ଚିନ୍ତାମଣି: ଆଖି ବନ୍ଦ କରି ଚିତ୍ର ଆଙ୍କିପାରୁଥିବା ଶିଳ୍ପୀଟିଏ

ବାପା ମୂର୍ତ୍ତି ଗଢୁଥିବା ବେଳେ ସେ ବସି ରୁହନ୍ତି ଘଣ୍ଟା ଘଣ୍ଟା ଧରି। ବିଭିନ୍ନ ରଙ୍ଗରେ ମୂର୍ତ୍ତିଗୁଡିକ ଜୀବନ୍ତ ହୋଇ ଉଠିବା ବେଳେ ଚିନ୍ତାମଣିଙ୍କ ଚିନ୍ତା ବି ରଙ୍ଗୀନ୍‌ ହୋଇଉଠେ। କେତେବେଳେ ନୀଳ ନିର୍ଲିପ୍ତ ଆକାଶ ତ ପୁଣି କେତେବେଳେ ଫେନୀଳ ସମୁଦ୍ର ତାଙ୍କ ମୁଦ୍ରିତ ମନକୁ ଆନମନା କରିପକାଏ।  ଏମାନଙ୍କୁ ବାନ୍ଧି ପକାଇବାକୁ ସେ ଥୟ କରିନିଅନ୍ତି। ସାମ୍ନାରେ କାନ୍‌ଭାସ୍‌ ଆଉ ହାତରେ ତୁଳୀ ଧରି ସେ ପ୍ରକୃତିସ୍ଥ ହୁଅନ୍ତି।  ଠିକ୍‌ ସେହି ମୂହୁର୍ତ୍ତରେ ଚିତ୍ରଶିଳ୍ପୀଟିଏ […]

12

12

Puspanjali Panda
  • Published: Monday, 24 September 2018
  • Updated: 24 September 2018, 06:20 PM IST

Sports

Latest News

ବାପା ମୂର୍ତ୍ତି ଗଢୁଥିବା ବେଳେ ସେ ବସି ରୁହନ୍ତି ଘଣ୍ଟା ଘଣ୍ଟା ଧରି। ବିଭିନ୍ନ ରଙ୍ଗରେ ମୂର୍ତ୍ତିଗୁଡିକ ଜୀବନ୍ତ ହୋଇ ଉଠିବା ବେଳେ ଚିନ୍ତାମଣିଙ୍କ ଚିନ୍ତା ବି ରଙ୍ଗୀନ୍‌ ହୋଇଉଠେ। କେତେବେଳେ ନୀଳ ନିର୍ଲିପ୍ତ ଆକାଶ ତ ପୁଣି କେତେବେଳେ ଫେନୀଳ ସମୁଦ୍ର ତାଙ୍କ ମୁଦ୍ରିତ ମନକୁ ଆନମନା କରିପକାଏ।  ଏମାନଙ୍କୁ ବାନ୍ଧି ପକାଇବାକୁ ସେ ଥୟ କରିନିଅନ୍ତି। ସାମ୍ନାରେ କାନ୍‌ଭାସ୍‌ ଆଉ ହାତରେ ତୁଳୀ ଧରି ସେ ପ୍ରକୃତିସ୍ଥ ହୁଅନ୍ତି।  ଠିକ୍‌ ସେହି ମୂହୁର୍ତ୍ତରେ ଚିତ୍ରଶିଳ୍ପୀଟିଏ ହେବାର ଅଦମ୍ୟ ଅଭିଳାଷ ତାଙ୍କ ଭିତରେ ଅଙ୍କୁରିତ ହୁଏ।   

