ତର୍ଜମାର ଆଇନାରେ ନବୀନଙ୍କ ବ୍ୟକ୍ତିତ୍ୱ: ବଦଳି ଗଲେଣି ନବୀନ, ସ୍ୱେଚ୍ଛାଚାରିତାର ଟିକା ଲଗାଇଲେ ରୁବେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଆଗ ଭଳି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତି ପ୍ରତି ନବୀନଙ୍କ ପରବର୍ତ୍ତିତ ଆଭିମୁଖ୍ୟ, ବିଜେଡି ନେତାଙ୍କ ଆଚରଣ ଓ ଅଫିସରରାଜ୍ ଆଦି ପ୍ରସଙ୍ଗ ଆଧାରରେ ଏଭଳି ମତ ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେପଟେ ନବୀନ କେବେବି ଗଣତାନ୍ତ୍ରିକ ବିଚାରଧାରାର ନ ଥିଲେ ବୋଲି କହିଛନ୍ତି ତାଙ୍କ ଜୀବନୀ ଲେଖିଥିବା ଆଉଟ୍‌ଲୁକ୍‌ ମ୍ୟାଗାଜିନ୍‌ର ସଂପାଦକ ରୁବେନ୍ ବାନାର୍ଜୀ। ଅନ୍ୟପକ୍ଷରେ ନବୀନ ଯେଉଁ ଧାରାରେ ସରକାର ଚଳାଇଛନ୍ତି ୨୦୨୦ ବେଳକୁ ଓଡ଼ିଶା […]

baijant

baijant

Jitendra Garnayak
  • Published: Friday, 12 October 2018
  • Updated: 12 October 2018, 12:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଆଗ ଭଳି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତି ପ୍ରତି ନବୀନଙ୍କ ପରବର୍ତ୍ତିତ ଆଭିମୁଖ୍ୟ, ବିଜେଡି ନେତାଙ୍କ ଆଚରଣ ଓ ଅଫିସରରାଜ୍ ଆଦି ପ୍ରସଙ୍ଗ ଆଧାରରେ ଏଭଳି ମତ ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେପଟେ ନବୀନ କେବେବି ଗଣତାନ୍ତ୍ରିକ ବିଚାରଧାରାର ନ ଥିଲେ ବୋଲି କହିଛନ୍ତି ତାଙ୍କ ଜୀବନୀ ଲେଖିଥିବା ଆଉଟ୍‌ଲୁକ୍‌ ମ୍ୟାଗାଜିନ୍‌ର ସଂପାଦକ ରୁବେନ୍ ବାନାର୍ଜୀ।

ଅନ୍ୟପକ୍ଷରେ ନବୀନ ଯେଉଁ ଧାରାରେ ସରକାର ଚଳାଇଛନ୍ତି ୨୦୨୦ ବେଳକୁ ଓଡ଼ିଶା ଆର୍ଥିକ ସଂକଟରେ ଫସିଯିବ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟରରେ ନବୀନ ପଟ୍ଟନାୟକଙ୍କ ଉପରେ ରୁବେନ ବାନାର୍ଜୀଙ୍କ ଲିଖିତ ପୁସ୍ତକ ସମ୍ପର୍କରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହ ରୁବେନ, ବୈଜୟନ୍ତ ଓ ସାମ୍ବାଦିକ ରାଜେଶ ମହାପାତ୍ରଙ୍କ ମତ ବିନିମୟ ହୋଇଥିଲା।

ଆଲୋଚନାରେ ବୈଜୟନ୍ତ ଅନେକ କଥା ଉଠାଇଥିଲେ। ନବୀନ ନିଜେ ନିଷ୍ପତ୍ତି ନନେଇ ଗୁରୁତ୍ୱପୂର୍ଣ୍ଣ ବିଷୟର ଦାୟିତ୍ୱ ଅନ୍ୟ ନେତା ଓ ଅଫିସରଙ୍କ ଉପରେ ଛାଡିବା, ଦୁର୍ନୀତି ଓ ଯୌନ କେଳେଙ୍କାରୀରେ ଫସିଥିବା ବିଜେଡି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା, ଦୁର୍ନୀତିଗ୍ରସ୍ତ ଅଫିସରକୁ ଗୁରୁତ୍ୱପୂର୍ଣ ପଦରେ ନିଯୁକ୍ତି ଦେବା ଓ କୋଟେରୀ ପ୍ରଭାବରେ  ଆସି ବିଜୁ ଅନୁଗତ ନେତାଙ୍କୁ ଦଳରୁ ତଡା ଯିବା ପ୍ରସଙ୍ଗ ଆଦି ଉଠାଇ ନବୀନଙ୍କୁ ଟାର୍ଗେଟ କରିଥିଲେ।

ସେହିପରି ସମଦୂରତା କଥା କହି ଏନ୍‌ଡିଏ ସରକାରକୁ ବାରମ୍ବାର ନବୀନଙ୍କ ସମର୍ଥନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ଓ ଇଡିର ତଦନ୍ତ ଧିମେଇ ଯିବାକୁ ବୈଜୟନ୍ତ ଉଦାହରଣ ଭାବେ ରଖିଛନ୍ତି।

