ବଢୁଛି ଅନ୍‌ଲାଇନ୍‌ର ଚାହିଦା, ମାଉସ କ୍ଲିକ୍‌ରେ ହାତ ପାହାନ୍ତାରେ ମିଳୁଛି ନନ୍‌ଭେଜ୍‌ ଆଇଟମ୍‌

ଭୁବନେଶ୍ୱର (ଶ୍ରୀକାନ୍ତ ସାହୁ): ବ୍ୟସ୍ତବହୁଳ ଜୀବନରେ ରାଜଧାନୀ ବାସୀଙ୍କୁ ଆଉ ସମୟ ନଷ୍ଟ କରିବାକୁ ପଡିବ ନାହିଁ। ମାଛ କିମ୍ୱା ମାଂସ ହାଟରେ ଆଉ ଘଣ୍ଟା ଘଣ୍ଟା ଧାଡି ବାନ୍ଧି ଛିଡା ହେବାକୁ ପଡିବ ନାହିଁ। ଚଢା ଦରରେ ପଚା ଓ ବାସି ଜିନିଷ କିଣି ଅପଦସ୍ତ ହେବାକୁ ମଧ୍ୟ ପଡିବ ନାହିଁ। ହାଟର ପଚ ପଚ କାଦୁଅ, ନାକଫଟା ଦୁର୍ଗନ୍ଧରେ ରହି ମାର୍କେଟିଂ କରିବାକୁ ପଡିବନି। କାରଣ ସମୟ ବଦଳିବା ସହ ଏବେ ବଦଳିଛି ଲୋକଙ୍କ ପସନ୍ଦ। […]

mybazar-pron

mybazar-pron

Rakesh Mallick
  • Published: Monday, 12 September 2016
  • Updated: 14 September 2016, 03:17 PM IST

Sports

Latest News

type-of-fish-and-meetଭୁବନେଶ୍ୱର (ଶ୍ରୀକାନ୍ତ ସାହୁ): ବ୍ୟସ୍ତବହୁଳ ଜୀବନରେ ରାଜଧାନୀ ବାସୀଙ୍କୁ ଆଉ ସମୟ ନଷ୍ଟ କରିବାକୁ ପଡିବ ନାହିଁ। ମାଛ କିମ୍ୱା ମାଂସ ହାଟରେ ଆଉ ଘଣ୍ଟା ଘଣ୍ଟା ଧାଡି ବାନ୍ଧି ଛିଡା ହେବାକୁ ପଡିବ ନାହିଁ। ଚଢା ଦରରେ ପଚା ଓ ବାସି ଜିନିଷ କିଣି ଅପଦସ୍ତ ହେବାକୁ ମଧ୍ୟ ପଡିବ ନାହିଁ। ହାଟର ପଚ ପଚ କାଦୁଅ, ନାକଫଟା ଦୁର୍ଗନ୍ଧରେ ରହି ମାର୍କେଟିଂ କରିବାକୁ ପଡିବନି। କାରଣ ସମୟ ବଦଳିବା ସହ ଏବେ ବଦଳିଛି ଲୋକଙ୍କ ପସନ୍ଦ। ସମୟ ବଞ୍ଚାଇବାର ବିଭିନ୍ନ ଉପାୟ ଉପରେ ଲୋକେ ବିଶ୍ୱାସ କରୁଛନ୍ତି। ଆଉ ସମୟ ବଞ୍ଚାଇବାକୁ କିଣୁଛନ୍ତି ଅନ୍‌ଲାଇନରେ ଦ୍ରବ୍ୟ। ଏବେ ସମସ୍ତଙ୍କ ଘରେ ଓ ହାତରେ ସ୍ମାର୍ଟଫୋନ, ଟ୍ୟାବ, ବିକଶିତ କମ୍ପ୍ୟୁଟର ଓ ଲାପଟପ ଥିବାରୁ ଏହା ବେଶୀ ସରଳ ହୋଇଛି। କ୍ଷଣିକ ମଧ୍ୟରେ ହାତ ମୁଠାରେ ମିଳୁଛି ଆବଶ୍ୟକ ଜିନିଷ। ଭୁବନେଶ୍ୱର ସ୍ମାର୍ଟସିଟି ହେବା ପରେ ଏହି ଟ୍ରେଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିନିକୁ ଦିନ ଖୋଲୁଛି ଭଳିକି ଭଳି ଅନ୍‌ଲାଇନ୍‌ ୱେବ୍‌ ପୋର୍ଟାଲ। ଏହି ପୋଟାର୍ଲ ଗୁଡିକରେ ଉପଲବ୍ଧ ହେଉଛି ମାଛ, ମାଂସ, ଅଣ୍ଡା, ଚିଙ୍ଗୁଡି ଓ ଦେଶୀ ମାଛ। ତାହା ପୁଣି ବଜାର ଦରଠାରୁ କମ‌ ଦାମରେ। ଏହି ସାମଗ୍ରୀରେ ମିଶୁନି ଆଣ୍ଟି ବାଓଟିକ‌ ଓ କେମିକାଲ। ଏହାକୁ ବରଫରେ ମଧ୍ୟ ରଖାଯାଉନାହିଁ। ଏହି  ସେଲିଂ ପୋର୍ଟାଲ ଗୁଡିକ ସଦ୍ୟ କଟାଯାଇଥିବା ମାଂସକୁ କିଛି ସମୟ ମଧ୍ୟରେ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଏହି ପ୍ରମୁଖ ପୋର୍ଟାଲ ମଧ୍ୟରେ www.haata.in, www.mybazaars.com, www.odishabazar.net ଅଛନ୍ତି। ଏହାଛଡା ରାଜ୍ୟର ଏକମାତ୍ର ସରକାରୀ ନନ୍‌ଭେଜ୍‌ ପୋର୍ଟାଲ ହେଲା www.chilikafresh.in ଯାହାର ଏକାଧିକ ଷ୍ଟୋରରେ ସି’ଫୁଡ ଓ ନନ୍‌ଭେଜ ଆଇଟମ୍‌ ଉପଲବ୍ଧ ହେଉଛି।

ଏହି ପୋର୍ଟାଲରେ ସ୍ପେଶାଲ ଚିକେନ୍‌‍ କେଜି ପ୍ରତି ୨୦୦ ଟଙ୍କା, ସ୍ପେଶାଲ ମଟନ କେଜି ପ୍ରତି ୪୦୦ ଟଙ୍କା, ବାଗ୍‌ଦା ଚିଙ୍ଗୁଡି କେଜି ୩୫୦ ଟଙ୍କା, କଙ୍କଡା କେଜି ପ୍ରତି ୪୪୦ ଟଙ୍କା, ଗ୍ରୀନ‌‍ ଚିଙ୍ଗୁଡି କେଜି ପ୍ରତି ୩୪୦ଟଙ୍କାରୁ ୩୯୦ ଟଙ୍କା, ଇଲିଶି ମାଛ କେଜି ପ୍ରତି ୧୨୦୦ଟଙ୍କା, ପାମ୍ପଲେଟ‌‍ କେଜି ପ୍ରତି ୩୦୦ ଟଙ୍କା, ରୋହୀ ମାଛ କେଜି ପ୍ରତି ୧୨୦ ଟଙ୍କା, ୪୫୦ ଗ୍ରାମ‌ ମହୁରାଳି ମାଛର ଦର ୪୨୨ ଟଙ୍କା ଓ ନଈ ଚିଙ୍ଗୁଡି କେଜି ପ୍ରତି ୫୫୦ ଟଙ୍କା ରହିଛି। ସେହିପରି ଦେଶୀ ଅଣ୍ଡା ୬ଟାକୁ ୧୨୦ ଟଙ୍କା ଓ ପୋଲଟ୍ରି ଫାର୍ମ ଅଣ୍ଡା ୧୨ଟାକୁ ୫୫ ଟଙ୍କାରେ ଉପଲବ୍ଧ ହେଉଛି।

my-bazar-com-ra-prwn

ସ୍ପେଶାଲ ଡେ, ନନ୍‌ଭେଜ ସ୍ପେଶାଲ

ସ୍ପେଶାଲ ଡେ’ରେ ନନ୍‌ଭେଜ‌ ସ୍ପେଶାଲ ଅଫର ସହ ସୁଲଭ ଦରରେ ନନ୍‌ଭେଜ୍‌ ଆଇଟମ୍‌ ପ୍ରଦାନ କରୁଛନ୍ତି ଏହି ପୋର୍ଟାଲ ଗୁଡିକ। ବୋନଲେସ‌ ଚିକେନ‌ ୪୫୦ ଗ୍ରାମକୁ ବାହାରେ ୨୭୨ ଟଙ୍କା ବିକ୍ରି ହେଉଥିବା ବେଳେ ନନଭେଜ‌ ପୋର୍ଟାଲରେ ଏହା ୧୬୧ ଟଙ୍କାରେ ମିଳୁଛି। ସେହିପରି ସ୍ପେଶାଲ କଟ୍‌ ଚିକେନ‌ କେଜି ପ୍ରତି ୨୮୯ ଟଙ୍କା ଓ ତୁର୍କୀ ଚିକେନ ୪୫୦ ଗ୍ରାମକୁ ୨୬୦ ଟଙ୍କାରେ ମିଳୁଛି।

ସେହିପରି ମଟନ୍‌‍ ସ୍ପେଶାଲ ମଧ୍ୟ ରହିଛି। ମଟନ‌‍ ବୋନଲେସ‌‍ ୨୫୦ ଗ୍ରାମ ପ୍ରତି ୧୮୭ ଟଙ୍କା, ମଟନ‌‍ ବୋନ‌‍ଲେସ ୫୦୦ ଗ୍ରାମକୁ ୩୫୪ ଟଙ୍କା, ମଟନ‌‍ ମିନ୍ସ ୨୫୦ ଗ୍ରାମକୁ ୧୯୧ ଟଙ୍କା ଥିବା ବେଳେ ୫୦୦ ଗ୍ରାମକୁ ୩୫୪ ଟଙ୍କା  ରହିଛି।

ୱେବସାଇଟରେ ୧୦୦%  ଖାଣ୍ଟି ଉତ୍ପାଦ, ୨୪x୭ ଘଣ୍ଟା ସହାୟତା, ସିଓଡି ଓ ଫ୍ରି’ ସିପିଂ ସହ ୧୦୦% ନିରାପଦ ସେବା ଯୋଗାଉଥିବା ଏହି ପୋର୍ଟାଲ ଗୁଡିକ ଦାବି କରନ୍ତି।

ମାଇଁ ବଜାର ଡଟ‌‍ କମ‌‍ ଡେଭ୍ଲପମେଣ୍ଟ ହେଡ ରାଜାରାମ ବିଶ୍ୱାଳ କହିଛନ୍ତି,“୨୦୧୧ରୁ ଆମେ ଅନଲାଇନରେ ଏହି ସେବା ଯୋଗାଇ ଆସୁଛୁ। ଗରାଖଙ୍କୁ ଆକୃଷ୍ଟ କରିବାକୁ ଏବେ ଆମ କମ୍ପାନୀ ପକ୍ଷରୁ ଡୋରଷ୍ଟେପ‌ ସେବା, ଅନଲାଇନ‌‍, ଅଫଲାଇନ ଓ କଲ‌‍ ଅନ‌‍ ଡେଲିଭରୀ ସେବା ଦେଉଛୁ। ଏବେ ଆମେ ଭୁବନେଶ୍ୱରରେ ସେବା ପ୍ରଦାନ କରୁଛୁ। ଆଗାମୀ ଦିନରେ ଆମେ କଟକ ଓ ପୁରୀରେ ଏହି ସେବା ଦେବାକୁ ଯୋଜନା କରୁଛୁ। ମାଛ, ମାଂସ ଓ ଚିକେନ ଦର ପ୍ରତିଦିନ ପରିବର୍ତ୍ତନ ହେଉଥିବାରୁ ଡେଲିଭରୀ ଚାର୍ଜ ସହ ଆମେ ସେହି ଅନୁସାରେ‍ ଦର ନେଉଛୁ।’’

ଓଡିଶା ବଜାର ଡଟ୍‌ କମ‍ ଏମ‌‍ଡି ସୁରେଶ କୁମାର ଜେନା କହିଛନ୍ତି,“ନନ୍‌ଭେଜ‌‍ ଆଇଟମ‍ର ଚାହିଦା ଶନିବାର, ରବିବାର ଓ ସ୍ପେଶାଲ ଦିନରେ ବେଶୀ ଥାଏ। ସେଥିପାଇଁ ଆମେ କଲ ଅନ‌ ଡେଲିଭରୀ, ଅନ୍‌‍ଲାଇନ ଓ ଅଫ ଲାଇନରେ ମଧ୍ୟ ସେବା ଦେଉଛୁ। ଏହାକୁ ପ୍ରସାରିତ କରିବାକୁ ଆଗକୁ ଯୋଜନା ରଖିଛୁ।’’

capture

ଅନଲାଇନ‌‍ ସେବା ନେଇ କର୍ମଜୀବୀ ସୁଭଦ୍ରା ନନ୍ଦ କହିଛନ୍ତି,“କର୍ପୋରେଟ‌‍ ସଂସ୍ଥାର କାର୍ମଚାରୀ ହୋଇଥିବାରୁ ସପ୍ତାହକୁ ମାତ୍ର ଦିନେ କି ୨ ଦିନ ଛୁଟି ମିଳୁଛି। ସେଥିରେ ଯାବତୀୟ କାମ, ମାର୍କେଟକୁ ଯିବାକୁ ସମୟ ମିଳେନା। ତେଣୁ ମୁଁ ରିତିମତ ଅନଲାଇନରେ ମାଛ, ମାଂସ, ଚିକେନ‌‍ ଓ ଚିଙ୍ଗୁଡି ଆଦି ଖରିଦ କରିଥାଏ। ଏହାକୁ ଖାଇବା ପରେ ମୁଁ ଓ ମୋ ପରିବାରରେ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇନାହୁଁ।”

ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟି ହେଉଥିବା ବେଳେ ନନ୍‌ଭେଜ ଆଇଟମ୍‌ର ବିକ୍ରି ଅନ୍‌ଲାଇନ୍‌ରେ କେତେ ଲୋକାଦୃତ ହେବ ତାହା ଦେଖିବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story