‘ଏକତାର ଅଭାବରୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳୁନି’

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ଓଡ଼ିଶୀ ନୃତ୍ୟକୁ ବହୁ ଆଗରୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ମିଳିବା ଦୁର୍ଭାଗ୍ୟଜନକ। ଏଥିପାଇଁ କେତେକ ଶାସ୍ତ୍ରୀୟ ବିଶାରଦ ହିଁ ଦାୟୀ। ସେମାନଙ୍କର ଏକତାର ଅଭାବରୁ ଏପରି ହୋଇଛି। ଯଦି ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ବିଶାରଦ, ବାଦ୍ୟକାର, ନୃତ୍ୟ ଗୁରୁ ଓ ସମୀକ୍ଷକଙ୍କୁ ନେଇ ଏକ ସେମିନାର କରାଯାଆନ୍ତା ତାହାହେଲେ କିଛି ନିଷ୍କର୍ଷ ବାହାରି ପାରନ୍ତା ବୋଲି ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଚରଣ ଦେହୁରି କହିଛନ୍ତି। ଗୁରୁ […]

guru deheru

guru deheru

Rakesh Mallick
  • Published: Sunday, 05 February 2017
  • Updated: 05 February 2017, 03:24 PM IST

Sports

Latest News

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ଓଡ଼ିଶୀ ନୃତ୍ୟକୁ ବହୁ ଆଗରୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ମିଳିବା ଦୁର୍ଭାଗ୍ୟଜନକ। ଏଥିପାଇଁ କେତେକ ଶାସ୍ତ୍ରୀୟ ବିଶାରଦ ହିଁ ଦାୟୀ। ସେମାନଙ୍କର ଏକତାର ଅଭାବରୁ ଏପରି ହୋଇଛି। ଯଦି ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ବିଶାରଦ, ବାଦ୍ୟକାର, ନୃତ୍ୟ ଗୁରୁ ଓ ସମୀକ୍ଷକଙ୍କୁ ନେଇ ଏକ ସେମିନାର କରାଯାଆନ୍ତା ତାହାହେଲେ କିଛି ନିଷ୍କର୍ଷ ବାହାରି ପାରନ୍ତା ବୋଲି ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଚରଣ ଦେହୁରି କହିଛନ୍ତି।

ଗୁରୁ ପଦ୍ମଚରଣ ଦେହୁରିଙ୍କର ପିଲା ବେଳୁ ଥିଲା କଳା ପ୍ରତି ଦୁର୍ବଳତା। ଯୁବାବସ୍ଥାରେ ସାଙ୍ଗମାନଙ୍କୁ ଏକାଠି କରି ଗଢ଼ିଥିଲେ କଳାକୁଞ୍ଜ ଅପେରା। ବର୍ଷକୁ ୩ରୁ ୪ ଥର ବିଭିନ୍ନ ପର୍ବ ପର୍ବାଣୀରେ ନାଟକ ପରିବେଷଣ କରୁଥିଲେ। ସେତେବେଳେ ସେ ନାଟକରେ ମହିଳା ଭୂମିକାରେ ଅଭିନୟ କରୁଥିଲେ। ୧୯୭୩ ମସିହାରେ ରାଜ୍ୟ ପୋଲିସ୍‌ ବିଭାଗରେ ଚାକିରି ପାଇଥିଲେ। ଝାରସୁଗୁଡ଼ାରେ ତାଲିମ ନେବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଧିକ ସମୟ ମିଳିଥିଲା। ତା’ପରେ ଆଉ ପଛକୁ ଫେରି ନାହାନ୍ତି।

୧୯୭୫ ମସିହାରେ ଭୁବନେଶ୍ୱର ଫେରି ସପ୍ତମ ବାଟାଲିୟନରେ ଯୋଗଦେଇଥିଲେ। ପଦ୍ମଚରଣଙ୍କର ବାଦ୍ୟ ବଜାଇବା, ଗୀତ ଗାଇବା ଓ ନୃତ୍ୟ ପରିବେଷଣ ପ୍ରତି ରୁଚି ଦେଖି ସପ୍ତମ ବାଟାଲିୟନ୍‌ର କମାଣ୍ଡାଣ୍ଟ ସ୍ୱତନ୍ତ୍ର ଭାବେ ବିଭାଗୀୟ ଅର୍ଡ଼ର ବାହାର କରି ନୃତ୍ୟ ଶିକ୍ଷା ନେବାକୁ ଅନୁମତି ଦେଇଥିଲେ। ତା’ପରଠାରୁ ସେ ଗୁରୁ ନିରଞ୍ଜନ ରାଉତ ଓ ଆଦିଗୁର ପଙ୍କଜ ଚରଣ ଦାସଙ୍କଠାରୁ ନୃତ୍ୟ ଶିକ୍ଷା ନେଇଥିଲେ। ୧୯୭୭ ମସିହାରେ ଆହ୍ଲାବାଦ ପ୍ରୟାଗ ସଂଗୀତ ସମିତି ବିଶ୍ୱବିଦ୍ୟାଳୟରୁ ଓଡ଼ିଶୀ ନୃତ୍ୟରେ ଏମ୍‌ଏ ପାସ କରିଥିଲେ। ପରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ପୋଖାଓଦ(ବାଦ୍ୟ)ରେ ବିଷାରଦ କରିଥିଲେ। ତା’ପରେ ସପ୍ତମ ବାଟାଲିଅନରେ ଜଣେ ମ୍ୟାଜିସିଆନ୍‌ ଭାବେ କାର୍ଯ୍ୟ କଲେ। ଏହାଛଡ଼ା ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

