Advertisment

ଫଟୋରେ ଫଟୋରେ ଜାଣନ୍ତୁ ଅନେକ କିଛି...

ପାନ୍ଥେରା ପରିବାରର ଅନ୍ୟତମ ଆକର୍ଷଣୀୟ ପ୍ରାଣୀ ହେଉଛି ସିଂହ। ବାଘ ପରେ ଏ ହା ହେଉଛି ଦ୍ୱିତୀୟ ବୃହତ୍ ବିଲେଇ ବା ବିଗ୍ କ୍ୟାଟ୍।     ଆଫ୍ରିକାର ଉପ-ଶାହାର ଅଞ୍ଚଳ ଏବଂ ଦକ୍ଷିଣ ଏସିଆରେ ଭାରତର ଗିର ଜାତୀୟ ଉଦ୍ୟାନରେ ସିଂହ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି। ଶକ୍ତ ମାଂସପେଶୀ, ଗଭୀର ଛାତି, ଗୋଲ ମୁଣ୍ଡ, ଗୋଲାକାର କାନ ଏବଂ ଲାଞ୍ଜର ଶେଷ ଭାଗରେ ଲୋମଗୁଚ୍ଛ ସିଂହର ସ୍ୱତନ୍ତ୍ର ପରିଚୟ। ଏମାନଙ୍କ ଭିତରେ ଲିଙ୍ଗଭେଦ ଯଥେଷ୍ଟ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଫଟୋରେ ଫଟୋରେ ଜାଣନ୍ତୁ ଅନେକ କିଛି...

LION-DAY

ପାନ୍ଥେରା ପରିବାରର ଅନ୍ୟତମ ଆକର୍ଷଣୀୟ ପ୍ରାଣୀ ହେଉଛି ସିଂହ। ବାଘ ପରେ ଏ ହା ହେଉଛି ଦ୍ୱିତୀୟ ବୃହତ୍ ବିଲେଇ ବା ବିଗ୍ କ୍ୟାଟ୍।

Advertisment

LION DAY

ଆଫ୍ରିକାର ଉପ-ଶାହାର ଅଞ୍ଚଳ ଏବଂ ଦକ୍ଷିଣ ଏସିଆରେ ଭାରତର ଗିର ଜାତୀୟ ଉଦ୍ୟାନରେ ସିଂହ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି। ଶକ୍ତ ମାଂସପେଶୀ, ଗଭୀର ଛାତି, ଗୋଲ ମୁଣ୍ଡ, ଗୋଲାକାର କାନ ଏବଂ ଲାଞ୍ଜର ଶେଷ ଭାଗରେ ଲୋମଗୁଚ୍ଛ ସିଂହର ସ୍ୱତନ୍ତ୍ର ପରିଚୟ। ଏମାନଙ୍କ ଭିତରେ ଲିଙ୍ଗଭେଦ ଯଥେଷ୍ଟ ପରିଲକ୍ଷିତ ହୋଇଥାଏ।

LION-DAY

ପୁରୁଷ ସିଂହର ମୁଣ୍ଡରୁ କାନ୍ଧ ଚାରିପଟେ ଗହଳିଆ ଓ ଲମ୍ବା କେଶ ଏମାନଙ୍କୁ ଅଧିକ ଆକର୍ଷଣୀୟ କରିଥାଏ। ହେଲେ ସ୍ତ୍ରୀ ସିଂହ ଶରୀରରେ ସେହି ମାତ୍ରାରେ କେଶ ଦେଖାଯାଏ ନାହିଁ। ଏମାନଙ୍କ ଶରୀର ହାଲକା ଗେରୁଆ, ହାଲକା ହଳଦିଆ, ମାଟିଆ ଓ କିଞ୍ଚିତ୍ ଲାଲ ରଙ୍ଗର ହୋଇଥାଏ।

Advertisment

LION-DAY

ଜନ୍ମ ସମୟରେ ସିଂହ ଶାବକମାନେ ଏକା ଭଳି ଦେଖାଯାଆନ୍ତି। ଜନ୍ମର ପ୍ରାୟ 5-6 ମାସ ପରେ ପୁରୁଷ ଶାବକର କେଶରୀ ବାହାରିକା ଆରମ୍ଭ ହୁଏ ଏବଂ 7 ମାସ ମଧ୍ୟରେ ଏମାନଙ୍କ ଲିଙ୍ଗଭେଦ ବାରିହୁଏ।

LION-DAY

ସିଂହମାନଙ୍କ ଅଧିକାଂଶ ସମୟ ବିଶ୍ରାମ ନେବାରେ ବିତିଥାଏ। 24 ଘଣ୍ଟା ଅର୍ଥାତ୍ ଦିନକରେ ପ୍ରାୟ 20 ଘଣ୍ଟା ଏମାନେ ଶୋଇଥାନ୍ତି। ଏହା ବାଦ୍ ସବୁବେଳେ ସକ୍ରିୟ ରୁହନ୍ତି। ରାତି ହେଉ ବା ଦିନ ଆବଶ୍ୟକ ଅନୁସାରେ ଶିକାର କରନ୍ତି। 2 ଘଣ୍ଟା ଚାଲନ୍ତି, 50 ମିନିଟ୍ ଖାଇବାରେ ସମୟ ବ୍ୟୟ କରନ୍ତି।

LION-DAY

ସିଂହମାନେ ଦଳବଦ୍ଧ ହୋଇ ରୁହନ୍ତି। ପୁରୁଷ ସିଂହ ତୁଳନାରେ ସ୍ତ୍ରୀ ସିଂହ ବା ସିଂହୀମାନେ ଅଧିକ ଶିକାର କରନ୍ତି। ସିଂହୀମାନେ ଶିକାର କରିଗଲେ, ସିଂହ ଶାବକ ଓ ନିଜ ଅଞ୍ଚଳର ରକ୍ଷଣାବେକ୍ଷଣ କରିଥାଏ।

LION-DAY

ଜେବ୍ରା, ମଇଁଷି, ନୀଳଗାଈ, ହରିଣ ଏବଂ ବାରହା ଆଦି ହେଉଛନ୍ତି ସିଂହମାନଙ୍କ ସାଧାରଣ ଶିକାର। ଦିନକର ସିଂହୀ 5 କେଜି ଓ ସିଂହ 7 କେଜି ମାଂସ ଖାଇଥାଏ।

LION-DAY

ସିଂହୀମାନେ ଏକାଠି ହୋଇ ଶିକାର କରନ୍ତି ଓ ମିଳିମିଶି ଖାଇଥାନ୍ତି। ହେଲେ ସିଂହ ସାଧାରଣତଃ ନିଜ ଶିକାରକୁ ବାଣ୍ଟି ନ ଥାଏ।

LION DAY

ସଫାରୀରେ ଯାଉଥିବା ସମୟରେ ସିଂହକୁ ଅତି ନିକଟରୁ ଦେଖିବାର ସ୍ୱପ୍ନ ହୁଏତ ଆପଣଙ୍କର ବି ଥିବ। ଏହି ବଡ଼ ବିଲେଇ ସତରେ ଖୁବ୍ ଆକର୍ଷଣୀୟ। ତେବେ ଗତ ଦଶନ୍ଧି ମଧ୍ୟରେ ଆଫ୍ରିକାରେ ବାସ କରୁଥିବା ବଣୁଆ ସିଂହଙ୍କ ସଂଖ୍ୟା 200,000ରରୁ 20,000କୁ ହ୍ରାସ ପାଇଛି ବୋଲି ବିଗ୍ କ୍ୟାଟ୍ କନଜରଭେସନ ଚାରିଟି ପାନ୍ଥେରା କହିଛି।

LION-DAY

ଆଜି ଅଗଷ୍ଟ 10 ବିଶ୍ୱ ସିଂହ ଦିବସ ଉପଲକ୍ଷେ ନ୍ୟୁ ବିଗ୍ 5 ପ୍ରୋଜେକ୍ଟ ପକ୍ଷରୁ ସିଂହ ସଂରକ୍ଷଣ ଏବଂ ପାନ୍ତେରାର ଲିଓନାର୍ଡୋ ପ୍ରୋଜେକ୍ଟର ପ୍ରଚାର ପ୍ରସାର ପାଇଁ ପ୍ରକୃତିର ଅନ୍ୟତମ ଶକ୍ତିଶାଳୀ ପ୍ରାଣୀ ସିଂହର କେତେକ ଆକର୍ଷଣୀୟ ଓ ଚମତ୍କାର ଫଟୋ ଜାରି କରାଯାଇଛି। ତନ୍ମଧ୍ୟରୁ କେତେକ ବଛା ବଛା ଫଟୋ ଆମେ ଏଠାରେ ସଂଲଗ୍ନ କରିଛୁ।

LION DAY

ଆଗାମୀ 15 ବର୍ଷ ମଧ୍ୟରେ ସିଂହର ସମୁଦାୟ ସଂଖ୍ୟାତୁ 50 ପ୍ରତିଶତ ବୃଦ୍ଧି କରି ଅତିକମରେ 30,000 ସଂଖ୍ୟାରେ ପହଁଞ୍ଚାଇବା ସହ ଆଫ୍ରିକା ମହାଦେଶରେ ସିଂହଙ୍କୁ ଦୀର୍ଘଜୀବୀ କରିବା ଲିଏନାର୍ଡୋ ପ୍ରୋଜେକ୍ଟର ଲକ୍ଷ୍ୟ ରହିଛି।