ଚାଷୀ ବାପାଙ୍କ କଷ୍ଟ ଲାଘବ ପାଇଁ ତିଆରି କଲେ ‘ଅଟୋମେଟେଡ୍‌ ସୋଲାର ସ୍ପ୍ରେ ମେସିନ୍‌’

ଭଦ୍ରକ (ପାର୍ଥ ସାରଥୀ ନାୟକ): ଦିନେ ବାପା ସକାଳୁ ସକାଳୁ ବିଲକୁ ବାହାରୁଥିଲେ। ସେ କାନ୍ଧରେ ବୋହିଥିଲେ ଗୋଟିଏ କୀଟନାଶକ ସ୍ପ୍ରେ ମେସିନ୍‌। ଏହା ଦେଖି ପୁଅ କହିଲେ, ‘ବାପା ସେ ମେସିନ୍‌ଟା ଆଜି ମୋତେ ଦିଅ। ଆଜି ମୁଁ ଜମିରେ ଔଷଧ ସ୍ପ୍ରେ କରିବି।’ ତା’ ପରେ ବାପା ପୁଅ ହାତକୁ ମେସିନ୍‌ଟି ବଢ଼େଇ ଦେଲେ। ସେଦିନ ବିଲରେ ଏହି ମେସିନ୍‌ ଦ୍ୱାରା ଔଷଧ ସ୍ପ୍ରେ କରିବା ପରେ ସେ ଅନୁଭବ କଲେ ଯେ ଏହା […]

solar

solar

Biswobandita Swain
  • Published: Tuesday, 17 September 2019
  • Updated: 18 September 2019, 02:00 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଦିନେ ବାପା ସକାଳୁ ସକାଳୁ ବିଲକୁ ବାହାରୁଥିଲେ। ସେ କାନ୍ଧରେ ବୋହିଥିଲେ ଗୋଟିଏ କୀଟନାଶକ ସ୍ପ୍ରେ ମେସିନ୍‌। ଏହା ଦେଖି ପୁଅ କହିଲେ, ‘ବାପା ସେ ମେସିନ୍‌ଟା ଆଜି ମୋତେ ଦିଅ। ଆଜି ମୁଁ ଜମିରେ ଔଷଧ ସ୍ପ୍ରେ କରିବି।’ ତା’ ପରେ ବାପା ପୁଅ ହାତକୁ ମେସିନ୍‌ଟି ବଢ଼େଇ ଦେଲେ। ସେଦିନ ବିଲରେ ଏହି ମେସିନ୍‌ ଦ୍ୱାରା ଔଷଧ ସ୍ପ୍ରେ କରିବା ପରେ ସେ ଅନୁଭବ କଲେ ଯେ ଏହା ଏକ କଷ୍ଟକର କାମ। ହାତରେ ହ୍ୟାଣ୍ଡେଲ୍ ବୁଲାଇ ଔଷଧ ସ୍ପ୍ରେ କରିବା ଏତେ ସହଜ ନୁହେଁ। ସେଦିନ ସେ ଅନୁଭବ କଲେ ଯେ ତାଙ୍କ ବାପା ବର୍ଷ ବର୍ଷ ଧରି କେତେ କଷ୍ଟ କରୁଛନ୍ତି। ଆଉ ସେହିଦିନ ହିଁ ସେ ବାପାଙ୍କ କଷ୍ଟ ଲାଘବ କରିବା ପାଇଁ ନୂଆ ଉପାୟ ଚିନ୍ତା କଲେ ଓ ଫଳସ୍ୱରୂପ ନିର୍ମାଣ ହେଲା ‘ଅଟୋମେଟେଡ୍‌ ସୋଲାର ସ୍ପ୍ରେ ମେସିନ୍‌’।

ଏହି ମେସିନ୍‌ଟିକୁ ତିଆରି କରିଥିବା ଛାତ୍ରଙ୍କ ନାଁ ତତ୍‌ସତ୍ ସ୍ୱାଇଁ। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ସାନଶାସନ ପଞ୍ଚାୟତର ବାହାଦୁଲ୍‌ନଗର ଗାଁରେ। ତାଙ୍କ ବାପାଙ୍କ ନାଁ  ବିଶ୍ୱନାଥ ସ୍ୱାଇଁ। ସେ ଇଲେକ୍ଟ୍ରିକାଲ୍‌ ଇଂଜିନିୟରିଂରେ ଡିପ୍ଲୋମା କରୁଛନ୍ତି।  ସେ ତାଙ୍କ ବାପାଙ୍କ ପୁରୁଣା ସ୍ପ୍ରେଅରରେ ସୋଲାର ପ୍ଲେଟ୍‌, ମୋଟର ଏବଂ ବ୍ୟାଟେରୀ ଲଗାଇ ଏହି ‘ଅଟୋମେଟେଡ୍‌ ସୋଲାର ସ୍ପ୍ରେ ମେସିନ୍‌’ ତିଆରି କରିଛନ୍ତି। ଏହି ମେସିନ୍‌ ଚଲାଇବା ପାଇଁ ହ୍ୟାଣ୍ଡେଲ୍‌ର ଆବଶ୍ୟକତା ନାହିଁ। ସୁଇଚ୍‌ ଟିପିଲେ ଏହା ସ୍ୱତଃସ୍ଫୂର୍ତ୍ତ ଭାବେ କାମ କରେ। ସେହିପରି ପୁରୁଣା ମେସିନ୍‌ ଅପେକ୍ଷା ଏହି ମେସିନ୍‌ରେ ଦୁଇ ଗୁଣ ଅଧିକ କାମ କରି ହେଉଛି। ଏଥିସହ ସୋଲାର ପ୍ଲେଟ୍‌ ବ୍ୟାଟେରୀରେ ସଞ୍ଚିତ ବିଦ୍ୟୁତ୍‌ ଶକ୍ତିକୁ ଆଲୋକ ଜଳାଇ ମଧ୍ୟ ବ୍ୟବହାର କରି ହେଉଛି। ଏହି ସୋଲାର ମେସିନ୍‌କୁ ତିଆରି କରିବା ପାଇଁ ତତସତ୍‌ଙ୍କୁ ମାତ୍ର ୮ ଦିନ ଲାଗିଥିଲା। ପାଠପଢ଼ା ପାଇଁ ରଖିଥିବା କିଛି ପଇସାରୁ ସେ ଏହି ମେସିନ୍ ତିଆରି କରିଛନ୍ତି।

ତତ୍‌ସତ୍‌ଙ୍କ କହିବା ଅନୁଯାୟୀ, ଏହି ମେସିନ୍‌ ତିଆରି କରିବା ପାଇଁ ସେ ପାଖାପାଖି ୪ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଯଦି ସରକାର କିଛି ସହାୟତା ଦିଅନ୍ତେ, ତା’ହେଲେ  ସେ ଏମିତି ଆହୁରି ମେସିନ୍‌ ତିଆରି କରି ପାରନ୍ତେ। ଏହା ଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ତତସତ୍‌ ତିଆରି କରିଥିବା ଏହି ‘ଅଟୋମେଟେଡ୍‌ ସୋଲାର ସ୍ପ୍ରେ ମେସିନ୍‌’ ବ୍ୟବହାର କରି ତାଙ୍କ ବାପା ବେଶ୍‌ ଖୁସି ଅଛନ୍ତି।

https://www.youtube.com/watch?v=8bIbzR6Ab0I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story