ରାଜ୍ୟ ସରକାରଙ୍କ ଅକଲ ଗୁଡୁମ୍‌, ‘ପ୍ରସାଦ’ର ହିସାବ ମାଗିଲା କେନ୍ଦ୍ର

ଭୁବନେଶ୍ୱର (ଶାନ୍ତିଭୂଷଣ ମିଶ୍ର): ରାଜ୍ୟ ସରକାର ସବୁବେଳେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ହୋହାଲ୍ଲା କରୁଛନ୍ତି। କେନ୍ଦ୍ର ଯୋଜନା ବନ୍ଦ କରିଦେଲା, ଅର୍ଥ କାଟି ଦେଲା କହି ବାରମ୍ବାର କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି। ଏପରିସ୍ଥିତିରେ କେନ୍ଦ୍ର ‘ପ୍ରସାଦ ଯୋଜନା’ର ହିସାବ ମାଗିବା ପରେ ରାଜ୍ୟ ସରକାରଙ୍କୁ ଅକଲ ଗୁଡୁମ୍‌ ହୋଇଯାଇଛି। କେନ୍ଦ୍ରରୁ ଆସିଥିବା ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରି ନ ଥିବାରୁ ଏବେ କେମିତି ହିସାବ ଦେବ ସେ ନେଇ ହରଡଗଣାରେ ପହିଛନ୍ତି। ହିସାବ ନ […]

deuli-matha

deuli-matha

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 05:38 PM IST

ଭୁବନେଶ୍ୱର (ଶାନ୍ତିଭୂଷଣ ମିଶ୍ର): ରାଜ୍ୟ ସରକାର ସବୁବେଳେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ହୋହାଲ୍ଲା କରୁଛନ୍ତି। କେନ୍ଦ୍ର ଯୋଜନା ବନ୍ଦ କରିଦେଲା, ଅର୍ଥ କାଟି ଦେଲା କହି ବାରମ୍ବାର କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି। ଏପରିସ୍ଥିତିରେ କେନ୍ଦ୍ର ‘ପ୍ରସାଦ ଯୋଜନା’ର ହିସାବ ମାଗିବା ପରେ ରାଜ୍ୟ ସରକାରଙ୍କୁ ଅକଲ ଗୁଡୁମ୍‌ ହୋଇଯାଇଛି। କେନ୍ଦ୍ରରୁ ଆସିଥିବା ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରି ନ ଥିବାରୁ ଏବେ କେମିତି ହିସାବ ଦେବ ସେ ନେଇ ହରଡଗଣାରେ ପହିଛନ୍ତି। ହିସାବ ନ ମିଳିଳେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ମିଳିବ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ରୋକ୍‌ଠୋକ୍‌ କହି ଦେବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି।

ପ୍ରସାଦ ଯୋଜନାରେ ଅନ୍ତର୍ଭୁକ୍ତ ପୁରୀ, ରାମଚଣ୍ଡି ଓ ଦେଉଳୀର ବିକାଶ ପାଇଁ ୫୨ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨ ବର୍ଷ ତଳେ କେନ୍ଦ୍ର ୧୦ କୋଟି ଟଙ୍କା ଦେଇଥିଲା। ଏବେ ଏହି ଅର୍ଥ କିପରି ଖର୍ଚ୍ଚ ହୋଇଛି ତାହାର ହିସାବ କେନ୍ଦ୍ର ମାଗିଛି। ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ମାତ୍ର ଦେଢ କୋଟି ଟଙ୍କା ଖର୍ଚ୍ଚ କରିଛି। ସରକାର ଡିପିଆର ପ୍ରସ୍ତୁତ କିରି ଚୁପ ହୋଇ ବସିଯାଇଛନ୍ତି। ଏପରିସ୍ଥିତିରେ ସରକାର କେନ୍ଦ୍ରକୁ ୟୁସି ଦେଇପାରୁ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ନବକଳେବର ସମୟରେ ଦେଉଳୀର ପାରିପାର୍ଶ୍ୱିକ ବିକାଶ ପାଇଁ ରାଜ୍ୟ ସରକାର ଦେଢ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହାବାଦ ଟଙ୍କାଟିଏ ବି କୌଣସି କାମରେ ଲାଗିନାହିଁ। ଏବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ କହୁଛି ପ୍ରଥମ ପର୍ଯ୍ୟାୟ ଅର୍ଥର ୟୁସି ଦେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ମିଳିବ। ଯାହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,“ଡିପିଆରକୁ ନେଇ କେଁ ଥିବାରୁ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ଆମେ ଦେଢ କୋଟି ଟଙ୍କା ଖର୍ଚ୍ଚ କରିଛୁ। ସେ ଦେଢ କୋଟି ଟଙ୍କା ରିକ୍ୟୁଭ ହେବା ଦରକାର। ଆଇଟିଡିସି କାମ କଲେ ଯାଇ ଆମେ ୟୁସି ଦେବୁ। ଯେଉଁ ଯେଉଁ ଜାଗା କାମ ପାଇଁ ଚିହ୍ନଟ ହୋଇଛି ସେଠାରେ ଏଏସ୍‌ଆଇର ଅନୁମୋଦନ ଆବଶ୍ୟକ ରହିଛି। ଏଏସ୍‌ଆଇରୁ ଅନୁମୋଦନ ମିଳିବା କେତେ କଷ୍ଟ ସମସ୍ତେ ଜାଣିଛନ୍ତି। ଡିପିଆର ପ୍ରକଳ୍ପରେ ଯେଉଁ ଯେଉଁ ଜାଗା ଚିହ୍ନଟ ହୋଇଛି ସେଠାରେ କାମ ହେବା କଷ୍ଟକର ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।”

କେବଳ ଡିପିଆର ନୁହେଁ କାମ କରିବା ଦାୟିତ୍ୱରେ ଥିବା ଇଣ୍ଡିଆନ ଟ୍ୟୁରିଜିମ୍‌ ଡେଭଲପମେଣ୍ଟ କର୍ପୋରେସନ (ଆଇଟିଡିସି) ଉପରେ ରାଜ୍ୟ ସରକାର ଦୋଷ ଲଦୁଛନ୍ତି। ରାଜ୍ୟ ସରକାର କେନ୍ଦ୍ର ବିରୋଧରେ ଅବହେଳା ଅଭିଯୋଗ କରୁଥିବା ବେଳେ ପୁରୀର ବିକାଶରେ ଟଙ୍କା ଖର୍ଚ୍ଚ ନ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“କେନ୍ଦ୍ର ଟଙ୍କା ଦେଉଛି, ଏମାନେ ଖର୍ଚ୍ଚ କରିପାରୁନାହାନ୍ତି କି ୟୁସି ଦେଉନାହାନ୍ତି। ଫଳରେ ଅଧିକ ଅର୍ଥ ଆସି ପାରୁନାହିଁ। ଏହା ଦୁର୍ଭାଗ୍ୟଜନକ ଘଟଣା। ବଜେଟ୍‌ରେ ଅବଡା ଯୋଜନା କରି ଏ ସରକାର ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story