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପ୍ରଦୀପ): ଆମେ କହୁଛୁ ଚିତ୍ରଶିଳ୍ପୀ ଚିନ୍ତାମଣିଙ୍କ କଥା। ଚିନ୍ତାମଣି ବିଶ୍ୱାଳ। ଭଦ୍ରକର ପଞ୍ଚୁଟିକିରି ଗାଁରେ ଜନ୍ମ ଗ୍ରହଣ କରିଥିବା ଏହି ପ୍ରତିଭା ଜଣକ ପିଲାଟିବେଳୁ କଳାମନସ୍କ। ଛୁଆ ଥିଲା ବେଳେ ବାପାଙ୍କ ମୂର୍ତ୍ତି କାରିଗରୀକୁ ଦେଖିଦେଖି ସେ ଆଜି ଏଇଠି ପହଞ୍ଚିଛନ୍ତି ବୋଲି କୁହନ୍ତି। ଆଉ ତାଙ୍କ କୃତୀ ପାଇଁ ତାଙ୍କ ପିତାଙ୍କୁ ହିଁ ସେ ଶ୍ରେୟ ଦିଅନ୍ତି।

ଚିନ୍ତାମଣୀଙ୍କ ଭାଷାରେ- ‘‘ବାପା ବାହାର ଦୁନିଆରେ କମ୍‌ ରୁହନ୍ତି। ନିଜ ମୂର୍ତ୍ତି ଆଉ କାମରେ ସବୁବେଳେ ମଗ୍ନ । ସେ ଯେତେବେଳେ ମୂର୍ତ୍ତିଗୁଡିକୁ ନାଲି ନେଳି ରଙ୍ଗରେ ସଜାନ୍ତି, ସେତେବେଳେ ମୋତେ ସବୁ କିଛି  ରଙ୍ଗୀନ୍‌ ଲାଗେ। ବାପାଙ୍କ ପାଖେ ପାଖେ ମୁଁ ରୁହେ। ଆଉ ଏମିତି ସେହି ମୂର୍ତ୍ତିମାନଙ୍କ ଦେଖୁ ଦେଖୁ ମୁଁ ଭଲପାଇ ବସେ କଳାକୁ। ଶୌଶବରୁ ହିଁ ମନସ୍ଥ କରିନିଏ ବାପାଙ୍କ ଚଲାପଥ ଅନୁଶରଣ କରିବି ବୋଲି।

ଗୋଟିଏ କଳାତ୍ମକ ପରିବେଶରୁ ସୃଷ୍ଟି ହୋଇଥିବା ଏହି ମଣିଷ ଜଣକ ଏବେ ନିଜ ଭାବନାକୁ କାନଭାସ୍‌ରେ ଗାରେଇବାରେ ବ୍ୟସ୍ତ। ଅନେକ ସଂଘର୍ଷ ପରେ ଆଜି ଚିନ୍ତାମଣି ଚିତ୍ରଶିଳ୍ପୀର ଆଖ୍ୟା ପାଇଛନ୍ତି। ଖାଲି ନାଁ ପାଇ ନାହାନନ୍ତି ବରଂ କିଛି ନିଆର ଗୁଣ ପାଇଁ ଚିତ୍ର କଥା ପଡିଲେ ତାଙ୍କ ନାଁ ଆଗ ପଡେ। ବହୁ ଶିଳ୍ପୀ ଚିତ୍ର କରନ୍ତି, ହେଲେ ଚିନ୍ତାମଣୀଙ୍କ  ସ୍ୱାତନ୍ତ୍ର୍ୟ ହେଉଛି, ସେ ଆଖି ବନ୍ଦ କରି ମଧ୍ୟ ଚିତ୍ର ଆଙ୍କି ପାରନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଏକଦମ୍‌ ସତ। ଯେଉଁ ପ୍ରତିଭା ପାଇଁ ଆଜି ସାରା ଓଡିଶା ତାଙ୍କ ପାଇଁ ଆଜି ଗର୍ବ କରେ।

ହେଲେ ଏଇ ସଫଳତା ତାଙ୍କୁ ଶସ୍ତାରେ ମିଳିନି। ଏଥିପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି।