୨୦୦୪ରେ ଆମେରିକାର ଜ୍ୟୋତିକଳା ମନ୍ଦିରକୁ ନାଚ ଓ ପୋଖାଓଦ ବାଦ୍ୟ ତାଲିମ ଦେବାକୁ ଯାଇଥିଲେ। ସେଠାରୁ ସେ ଫେରି ୨୦୦୫ରେ ଚାକିରିରୁ ସ୍ୱଚ୍ଛାକୃତ ଭାବେ ଅବସର ନେଇଥିଲେ। ଚାକିରି ଛାଡ଼ିବା ପାଇଁ ପରିବାର ଲୋକେ ସହମତି ଦେଇଥିଲେ।

ପଦ୍ମଚରଣଙ୍କର ରାଜସ୍ଥାନ ପୁଷ୍କରରେ ଏକ ନୃତ୍ୟ ସ୍କୁଲ ରହିଛି। ସେଠାରେ ୨୦ରୁ ଅଧିକ ପିଲା ଓଡ଼ିଶୀ ନୃତ୍ୟ ତାଲିମ ନେଉଛନ୍ତି। ଏହାଛଡ଼ା ୧୦ରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ତାଲିମ ନେଉଛନ୍ତି। ବିଦେଶୀ ନୃତ୍ୟ ଶିଳ୍ପୀଙ୍କ ସମ୍ପର୍କରେ ପଦ୍ମଚରଣ କୁହନ୍ତି,“ଓଡିଶାର କଳା ଓ ଜଗନ୍ନାଥ ସଂସ୍କୃତିକୁ ବିଦେଶୀମାନେ ବେଶୀ ଭଲ ପାଆନ୍ତି। ଶିକ୍ଷା ଗ୍ରହଣ ପୂର୍ବରୁ ସେମାନେ ଓଡ଼ିଶୀ ଡ୍ୟାନ୍ସ ଫର୍ମ ବା ସଂଗୀତ ଉପରେ ତର୍ଜମା କରନ୍ତି। ସବୁ ଜାଣିଲା ପରେ ଶିକ୍ଷା ଗ୍ରହଣ କରିଥାନ୍ତି।”

ଓଡ଼ିଶୀରେ କିଛି ପରିବର୍ତ୍ତନ ଆସିଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ,“ଆଗରୁ ଓଡ଼ିଶୀ ତାଲିମ ପାଇଁ କୌଣସି ସିଲାବସ୍‌ ନଥିଲା। ଏହାଛଡ଼ା ତାଲିମ ନେବା ପରେ ପିଲାମାନଙ୍କୁ ନୃତ୍ୟ  ପରିବେଷଣ ପାଇଁ ସୁଯୋଗ ମିଳୁନଥିଲା। ଏବେ ନୃତ୍ୟ ଶିକ୍ଷା ପାଇଁ ସ୍ୱତନ୍ତ୍ର ସିଲାବସ୍‌ ହେଲାଣି। ସରକାର ଓ ବେସରକାରୀ ଭାବେ ବହୁ କାର୍ଯ୍ୟକ୍ରମ ହେଉଛି। ସେଥିରେ ନୃତ୍ୟ ପରିବେଷଣ କରି ନୃତ୍ୟଶିଳ୍ପୀମାନେ ସଫଳ ମଧ୍ୟ ହେଉଛନ୍ତି।”

ସେ କହିଛନ୍ତି,“ଆଜି ଓଡ଼ିଶାରେ ଅନେକ ସ୍କୁଲରେ ଓଡ଼ିଶୀ ନୃତ୍ୟ ଶିକ୍ଷକ ନିଯୁକ୍ତି ଦିଆଗଲାଣି। ହେଲେ ସରକାରୀ ସ୍କୁଲ ଗୁଡ଼ିକର ପିଲାମାନେ ଓଡ଼ିଶୀ ନୃତ୍ୟ କଣ ଜାଣି ନାହାନ୍ତି। ଯଦି ପ୍ରାଥମିକ ବା ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ଓଡ଼ିଶୀ ନୃତ୍ୟ ସମ୍ପର୍କରେ ତାଲିମ ଦିଆଯିବା ପାଇଁ ଶିକ୍ଷକ ନିଯୁକ୍ତି ଦିଆଯାଆନ୍ତା, ତାହାହେଲେ ଓଡ଼ିଶୀର ବହୁ ଉନ୍ନତି ହୋଇପାରନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story