ସେପଟେ କଂଗ୍ରେସକୁ ପଛରେ ପକାଇ  ବିଜେପି  ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଆସିଥିଲେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଦଳ ଅଲ୍‌ଆଉଟ୍ ଉଦ୍ୟମ ନକରିଛି ସେପର୍ଯ୍ୟନ୍ତ ସଫଳ ହେବ ନାହିଁ ବୋଲି ବୈଜୟନ୍ତ କହିଛନ୍ତି । ଅନ୍ୟପଟେ ନିଜ ରାଜନୈତିକ ଭବିଷ୍ୟତ ବିଷୟରେ ବି ବୈଜୟନ୍ତ ମତ ରଖିଛନ୍ତି।  ଯେ ପର୍ଯ୍ୟନ୍ତ ପରିସ୍ଥିତି ବାଧ୍ୟ ନକରିଛି ସେ ଯାଏଁ କୌଣସି ନିଷ୍ପତ୍ତି ନନେବାକୁ ସେ ନବୀନଙ୍କଠାରୁ ଶିଖିଥିବା ପରିହାସ ଛଳରେ  କହିଥିଲେ।

[caption id="attachment_287528" align="aligncenter" width="750"] ଆଉଟଲୁକ୍ ମାଗାଜିନ୍‌ ସଂପାଦକ ରୁବେନ୍ ବାନାର୍ଜୀ[/caption]

ସେହିପରି ନବୀନଙ୍କ ଜୀବନୀ ଲେଖିଥିବା ଆଉଟଲୁକ୍ ମାଗାଜିନ୍‌ ସଂପାଦକ ରୁବେନ୍ ବାନାର୍ଜୀ ନବୀନଙ୍କୁ ସ୍ୱେଚ୍ଛାଚାରୀ ଓ ଜଟିଳ ଚିନ୍ତାଧାରାର ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି । ଦଳରୁ ବିଜୟ ମହାପାତ୍ରଙ୍କୁ ବିଦା କରାଯିବା କଥା ଉଲ୍ଲେଖ କରି ନବୀନ ମୂଳରୁ ହିଁ ଅଗଣତାନ୍ତ୍ରିକ ଥିବା ସେ ଉଲ୍ଲେଖ କରିଛନ୍ତି।  ସେହିପରି ସମୟକ୍ରମେ ନବୀନଙ୍କର ସ୍ୱେଚ୍ଛାଚାରୀ ମନୋଭାବ ପରିସ୍ଫୁଟ ହୋଇଥିବା ରୁବେନ୍ ମତ ଦେଇଛନ୍ତି। ନିଜ ସ୍ଥିତି ସୁରକ୍ଷିତ ରଖିବାକୁ ନବୀନ କିଛି ବି କରିପାରନ୍ତି ବୋଲି ସେ କହିଛନ୍ତି।

ତେବେ ନବୀନ ବ୍ୟୁରୋକ୍ରାଟ୍‌ଙ୍କ ଦ୍ୱାରା ପରିଚାଳିତ ଚର୍ଚ୍ଚାକୁ ରୁବେନ ଖଣ୍ଡନ କରିଛନ୍ତି । କାଳେ ଦଳର ଅନ୍ୟ କୌଣସି ନେତାଙ୍କ ଗୁରୁତ୍ୱ  ବଢ଼ିଯିବ, ସେଇ ଆଶଙ୍କାରେ ନବୀନ  ହିଁ ନିଜେ ସୁଚିନ୍ତିତ ରଣନୀତି ଆଧାରରେ ଏଭଳି ଧାରଣା ସୃଷ୍ଟି କରାଇଥିବା କହିଛନ୍ତି ରୁବେନ୍।  ସେପଟେ ବିଜେଡି ସରକାର ବ୍ଲକସ୍ତର ପର୍ଯ୍ୟନ୍ତ ଦୁର୍ନୀତିକୁ ଯେଭଳି ପୃଷ୍ଠପୋଷକତା ଯୋଗାଇ ଦେଉଛନ୍ତି, ତାହା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର ।

ରାଜ୍ୟର ଦୀର୍ଘ ମିଆଁଦି ଅଭିବୃଦ୍ଧି ଲାଗି ଅର୍ଥ ଖର୍ଚ୍ଚ ନକରି କେବଳ ଲୋକପ୍ରିୟ ଯୋଜନାରେ ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ୨୦୨୦ ସୁଦ୍ଧା ଓଡ଼ିଶା ଆର୍ଥିକ ସଂକଟରେ ପଡିଯିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ସେପଟେ ସ୍ୱେଚ୍ଛାଚାରୀ ମନୋଭାବ ଓ ଦୁର୍ନୀତି ପ୍ରତି ନବୀନଙ୍କ ଆଭିମୁଖ୍ୟ ନେଇ ବୈଜୟନ୍ତ ଆଣିଥିବା ଅଭିଯୋଗକୁ ସମର୍ଥନ କରିଛନ୍ତି ବିଜେପି ଓ କଂଗ୍ରେସ ।ତେବେ ନବୀନ ନିଜ ସ୍ୱାର୍ଥ ପାଇଁ ଉଭୟ ଦଳକୁ ବ୍ୟବହାର କରୁଥିବା କଥାକୁ ସେମାନେ ଅଗ୍ରାହ୍ୟ କରିଛନ୍ତି । ତେବେ ରାଜ୍ୟର ସ୍ୱାର୍ଥକୁ ଦେଖି ବିଜେଡି କେନ୍ଦ୍ର ସରକାରକୁ ସମର୍ଥନ  ଦେଉଛି ଓ ଏହା ସୁବିଧାବାଦୀ ରାଜନୀତି ନୁହେଁ ବୋଲି ଦଳୀୟ ମୁଖପାତ୍ର ଅମର ଶତପଥୀ  କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story