ସରକାରୀ ଯୋଜନାରୁ ବଞ୍ଚିତ କୁଟିଆ କନ୍ଧ-ଦେଶୁଘାଟିର ଦୁଃଖ ଦୂର ହେବ କେବେ?

ଫୁଲବାଣୀ : ରାଜ୍ୟରେ ଥିବା ବିଭିନ୍ନ ଆଦିମ ଜନଜାତିଙ୍କ ପାଇଁ ସରକାରଙ୍କର କେତେ କ’ଣ ଯୋଜନା ରହିଛି। କିନ୍ତୁ ଯୋଜନାର ସୁଫଳ ପାଇପାରୁନାହାନ୍ତି ଆଦିମ ଜନଜାତି। ଏଭଳି ଏକ ଜନଜାତି ଭିତରୁ ଅନ୍ୟତମ ହେଲେ କୁଟିଆ କନ୍ଧ। କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାରଙ୍କ ରହିଛି ଏକ ସ୍ୱତନ୍ତ୍ର ଯୋଜନା, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା । ମାତ୍ର ଏହି ସଂସ୍ଥା ବର୍ତ୍ତମାନ ସ୍ଥାଣୁ ପାଲଟିଯାଇଛି । ସ୍ୱାଧୀନତାର ୬୮ବର୍ଷ ପରେ ମଧ୍ୟ ସେମାନେ ଯେଭଳି ଥିଲେ […]

kutia

kutia

Rakesh Mallick
  • Published: Saturday, 06 June 2015
  • Updated: 07 June 2015, 05:31 AM IST

ଫୁଲବାଣୀ : ରାଜ୍ୟରେ ଥିବା ବିଭିନ୍ନ ଆଦିମ ଜନଜାତିଙ୍କ ପାଇଁ ସରକାରଙ୍କର କେତେ କ’ଣ ଯୋଜନା ରହିଛି। କିନ୍ତୁ ଯୋଜନାର ସୁଫଳ ପାଇପାରୁନାହାନ୍ତି ଆଦିମ ଜନଜାତି। ଏଭଳି ଏକ ଜନଜାତି ଭିତରୁ ଅନ୍ୟତମ ହେଲେ କୁଟିଆ କନ୍ଧ। କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାରଙ୍କ ରହିଛି ଏକ ସ୍ୱତନ୍ତ୍ର ଯୋଜନା, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା । ମାତ୍ର ଏହି ସଂସ୍ଥା ବର୍ତ୍ତମାନ ସ୍ଥାଣୁ ପାଲଟିଯାଇଛି । ସ୍ୱାଧୀନତାର ୬୮ବର୍ଷ ପରେ ମଧ୍ୟ ସେମାନେ ଯେଭଳି ଥିଲେ ସେହିଭଳି ରହିଛନ୍ତି। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରୁ କୁଟିଆକନ୍ଧ ଉପରେ ଆମର ବିଶେଷ ରିପୋର୍ଟ ‘ଦେଶୁଘାଟିର ଦୁଃଖ’।kutia1

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ୧୨୦ କିଲୋମିଟର ଯିବାପରେ, ସେଠାରୁ ମାତୃଗାଁ ରାସ୍ତା ଦେଇ ବେଲଘର ଯିବାକୁ ପଡିବ। ବେଲଘରରୁ କିଛି ବାଟ ମାଟି ରାସ୍ତାରେ ଗଲାପରେ ପ୍ରାୟ ୮ କିଲୋମିଟର ଜଙ୍ଗଲ ପାହାଡ଼ ରାସ୍ତା ଦେଇ ଝିରପାଣି ପଞ୍ଚାୟତର ଏକ ଛୋଟ ଗାଁ ହେଉଛି ଦେଶୁଘାଟି। ଦେଶୁଘାଟିରେ ପ୍ରାୟ ୨୫ କୁଟିଆ କନ୍ଧ ପରିବାର ବସବାସ କରନ୍ତି । ପିଲାଠାରୁ ବୃଦ୍ଧା ସମସ୍ତେ ମିଶି ପ୍ରାୟ ୧୦୦ ହେବେ। ପ୍ରକୃତରେ ସେଠାରେ ପହଞ୍ଚିଲା ପରେ ହିଁ ଅନୁଭବ କରିହେବ ଯେ ଆଧୁନିକ ସଭ୍ୟତା ଠାରୁ କେତେ ଦୂରରେ ଅଛନ୍ତି ଏହି କୁଟିଆ କନ୍ଧମାନେ। ସେହି ଆଦିମ ବେଶଭୂଷା, ଖାଦ୍ୟପେୟ ଓ ନିରକ୍ଷରତା ମଧ୍ୟରେ ନିଜର ଜୀବନ ଶୈଳୀ ଅନୁସାରେ ଦୈନିକ ବଞ୍ଚିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି ସେମାନେ। ସମସ୍ତେ ଜଙ୍ଗଲ ଉପରେ ହିଁ ନିର୍ଭରଶୀଳ ଏବଂ ଜଙ୍ଗଲ ହିଁ ସେମାନଙ୍କ ଜୀବନ ଜୀବିକା। ଜଙ୍ଗଲରୁ ଆଦାୟ ଜଙ୍ଗଲ ଜାତ ଦ୍ରବ୍ୟ ଯଥା କରଡି, କନ୍ଦା ପ୍ରଭୃତି ସେମାନଙ୍କ ମୁଖ୍ୟ ଖାଦ୍ୟ। ସେହିପରି ଜଙ୍ଗଲରୁ ମିଳୁଥିବା ବାଉଁଶ ଓ ପତ୍ରରେ ଖଲି, ବାଉଁଶ ବତାରେ ତିଆରି ସାମଗ୍ରୀ ହିଁ ସେମାନଙ୍କ ରୋଜଗାର ମୁଖ୍ୟ ମାଧ୍ୟମ। କିଛି କିଛି ସରକାରୀ ଯୋଜନାର ସୁଫଳ ଏମାନେ ପାଇଥିଲେ ମଧ୍ୟ ବହୁ ସରକାରୀ ଯୋଜନା ବାବଦରେ ଏମାନେ ଜାଣନ୍ତି ନାହିଁ ।kutia2

