ଏଭଳି ଏକ ଦେଶ ଯେଉଁଠି ସ୍ୱାମୀଠାରୁ ମାଡ଼ ଖାଇଲେ ସ୍ତ୍ରୀ ଗର୍ବ କରେ

ମହିଳାମାନଙ୍କୁ ଦିଆଯାଉଥିବା ଘରୋଇ ନିର୍ଯାତନକୁ ବନ୍ଦ କରିବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। କିନ୍ତୁ ଆଫ୍ରିକା ମହାଦେଶର ନୂଆକଶୋତ ଏପରି ଏକ  ଦେଶ ଯେଉଁଠି  ପୁରୁଷଙ୍କ ଠାରୁ ମାଡ଼ ଖାଇଲେ ମହିଳାମାନେ ଗର୍ବ କରନ୍ତି। ମହିଳାମାନେ ସ୍ୱାମୀଠାରୁ ମାଡ଼ ଖାଇବା ଭଲ କଥା ବୋଲି ମନେ କରନ୍ତି।  ଏଥିପାଇଁ ଏଠାକାର ମହିଳାମାନଙ୍କ ପାଦ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥାଏ। ଯେଉଁ ସ୍ୱାମୀ ତା’ର ପତ୍ନୀଙ୍କୁ ମାରପିଟ୍‌ କରୁ ନ ଥାଏ ସେ […]

wife,,,

wife,,,

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 01:22 PM IST

Sports

Latest News

ମହିଳାମାନଙ୍କୁ ଦିଆଯାଉଥିବା ଘରୋଇ ନିର୍ଯାତନକୁ ବନ୍ଦ କରିବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। କିନ୍ତୁ ଆଫ୍ରିକା ମହାଦେଶର ନୂଆକଶୋତ ଏପରି ଏକ  ଦେଶ ଯେଉଁଠି  ପୁରୁଷଙ୍କ ଠାରୁ ମାଡ଼ ଖାଇଲେ ମହିଳାମାନେ ଗର୍ବ କରନ୍ତି। ମହିଳାମାନେ ସ୍ୱାମୀଠାରୁ ମାଡ଼ ଖାଇବା ଭଲ କଥା ବୋଲି ମନେ କରନ୍ତି।  ଏଥିପାଇଁ ଏଠାକାର ମହିଳାମାନଙ୍କ ପାଦ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥାଏ। ଯେଉଁ ସ୍ୱାମୀ ତା’ର ପତ୍ନୀଙ୍କୁ ମାରପିଟ୍‌ କରୁ ନ ଥାଏ ସେ ତା’ର ସ୍ତ୍ରୀକୁ ଭଲ ପାଇ ନ ଥାଏ ବୋଲି ଏଠାରେ ବିଶ୍ୱାସ ରହିଛି।

ସରକାର ଏହି ପରମ୍ପରାକୁ ବନ୍ଦ କରିବା ପାଇଁ  ଆଇନ କାନୁନ ବନାଇଛନ୍ତି। ନିର୍ଯାତନା ଦେଉଥିବା ଲୋକଙ୍କୁ ୫ବର୍ଷ ଜେଲ ଯିବା ପାଇଁ ଦଣ୍ଡ ବିଧାନ ରହିଛି। କିନ୍ତୁ ଏହି ପରମ୍ପରା ବନ୍ଦ ହେଉ ନାହିଁ।

୬୦ ବର୍ଷୀୟ ମହିଳା ଏଟିଟୁ ସାମ୍ଭା କହିଛନ୍ତି, ଆମ ଦେଶରେ ପୁରୁଷଙ୍କଠାରୁ ମହିଳା ମାଡ଼  ଖାଇବା ଏକ ପରମ୍ପରା। ଆମର ମାଡ଼ ଖାଇବାର ଅଭ୍ୟାସ ହୋଇ ଗଲାଣି।  ଆମେ ଏ ବିଷୟରେ କେବେ ଭାବି ନାହୁଁ। କେତେକ ସମୟରେ ସ୍ୱାମୀ ତା’ର ପତ୍ନୀ ଉପରେ ଥଣ୍ଡା ପାଣି ମଧ୍ୟ ଢ଼ାଳି ଦେଇ ଥାଏ। ମୋ ମାଆ, ଜେଜେ ମା,ପିଉସୀ ଓ ମାଉସୀ ସେମାନଙ୍କ ପତିମାନଙ୍କଠାରୁ ମାଡ଼ ଖାଉଥିଲେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos