ରାସ୍ତା ନାହିଁ; ହନ୍ତସନ୍ତ ହେଉଛନ୍ତି ୪ଟି ଗାଁର ଲୋକେ

ଗୁଣପୁର (ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ର ନକ୍ସଲ ପ୍ରବଣ ପୋଡୁରସିଂ, ଟାଔର ସାହି, କାଣ୍ଟାକୁଟି ଓ ଜରିପଙ୍ଗା ଗାଁରେ ଚାରିଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହି ଗାଁଗୁଡ଼ିକୁ ରାସ୍ତା ତିଆରି ହୋଇପାରିନାହିଁ। କେବଳ ପାଦଚଲା ମାଟି ରାସ୍ତା ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ବିଭିନ୍ନ କାମରେ ପଦ୍ମପୁରକୁ ଯିବା ଆସିବା କରନ୍ତି। ଜରୁରୀ ସମୟରେ ଏହି ଗାଁଗୁଡ଼ିକୁ ଆମ୍ୱୁଲାନ୍ସ ଯାଇପାରେ ନାହିଁ। […]

gunupur

gunupur

Jyoshna Pradhan
  • Published: Tuesday, 07 January 2020
  • Updated: 07 January 2020, 01:00 PM IST

Sports

Latest News

ଗୁଣପୁର (ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ର ନକ୍ସଲ ପ୍ରବଣ ପୋଡୁରସିଂ, ଟାଔର ସାହି, କାଣ୍ଟାକୁଟି ଓ ଜରିପଙ୍ଗା ଗାଁରେ ଚାରିଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହି ଗାଁଗୁଡ଼ିକୁ ରାସ୍ତା ତିଆରି ହୋଇପାରିନାହିଁ। କେବଳ ପାଦଚଲା ମାଟି ରାସ୍ତା ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ବିଭିନ୍ନ କାମରେ ପଦ୍ମପୁରକୁ ଯିବା ଆସିବା କରନ୍ତି। ଜରୁରୀ ସମୟରେ ଏହି ଗାଁଗୁଡ଼ିକୁ ଆମ୍ୱୁଲାନ୍ସ ଯାଇପାରେ ନାହିଁ। ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଗାଁର ଲୋକମାନେ କହିଛନ୍ତି।

ପୋଡ଼ୁରସିଂ ଗାଁର ଇସ୍ମାଇଲ୍ ଶବର କହିଛନ୍ତି, “ବର୍ଷା ହେଲେ ଆମ ଗାଁ ରାସ୍ତାରେ ଯିବା ଆସିବା କରି ହେଉନାହିଁ। ଏଥିସହ ରୋଗୀମାନଙ୍କୁ ବୋହିକି ନେବାକୁ ପଡୁଛି। ଆମ ଗାଁ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।”

ପୋଡୁରସିଂ ଓ କାଣ୍ଟାକୁଟି ଗାଁ ରାସ୍ତାରେ ନାଳ ପଡ଼େ। ତେଣୁ ବର୍ଷା ଦିନ ଆସିଲେ ଏହି ଦୁଇ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଏ। ତେଣୁ ପୂର୍ବରୁ ଲୋକେ ବର୍ଷା ଦିନେ ନାଳରେ ପାଣି ଆସିଲେ ଗାଁ ବାହାରକୁ ଯାଇପାରୁ ନଥିଲେ। ତେବେ ଚାରି ବର୍ଷ ତଳେ ଗାଁ ଲୋକେ ଏକତ୍ରିତ ହୋଇ ଦୁଇଟି ନାଳ ଉପରେ ଦୁଇଟି କାଠ ପୋଲ ନିର୍ମାଣ କରିଛନ୍ତି। ଫଳରେ କିଛି ପରିମାଣରେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିଛି।

କାଣ୍ଟାକୁଟି ଗାଁର ଦେବେନ୍ଦ୍ର ଶବର କହିଛନ୍ତି, “ଆମେ ଅନେକ ଥର ପଞ୍ଚାୟତ ଓ ବ୍ଲକ୍‌ ଅଫିସ୍‌କୁ ଯାଇ ଅଭିଯୋଗ କରିଛୁ। ହେଲେ ଆଜି ପର୍ଯ୍ୟନ୍ତ କେହି ଆମ କଥା ଶୁଣୁ ନାହାନ୍ତି। ପଦ୍ମପୁର ଯିବା ବେଳେ ଏହି ଦୁଇଟି ନାଳ ପଡୁଛି। ଏହି ନାଳ ଯୋଗୁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ସରକାରଙ୍କ ତରଫରୁ ବ୍ରିଜ୍ ନିର୍ମାଣ କରାଗଲେ ଆମେ ସୁବିଧାରେ ଯାତାୟତ କରିପାରିବୁ।”

ସେହିଭଳି ପୋଡ଼ୁରସିଂର ସନ୍ତୋଷ ଶବର କହିଛନ୍ତି, “ଗାଁର ରାସ୍ତା ବହୁତ ଖରାପ। ସେହିପରି ନାଳ ଉପରେ ଆମେ ସବୁ ମିଶି କାଠ ପୋଲ କରିଛୁ। ହେଲେ ଏହା ଉପରେ ଯିବାଆସିବା କରିବା ଲାଗି ଭୟ ଲାଗୁଛି। ସରକାର କେତେ ଯୋଜନା କରୁଛନ୍ତି, ହେଲେ ଆମେ ଯେତେ ଗୁହାରି କଲେ ମଧ୍ୟ ଶୁଣୁ ନାହାନ୍ତି।”

ବିଡିଓ ଦୟାମୟ ପାଢ଼ୀ କହିଛନ୍ତି, “ଏହି ଗାଁ ଗୁଡ଼ିକୁ ରାସ୍ତା କରିବା ପାଇଁ ଆମେ ପଦକ୍ଷେପ ନେବୁ। ଏହି ଆର୍ଥିକ ବର୍ଷରେ ରାସ୍ତା କରିବା ପାଇଁ ଆମର ଲକ୍ଷ୍ୟ ରହିବ।”

ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଠାରେ ସେସବୁ ଅପହଞ୍ଚ ହୋଇଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ଦେଖାଇ ଏହିସବୁ ଗାଁଗୁଡ଼ିକୁ ରାସ୍ତା ନିର୍ମାଣ କରାଇବା ଉଚିତ୍ ବୋଲି ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story