ସରକାର ଯୋଜନାରେ ଗାଁରେ କେବଳ ଏକ କଂକ୍ରିଟ ରାସ୍ତା ଏବଂ ପ୍ରାଥମିକ ବିଦ୍ୟାଳୟ ରହିଛି, ଏହା ବ୍ୟତୀତ ଅନ୍ୟାନ୍ୟ ବହୁ ଯୋଜନାରୁ ବଞ୍ଚିତ ଏହି କୁଟିଆ କନ୍ଧ ମାନେ। ଏମିତିକି  ବେଲଘର  ଅଞ୍ଚଳରେ କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ୧୯୭୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ବେଳେ ଏଭଳି ଏକ ସଂସ୍ଥା ସେହି ଅଞ୍ଚଳରେ କାର୍ଯ୍ୟକରୁଥିବା ଗ୍ରାମବାସୀ ମାନେ ଜାଣି ନାହାଁନ୍ତି ।kutia3

ସେମାନେ ସରକାର ଠାରୁ ବହୁତ କିଛି ଆଶା କରୁଥିଲେ ମଧ୍ୟ ସେମାନଙ୍କୁ କିଛି ମଧ୍ୟ ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମର ନରେନ୍ଦ୍ର ଯାନୀ। ତେବେ ସରକାର ସୁବିଧା ସୁଯୋଗରୁ ବଞ୍ଚିତ ଏହି କୁଟିଆକନ୍ଧ ମାନେ ବହୁ ସରଳ ଜୀବନ  ଯାପନ କରିବା ସହ ନିଜ ନିଜ ଭିତରେ ବହୁ ଆନନ୍ଦ ଉଲ୍ଲାସରେ ଚଳୁଛନ୍ତି। ବିଭିନ୍ନ ପର୍ବପର୍ବାଣୀ ଓ ସେମାନଙ୍କ ଇଷ୍ଟ ଦେବତା ଧରିଣୀ ପେନୁକୁ ପୂଜାର୍ଚ୍ଚନା ବେଳେ ଗାଁର ସ୍ତ୍ରୀ ପୁରୁଷ ସମସ୍ତ ମିଶି ପାରମ୍ପରିକ ନାଚ ଗୀତରେ ବେସ ମଜିଯାଇ ହସ ଖୁସିରେ ଚଳି ଆସୁଛନ୍ତି ଏମାନେ।kutia4

କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ବେଲଘରରେ ୧୯୭୮ ମସିହାରୁ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା, ଆଜି ପର୍ଯ୍ୟନ୍ତ କାହିଁକି କୁଟିଆ କନ୍ଧଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ  ଆଖି ଦୃଶିଆ ଆସିନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସେମାନଙ୍କ ପାଇଁ ବାସଗୃହ ନିର୍ମାଣ ଆଦି କାର୍ଯ୍ୟ ହୋଇ ପାରିନାହିଁ। ଏ ବାବଦରେ ଆମେ କନ୍ଧମାଳ ଜିଲ୍ଲାପାଳ ୟାମିନୀ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, କେକେଡିଏ ସେହି ଅଞ୍ଚଳରେ କୁଟିଆ କନ୍ଧଙ୍କ ବିକାଶ ପାଇଁ ପ୍ରାୟ ୩୬ ବର୍ଷ ଧରି କାର୍ଯ୍ୟ କରିଆସୁଛି । ୩ ଗୋଟି ପଞ୍ଚାୟତରେ ପ୍ରାୟ ୪୦ଟି ଗ୍ରାମରେ ସଂସ୍ଥା ତରଫରୁ ଶିକ୍ଷା ପ୍ରତିଷ୍ଠାନ, ବାସଗୃହ ପ୍ରଭୃତି ଯୋଗାଇ ଦିଆଯାଇଛି। ତେବେ କେଉଁ କାରଣରୁ ଦେଶୁଘାଟିରେ ରହୁଥିବା କୁଟିଆ କନ୍ଧମାନଙ୍କ ପାଇଁ ସଂସ୍ଥା କିଛି କାର୍ଯ୍ୟ କରିନି ସେ ନେଇ ସେ ତଦନ୍ତ କରିବେ ଏବଂ ଆଗାମୀ ଦିନରେ ସେହି ଅଞ୍ଚଳକୁ ଗସ୍ତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story