କଥାରେ ଅଛି ନା, ସଂଘର୍ଷ ବିନା ସଫଳତା ତୁଚ୍ଛ। କିଛି ପାଇବାକୁ ହେଲେ ଅନେକ କିଛି ହରାଇବାକୁ ପଡିଥାଏ। ସେମିତି କିଛି ଘଟିଥିଲା ଚିନ୍ତାମଣୀଙ୍କ କ୍ଷେତ୍ରରେ। ଚିତ୍ରଶିଳ୍ପୀର ଯାତ୍ରା ଏତେ ସହଜ ନ ଥିଲା ତାଙ୍କ ପାଇଁ। ଅନେକ ତାତ୍ସଲ୍ୟ ଓ ତାଡନାର ଶୀକାର ହୋଇଥିଲେ ସେ। ଦାରିଦ୍ର୍ୟର କଷାଘାତକୁ ଅତିକ୍ରମ କରିବାକୁ ପଡିଥିଲା ତାଙ୍କୁ। ତଥାପି କଳା ଓ ଚିତ୍ରକୁ ଜୀବନର ସର୍ବଶ୍ୱ ମଣି ନେଇଥିବା ଚିନ୍ତାମଣିଙ୍କୁ କେହି ପଥଚ୍ୟୁତ କରିପାରି ନ ଥିଲେ।

ଖୁବ୍‌ ବମ୍‌ ବୟସରୁ ଚିନ୍ତାମଣୀ ଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ସେ କୁହନ୍ତି “ମୁଁ ଯବେ ନିଜକୁ ମଣିଷ ଭାବେ ଜାଣିଲି। ଯେବେ ଜାଣିଲି ମୁଁ ଗୋଟେ ପୃଥିବୀରେ ଅଛି, ମୋ ପାଦ ତଳେ ଘାସ ଗାଲିଚା ଏବଂ ମୁଣ୍ଡରେ ନୀଳ ଆକାଶ ରହିଛି, ପ୍ରକୃତିକୁ ମୁଁ ଯେବେଠୁ ଅତି ପାଖରୁ ଅନୁଭବ କରିବାରେ ଲାଗିଲି, ସେବେଠାରୁ ମୋ ଭିତରେ ଶିଳ୍ପୀର ଗୁଣଟିଏ ଚାଲିଆସିଥିଲା। ବାପା ମୋର ପ୍ରଥମ ଗୁରୁ ଥିଲେ। ଆମ ଗାଁରେ ସମସ୍ତ ପର୍ବ ପର୍ବାଣୀରେ ମାଟିରେ ସେ ମୂର୍ତ୍ତି ଗଢନ୍ତି।  ସେସବୁ ଦେଖି ମୁଁ ପ୍ରଥମେ ଆକର୍ଷିତ ହୋଇଯାଇଥିଲି। ଦିନେ ମୋର ମଧ୍ୟ ଇଚ୍ଛା ହେଲା ସେହି ରଙ୍ଗ ତୁଳୀକୁ ଆଣି ଗାରେଇବାକୁ। ମନରେ ଯାହା ଅଛି ତାକୁ ଛବିର ରୂପ ଦେବାକୁ।

ଆଉ ସେଇଟା ହିଁ କଲି। କାହାକୁ କିଛି ନ କହିପାରିଲେ ମୁଁ ଚିତ୍ର ଆଙ୍କେ। ପିଲାଦିନେ ସ୍କୁଲ୍‌ ଯିବା ସମୟରେ ମୁଁ ଯେଉଁ ଘଟଣା ସବୁ ଦେଖୁଥିଲି ସେ ସବୁ ଆସି ଘରେ ଆଙ୍କୁଥିଲି। ମନ ଦୁଃଖ ହେଲେ କାହିଁ ମନ ଦୁଃଖ ହେଲା ସେ ସବୁ ଚିତ୍ର ମାଧ୍ୟମରେ ଆଙ୍କିକି ଦେଖାଉଥିଲି। ଆଗରୁ ଚିତ୍ର ନିଶା ଥିଲା ଧୀରେ ଧୀରେ ସେଇଟା ପେଶାରେ ପରିବର୍ତ୍ତନ ହୋଇଗଲା।

ଅନେକ ବୃତ୍ତି ଥାଉ ଥାଉ ଆପଣ କାହିଁକି ଚ୍ରିତ୍ରକର ବୃତ୍ତିକୁ ବାଛିଲେ ?

ଉତ୍ତର-  “ସେ କଥା ମୁଁ ବି ଜାଣିନି, କିନ୍ତୁ ସମାଜରେ ଜଣେ ଚିତ୍ରଶିଳ୍ପୀ ହୋଇ ବଞ୍ଚିବାର ପ୍ରେରଣା ମୁଁ ମୋ ବାପାଙ୍କଠାରୁ ପାଇଥିଲି। ତାଙ୍କ ଆଶୀର୍ବାଦ ପାଇଁ ମୁଁ ଏଠି ଅଛି। ମାଟ୍ରିକ୍‌ ପାସ୍‌ କରିସାରିବା ପରେ ମୁଁ କିଛି ଦିନ ଡିଫେନ୍ସରେ କାମ କରିଥିଲି। କିନ୍ତୁ ଚିତ୍ର ପ୍ରତି ମୋ ଦୁର୍ବଳତା ଯୋଗୁ ମୁଁ ସେ ଚାକିରୀ ଛାଡି ବି.କେ ଆର୍ଟ କଲେଜ୍‌ରେ ପାଠ ପଢିଲି। ସେ ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଥିଲା। ୧୯୯୯ମସିହା ବାତ୍ୟାରେ ମୋ ଘର ଭାଙ୍ଗିଗଲା। ଆର୍ଥିକ ଅନଟନ ଦେଖା ଦେଲ। ସମସ୍ତେ ଭାଙ୍ଗି ପଡିଲେ। ମୁଁ ମଧ୍ୟ ଭାବିଥିଲି ଯେ ଘର ଭାଙ୍ଗିବା ସହ ମୋ ସ୍ୱପ୍ନ ବି ଭାଙ୍ଗିଗଲା। ଆଉ ମୋ ପାଠପଢା ପାଇଁ ପଇସା ମିଳିବନି। ମୋ ପାଠ ପଢା ବନ୍ଦ ହୋଇଯିବ। କିନ୍ତୁ ସେ ସମୟରେ ଦିଲ୍ଲୀର ଗୋଟେ ପ୍ରଦର୍ଶନୀରେ ମୁଁ ଆଙ୍କିଥିବା ଚିତ୍ର ମଧ୍ୟରୁ ଗୋଟେ ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶୁଣିଲି। ଆଉ ସେହି ପୁରସ୍କାର ରାଶି ଥିଲା ଏକ ଲକ୍ଷ ଷାଠିଏ ହଜାର ଟଙ୍କା। ଏହି ଅର୍ଥରାଶି ମୋ ଜୀବନରୁ ପୁଣି ଥରେ ସମ୍ଭାଳିନେଲା। ସେ ପଇସାରେ ମୋ ଆର୍ଥିକ ସମସ୍ୟାର ସମାଧାନ ହେଲା।  ସେହି ପୁରସ୍କାର ମୋ ଭିତରେ ଲିଭିଯାଉଥିବା ଚିତ୍ରଶିଳ୍ପିର ଦୀପକୁ ପୁଣି ଥରେ ଜଳାଇଦେଲା।”

କେମିତି ଚିତ୍ର ଆଙ୍କିବାକୁ ପସନ୍ଦ କରିନ୍ତି?

ଉତ୍ତର-  “ମୁଁ ସବୁ ପ୍ରକାର ଚିତ୍ର ଆଙ୍କିବାକୁ ପସନ୍ଦ କରେ। ମୋ କଳା, ସାହିତ୍ୟ ସଂସ୍କୁତିକୁ ମୁଁ ମୋ ଚିତ୍ରରେ ପରିପ୍ରକାଶ କରିବାକୁ ଚେଷ୍ଟା କରେ। ସାଧାରଣ ମଣିଷ ବୁଝିପାରୁଥିବା କଥା ଏମିତିକି ସାଧାରଣ ଶିଶୁଟିଏ ବୁଝିପାରୁଥିବା କଥାକୁ ମୁଁ ମୋ ଚିତ୍ରରେ ସ୍ଥାନ ଦିଏ।”

https://youtu.be/mwlheXGYIz8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story