ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର:ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା। ଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ ଏହି ରଥ ଯାତ୍ରା ଶ୍ରୀକ୍ଷେତ୍ରରେ କେଉଁ ଅନାଦିକାଳରୁ ପାଳିତ ହୋଇ ଅସୁଛି। ଭକ୍ତି, ଭାବ, ପ୍ରେମ , ଶ୍ରଦ୍ଧା ଏବଂ ଭାଇଚାରାର ଅନନ୍ୟ ନିଦର୍ଶନ ବହନ କରୁଥିବା ଏହି ପର୍ବ ହେଉଛି ଓଡ଼ିଆ ଜାତିର ଗର୍ବ ଗୌରବ। ରଥଯାତ୍ରା ଆସିଲେ ଶରଧାବାଲିକୁ ସୁଅ ଛୁଟେ। ସେହି ବିଶ୍ୱ ନିୟନ୍ତାଙ୍କ ଟିକେ ଦର୍ଶନ ପାଇଁ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସନ୍ତି ଭକ୍ତ। ଆଜି ନୁହେଁ ଶହ ଶହ ବର୍ଷର ଏହି ପରମ୍ପରା ଏବେବି ଉଜ୍ଜୀବିତ ।</p> <p>[video width="400" height="304" mp4="]</p> <p>ହେଲେ ସେହି ପୁରାତନ କାଳର ସମୟର ରଥଯାତ୍ରା ଏବଂ ଆଜି ମଧ୍ୟରେ ଅନେକ ଫରକ ଆସିଛି। ଆମେ ଆପଣଙ୍କୁ ସେହି ପୁରୁଣା ରଥଯାତ୍ରାର କିଛି ଝଲକ ଦେଖାଇବୁ । ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓଟି ବ୍ରିଟିସ ଅମଳର ବୋଲି ଉଲ୍ଲେଖ ରହିଛି। ସେ ସମୟର ବଡ଼ଦାଣ୍ଡର ଚିତ୍ର, ଭକ୍ତଙ୍କ ରଥଟଣା ଏ ସବୁକୁ ଆପଣ ଅନୁଭବ କରିପାରିବେ। ସେ ସମୟର କଳାଧଳା କ୍ୟାମରାରେ କଏଦ କରାଯାଇଇଥିବା ଏହି ବିରଳ ଦୃଶ୍ୟ ଦେଖିଲେ ଅନେକ କିଛି ଅନୁଭବ କରିହେବ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।