୍ରିକ୍ ପାସ୍ କରିଥିଲା। ଆହୁରି ପଢ଼ିବାକୁ ମନ ଥିଲା। କିନ୍ତୁ ସେ ବି ପାଗଳୀ ହୋଇଗଲା। ବିଭିନ୍ନ ପ୍ରକାର ଚିକିତ୍ସା କରାଇଲୁ। କିନ୍ତୁ କିଛି ଲାଭ ହେଲାନି। ତାକୁ ଚିକିତ୍ସା କରିବା ପାଇଁ ଯାହା କିଛି ଜମିବାଡ଼ି ଥିଲା ସବୁ ବିକ୍ରି କରି ଦେଲୁ। ଏବେ ଆମେ ସର୍ବସ୍ୱାନ୍ତ। ବୁଢ଼ାବୁଢ଼ୀ ବଡ଼ କଷ୍ଟରେ ଚଳୁଛୁ। ସରକାର ଯଦି ତା’ର ଚିକିତ୍ସା ପାଇଁ ସାହାଯ୍ୟ କରନ୍ତି, ତା’ହେଲେ ସେ ଭଲ ହୋଇପାରନ୍ତା ବୋଲି ଆଶା ରଖିଛୁ।”

ଅନୀତାଙ୍କ ଚିକିତ୍ସା ପାଇଁ ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

ଗାଁର ଶଶଧର ରଣା କହିଛନ୍ତି,“ଏ ଝିଅର ଅବସ୍ଥା ପାଇଁ ଆମେ ସମସ୍ତେ ମର୍ମାହତ। ବାପାର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ତା’ର ଚିକିତ୍ସା ପାଇଁ ଆମେ ବି ଊଣା ଅଧିକେ କିଛି କିଛି ସାହାଯ୍ୟ କରିଛୁ। ତା’ ବାପା ସମସ୍ତ ସମ୍ପତ୍ତି ହରାଇ ସାରିଛନ୍ତି। ଏବେ କେବଳ ଭିକ୍ଷା ବୃତ୍ତି ଉପରେ ପରିବାରଟି ନିର୍ଭର କରୁଛି। ସରକାର ଯଦି ସାହାଯ୍ୟ କରନ୍ତେ ଝିଅଟି ଭଲ ହୋଇପାରନ୍ତା ବୋଲି ଆମେ ଆଶା କରୁଛୁ।”

ଭଦ୍ରକ ଜିଲ୍ଳାପାଳ ଲକ୍ଷ୍ମୀ ନାରାୟଣ ମିଶ୍ର କହିଛନ୍ତି,“ଦରଖାସ୍ତ ମାଧ୍ୟମରେ ସେ ଆମକୁ ଜଣାଇଲେ ଆମେ ସିଡିଏମଓଙ୍କ ପରାମର୍ଶ ନେଇ ଯାହା ସାହାଯ୍ୟ କରିବା କଥା କରିବୁ। ଝିଅଟି ପାଗଳୀ ହୋଇଥିବାରୁ ତାକୁ ଥଇଥାନ କରିବା ନେଇ ମଧ୍ୟ ପଦକ୍ଷେପ ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos