‘ଖାଇବାକୁ ଭାତ ନାହିଁ, ଲାଞ୍ଚ କେଉଁଠୁ ଦେବି’

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ କୁଲାଙ୍ଗୀ ଗାଁର କେଳାଘାଇ ସାହିରେ ରହନ୍ତି କାମ୍ପ ନାଇକ, ତାଙ୍କ ସ୍ତ୍ରୀ ପାନ ନାଇକ, ଦିବ୍ୟାଙ୍ଗ ଝିଅ ଓ ୭୦ ବର୍ଷର ବୃଦ୍ଧା ମାଆ। ହେଲେ ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କର ଭଲ ଘରଟିଏ ନାହିଁ। ଭଙ୍ଗା ଦଦରା ଚାଳ ଛପର ଘରେ ଜୀବନ ବିତାଉଛନ୍ତି ସେମାନେ। ବାତ୍ୟା ‘ତିତ୍‌ଲି’ରେ ସେମାନଙ୍କ ଚାଳ ଛପର ଘର ଭାଙ୍ଗି ଯାଇଥିଲା। ତା’ପରଠୁ ପଲିଥିନ୍ ଟାଣି ଅତି ବିପଦସଙ୍କୁଳ ଭାବେ […]

home

home

Jyoshna Pradhan
  • Published: Tuesday, 07 January 2020
  • Updated: 07 January 2020, 01:39 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ କୁଲାଙ୍ଗୀ ଗାଁର କେଳାଘାଇ ସାହିରେ ରହନ୍ତି କାମ୍ପ ନାଇକ, ତାଙ୍କ ସ୍ତ୍ରୀ ପାନ ନାଇକ, ଦିବ୍ୟାଙ୍ଗ ଝିଅ ଓ ୭୦ ବର୍ଷର ବୃଦ୍ଧା ମାଆ। ହେଲେ ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କର ଭଲ ଘରଟିଏ ନାହିଁ। ଭଙ୍ଗା ଦଦରା ଚାଳ ଛପର ଘରେ ଜୀବନ ବିତାଉଛନ୍ତି ସେମାନେ। ବାତ୍ୟା ‘ତିତ୍‌ଲି’ରେ ସେମାନଙ୍କ ଚାଳ ଛପର ଘର ଭାଙ୍ଗି ଯାଇଥିଲା। ତା’ପରଠୁ ପଲିଥିନ୍ ଟାଣି ଅତି ବିପଦସଙ୍କୁଳ ଭାବେ ସେମାନେ ରହୁଛନ୍ତି। ଘରଟିଏ ପାଇଁ କାମ୍ପ ନାଇକ ବାରମ୍ୱାର ବ୍ଲକ ଅଫିସ୍‌ ଯାଇ ଗୁହାରି କରିଥିଲେ ବି କିଛି ଲାଭ ମିଳିନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ତାଙ୍କ ନା’ ଆସୁଛି, କିନ୍ତୁ ତାଙ୍କୁ ଲାଞ୍ଚ ମଗାଯାଉଛି ବୋଲି କାମ୍ପ ନାଇକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତାଙ୍କ ସ୍ତ୍ରୀ ପାନ କହିଛନ୍ତି, “ଆମ ଘର ଭାଙ୍ଗି ଯାଇଛି। ହେଲେ ଘର ଖଣ୍ଡେ ମିଳିଲା ନାହିଁ। ବ୍ଲକ୍‌ ଅଫିସ୍ ଯାଇ କହିଛୁ। କିନ୍ତୁ ଘର ଦେଉ ନାହାନ୍ତି। ସେମାନେ ଲାଞ୍ଚ ମାଗୁଛନ୍ତି। ମୋତେ ଖାଇବାକୁ ଭାତ ମିଳୁନାହିଁ, ଲାଞ୍ଚ କୋଉଠୁ ଦେବି। ଆମ ଦୁଃଖ କିଏ ବୁଝୁ ନାହାନ୍ତି। ବାବୁମାନେ ଆସୁଛନ୍ତି ଘର ଦେଖି ଲେଖାଲେଖି କରି ପଳାଉଛନ୍ତି।”

କାମ୍ପ ଖଜୁରୀ ଗଛ ପତ୍ର ସଂଗ୍ରହ କରି ସେଥିରେ ଝାଡୁ ତିଆରି କରି ବିକ୍ରି କରନ୍ତି। ଏଥିରୁ ଯାହା ମିଳେ ସେଥିରେ ତାଙ୍କ ତେଲ ଲୁଣର ସଂସାର ଚାଲେ। ସରକାରୀ ସହାୟତା କହିଲେ ତାଙ୍କ ଦିବ୍ୟାଙ୍ଗ ଝିଅକୁ ୫ କିଲୋ ଚାଉଳ ଏବଂ  ୭୦୦ ଟଙ୍କା ମିଳୁଛି। ତେବେ ତାଙ୍କ ମାଆଙ୍କୁ ଯେଉଁ ୫ କିଲୋ ଚାଉଳ ମିଳୁଥିଲା, ତାହା ଏବେ କଟି ଯାଇଛି।

ଗାଁର ତ୍ରିନାଥ ନାଇକ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ଆମ ପଞ୍ଚାୟତରେ ଯାହାର ଟଙ୍କା ଅଛି, ତାକୁ ଘର ଦିଆଯାଉଛି। ହେଲେ ଗରିବ ଲୋକଙ୍କୁ ଘର ମିଳୁ ନାହିଁ। ସେମାନଙ୍କୁ ୨୦ ହଜାର ୩୦ ହଜାର ଟଙ୍କା ଦେବାକୁ କୁହାଯାଉଛି। କାମ୍ପ ନାୟକଙ୍କ ପରିବାର ଯେଉଁଭଳି ଅବସ୍ଥାରେ ରହୁଛନ୍ତି ଦେଖିଲେ ଆମକୁ ଦୁଃଖ ଲାଗୁଛି। ଖାଇବାକୁ ଅସୁବିଧା, ପିନ୍ଧିବାକୁ ଲୁଗାପଟା ନାହିଁ, ରାତି ହେଲେ କାହା ବାରଣ୍ଡାରେ ଯାଇ ଶୋଉଛନ୍ତି।”

କାମ୍ପଙ୍କ ପଡ଼ୋଶୀ ସଞ୍ଜୁ ନାଇକ କହିଛନ୍ତି, “ସେମାନେ ବହୁତ ଅସୁବିଧାରେ ରହୁଛନ୍ତି। ସେମାନଙ୍କୁ ଲାଞ୍ଚ ମଗାଯାଉଛି। ସେମାନେ ଲାଞ୍ଚ କୋଉଠୁ ଦେବେ। ବିଡିଓଙ୍କୁ କହିଥିଲେ ମଧ୍ୟ ଘର ମିଳି ନାହିଁ। ସେମାନଙ୍କ ଦୁଃଖ ଦେଖି ଆମକୁ ମଧ୍ୟ ଦୁଃଖ ଲାଗୁଛି। ଆମେ ଅନୁରୋଧ କରୁଛି ଯେ ସରକାର ସେମାନଙ୍କୁ ଘରଟିଏ ଦିଅନ୍ତୁ।”

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story