ଭୋଟ ବ୍ୟାଙ୍କକୁ ଡାଲମା କାହିଁକି?

ଭୁବନେଶ୍ୱର(ପ୍ରଜ୍ଞା ଭାରତୀ): ଗଞ୍ଜାମ କ୍ୱାରେଣ୍ଟାଇନ୍ ସେଣ୍ଟରର ଅଭାବନୀୟ ଦୃଶ୍ୟ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ। ସୁରତରୁ ଫେରନ୍ତା ପ୍ରବାସୀ ଓଡ଼ିଆମାନେ ଖାଦ୍ୟ ଫୋପାଡ଼ି ସ୍ୱର ଉତ୍ତୋଳନ କରିଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଉ ପ୍ରବାସୀଙ୍କୁ ନାନା ଭାଷାରେ ଗାଳି ମଧ୍ୟ ଦିଆଯାଉଛି। ଦେଶରେ ଚାଲିଥିବା ଏହି ଦୁଃଖ ସମୟରେ ପ୍ରବାସୀଙ୍କ ଏଭଳି ଡିମାଣ୍ଡ ଅନ୍ୟ ସଚେତନ ନାଗରିକଙ୍କୁ ବ୍ୟଥିତ କରୁଛି। ଏଣୁ ମନଇଚ୍ଛା ଏହି ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରୋଲ୍ କରାଯାଉଛି। ତେବେ ଆସନ୍ତୁ […]

Pragnya Article

Pragnya Article

Pragnya Choudhury
  • Published: Monday, 04 May 2020
  • Updated: 05 May 2020, 10:03 PM IST

ଭୁବନେଶ୍ୱର(ପ୍ରଜ୍ଞା ଭାରତୀ): ଗଞ୍ଜାମ କ୍ୱାରେଣ୍ଟାଇନ୍ ସେଣ୍ଟରର ଅଭାବନୀୟ ଦୃଶ୍ୟ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ। ସୁରତରୁ ଫେରନ୍ତା ପ୍ରବାସୀ ଓଡ଼ିଆମାନେ ଖାଦ୍ୟ ଫୋପାଡ଼ି ସ୍ୱର ଉତ୍ତୋଳନ କରିଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଉ ପ୍ରବାସୀଙ୍କୁ ନାନା ଭାଷାରେ ଗାଳି ମଧ୍ୟ ଦିଆଯାଉଛି। ଦେଶରେ ଚାଲିଥିବା ଏହି ଦୁଃଖ ସମୟରେ ପ୍ରବାସୀଙ୍କ ଏଭଳି ଡିମାଣ୍ଡ ଅନ୍ୟ ସଚେତନ ନାଗରିକଙ୍କୁ ବ୍ୟଥିତ କରୁଛି। ଏଣୁ ମନଇଚ୍ଛା ଏହି ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରୋଲ୍ କରାଯାଉଛି। ତେବେ ଆସନ୍ତୁ ଏନେଇ ଟିକିଏ ଅଧିକ ବିଶ୍ଲେଷଣ କରିବା...

ଓଡ଼ିଶା ରାଜନୀତିରେ ଗୁଜରାଟର ସୁରତ ସବୁବେଳେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ପ୍ରାୟ ୭ ଲକ୍ଷ ଓଡ଼ିଆ ସୁରତରେ ବାସ କରନ୍ତି। ରାଜ୍ୟ ରାଜନୀତିରେ ଏହି ପ୍ରବାସୀମାନେ ହେଉଛନ୍ତି ସବୁଠାରୁ ବଡ଼ ଭୋଟ ବ୍ୟାଙ୍କ। ଏଥିପାଇଁ ସୁରତକୁ 'ମିନି ଓଡ଼ିଶା' ବୋଲି ମଧ୍ୟ କୁହାଯାଏ। ନିର୍ବାଚନ ଆସିଲେ ରାଜନୈତିକ ଦଳଗୁଡ଼ିକ ଏହି ବିଶାଳ ଭୋଟ ବ୍ୟାଙ୍କକୁ ମନେଇବାକୁ, ନିଜ ପାଲରେ ପକାଇବାକୁ ନାନା ଉଦ୍ୟମ କରିଥାନ୍ତି। ତେବେ ଏଭଳି ସବୁ ଉଦ୍ୟମ ଓ ପ୍ରୟାସରେ ସବୁବେଳେ ବାଜି ମାରିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ସୁରତର ପ୍ରବାସୀ ଓଡ଼ିଆଙ୍କ ମନ ଜିତିବାକୁ ନବୀନ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ।

ଗଞ୍ଜାମ ହେଉଛି ନବୀନଙ୍କ ହୋମ୍ ଭୋଟ୍ ବାକ୍ସ। କୁହାଯାଏ, ନବୀନ କାଳେ ଏହି ଜିଲ୍ଲାକୁ କେବେ ହତାଦର କରନ୍ତି ନାହିଁ। ନିର୍ବାଚନ ଆସିଲେ ଗଞ୍ଜାମବାସୀଙ୍କ ପାଇଁ ବିଶେଷ ଭାବେ ଇମୋସନାଲ ହୋଇପଡ଼ନ୍ତି ବିଜେଡି ମୁଖିଆ। ସୁରତର ୭ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗଞ୍ଜାମରୁ। ନିଜ ରାଜ୍ୟରେ କାମ ଧନ୍ଦା ନ ପାଇ ଏମାନେ ଘରଦ୍ୱାର, ସ୍ତ୍ରୀ, ପିଲା ଛାଡ଼ି ସୁରତରେ ପଡ଼ିଛନ୍ତି। ଖାସ୍ ଏମାନଙ୍କ ପାଇଁ ନିର୍ବାଚନ ଠିକ୍ ପୂର୍ବରୁ ୨୦୧୮ ଡିସେମ୍ୱରରେ ଆୟୋଜିତ ହେଲା 'ସୁରତ ଓଡ଼ିଆ ମହୋତ୍ସବ'। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଲେ। ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଖାଲି ଏତିକି ନୁହେଁ, ପ୍ରବାସୀ ଓଡ଼ିଆଙ୍କ ସୁଖ ଦୁଃଖ ବୁଝିବାକୁ ସବୁ ବିଜେଡ଼ି ବିଧାୟକ, ମନ୍ତ୍ରୀ ଓ ବିଜେଡି ନେତା ସୁରତରେ ଡେରା ପକାଇଥିଲେ।

ମହୋତ୍ସବରେ ଯୋଗଦେଇ ପ୍ରବାସୀଙ୍କ ମନ ଜିତିଥିଲେ ନବୀନ। ଲୋଭନୀୟ ପ୍ୟାକେଜ୍ ଘୋଷଣା କରିଥିଲେ। ଖୁବଶୀଘ୍ର ଯୁକ୍ତ ଦୁଇ କଲେଜ ଖୋଲିବ, ଓଡ଼଼ିଆ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେବେ, ଓଡ଼ିଶା ସରକାର ପାଠ୍ୟପୁସ୍ତକ ଯୋଗାଇଦେବେ ବୋଲି ମୁଖିଆ ଘୋଷଣା କରିଥିଲେ। ସବୁଠାରୁ ବଡ଼ କଥା ସୁରତରେ ରହି ଓଡ଼ିଆମାନେ ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡ଼ା ସୁରତରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ୧୦ କୋଟି ଟଙ୍କା ଦେବାକୁ ଘୋଷଣା ମଧ୍ୟ କରିଥିଲେ।

ହେଲେ ଚୋର ଘର ସବୁବେଳେ ଅନ୍ଧାର ନ ଥିଲା ଭଳି ଆଜି ସତ ପଦାକୁ ଆସିଛି। କେବଳ ସାଂସ୍କୃତିକ କେନ୍ଦ୍ର ପାଇଁ ୧୦ କୋଟି ପ୍ୟାକେଜ୍ ସହ ଅନ୍ୟାନ୍ୟ ଲୋଭନୀୟ ଘୋଷଣା କରିଥିବା ରାଜ୍ୟର ମୁଖିଆ ଆଜି ସେଇ ପ୍ରବାସୀ ଓଡ଼ିଆଙ୍କ ମନ ଜାଣି ଖାଇବାକୁ ଦେଇ ପାରିଲେ ନାହିଁ। ଏଥିରୁ ବୁଝିବାକୁ ବାଧ୍ୟ ହେବା ଯେ, ସେ ଘୋଷଣାମାନ ସବୁ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହିଁ ଥିଲା! ପ୍ରବାସୀ ଓଡ଼ିଆ ଯେ କେବଳ ଭୋଟ ବ୍ୟାଙ୍କ୍, ତାଙ୍କ ପାଇଁ ନବୀନଙ୍କ ଆଦୌ ସହାନୁଭୂତି ବା ଶ୍ରଦ୍ଧା ନାହିଁ!

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଭାଇରାଲ ଭିଡିଓ ଦେଖିବା ପରେ ଏ କଥା ସ୍ପଷ୍ଟ ଯେ, ସେମାନେ ଖାଦ୍ୟ ପାଇଁ ଏଭଳି କ୍ରୋଧ ଦେଖାଇଛନ୍ତି। ସୁରତ ଫେରନ୍ତା ଶ୍ରମିକମାନେ ଉଚ୍ଚଶିକ୍ଷିତ ନୁହନ୍ତି କି ସମାଜର ବୁଦ୍ଧିଜୀବୀଙ୍କ ତାଲିକାରେ ସେମାନଙ୍କୁ ଗଣାଯାଏ ନାହିଁ। ପେଟ ପୋଷିବାକୁ ସୁରତରେ ଥିଲେ। ଆଜି ଯେତେବେଳେ ଗୁଜରାଟ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ସେତେବେଳେ ନବୀନଙ୍କ ପୂର୍ବ ପ୍ରୀତିକୁ ଭରସା କରି ସେମାନେ ନିଜ ଭିଟାମାଟିକୁ ଫେରି ଆସିଲେ। ହେଲେ ଏଠାରେ ସେହି ଭୋଟ୍ ବ୍ୟାଙ୍କକୁ ଏତେ ଅଣଦେଖା କାହିଁକି? ନିର୍ବାଚନକୁ ଏବେ ଢେର୍ ସମୟ ଅଛି ବୋଲି!

ଘରେ ରହି ମନୋରଞ୍ଜନ କରିବାକୁ କେନ୍ଦ୍ର ସରକାର ଟିଭିରେ ରାମାୟଣ, ମହାଭାରତ, ଶକ୍ତିମାନ, ଚାଣକ୍ୟ, ଶ୍ରୀକୃଷ୍ଣ ପୁନଃପ୍ରସାରଣ କରୁଛନ୍ତି। ହେଲେ (ଭିଡିଓରୁ ଯାହା ଜଣାପଡ଼ୁଛି) କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ମୌଳିକ ସୁବିଧାର ବି ଆୟୋଜନ କରାଯାଇ ନାହିଁ। (ଭିଡିଓରେ ଥିବା ଅଭିଯୋଗ ଅନୁଯାୟୀ) ନା ଗାଧୋଇବାକୁ ସୁବିଧା ଅଛି, ନା ମିଳୁଛି ପେଟ ପୂରା ଖାଦ୍ୟ। ଏପଟେ ପରିବାର ଲୋକ ବି ସାଙ୍ଗରେ ନାହାନ୍ତି। ଏମାନେ ସେହି ଶ୍ରମିକମାନେ, ଯିଏ ପେଟ ପାଇଁ ଭିଟାମାଟି ଛାଡ଼ିଛନ୍ତି। ନିର୍ବାଚନ ଆସିଲେ ଏମାନଙ୍କୁ ଜ୍ୱାଇଁ ପୁଅ ଭଳି ଚର୍ଚ୍ଚା କରି, ଦୁଃଖ ସମୟରେ ଛେକେରା ନେକେରା କରିବା କେତେ ଦୂର ଠିକ୍ ଆପଣ ବିଚାର କରନ୍ତୁ। ଯଦିଓ ଏମାନେ ଖାଦ୍ୟ ଫୋପାଡ଼ି କୌଣସି ସଚେତନ ବା ଦାୟିତ୍ୱବାନ ନାଗରିକ ଭଳି କାମ କରି ନାହାନ୍ତି। ତଥାପି ଏମାନେ କ'ଣ ସୋଶାଲ ମିଡିଆରେ ଏତେ ମାତ୍ରାରେ ଆକ୍ରୋଶର ଶିକାର ହେବା ଯୋଗ୍ୟ?

(କମେଣ୍ଟ ବକ୍ସରେ ଆପଣ ନିଜ ମତାମତ ରଖିପାରିବେ।)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story