ହାଇମେନୋପ୍ଲାଷ୍ଟି ସର୍ଜରୀ

ଭୁବନେଶ୍ୱର (ଲୋରିନା ଜେନା): ବଦଳୁଥିବା ସମୟ ସହ ପ୍ରତ୍ୟେକ ମଣିଷଙ୍କ ମାନସିକ ସ୍ତରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସି ନଥାଏ। ତେଣୁ ଆଜି ପର୍ଯ୍ୟନ୍ତ ଜଣେ ନାରୀ ଶାରୀରିକ ସ୍ତରରେ ଭର୍ଜିନ କି ନନ୍‌ଭର୍ଜିନ୍‌ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ। ଏହି ପ୍ରଶ୍ନର ଉତ୍ତର ଦେବାରେ ନାରୀକୁ ଆଉ କୌଣସି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ। କାରଣ ଆଧୁନିକ ବିଜ୍ଞାନ ଯୁଗରେ ଜଣେ ନନ୍‌ଭର୍ଜିନ୍‌ ବି ନିଜକୁ ଜର୍ଭିନ ପ୍ରମାଣିତ କରିପାରିବ, […]

back-side-of-lady

back-side-of-lady

Rakesh Mallick
  • Published: Wednesday, 01 February 2017
  • Updated: 02 February 2017, 01:44 PM IST

ଭୁବନେଶ୍ୱର (ଲୋରିନା ଜେନା): ବଦଳୁଥିବା ସମୟ ସହ ପ୍ରତ୍ୟେକ ମଣିଷଙ୍କ ମାନସିକ ସ୍ତରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସି ନଥାଏ। ତେଣୁ ଆଜି ପର୍ଯ୍ୟନ୍ତ ଜଣେ ନାରୀ ଶାରୀରିକ ସ୍ତରରେ ଭର୍ଜିନ କି ନନ୍‌ଭର୍ଜିନ୍‌ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ। ଏହି ପ୍ରଶ୍ନର ଉତ୍ତର ଦେବାରେ ନାରୀକୁ ଆଉ କୌଣସି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ। କାରଣ ଆଧୁନିକ ବିଜ୍ଞାନ ଯୁଗରେ ଜଣେ ନନ୍‌ଭର୍ଜିନ୍‌ ବି ନିଜକୁ ଜର୍ଭିନ ପ୍ରମାଣିତ କରିପାରିବ, ଯାହାର ସହଜ ଉପାୟ ହେଲା ହାଇମେନୋପ୍ଲାଷ୍ଟି ସର୍ଜରୀ। ତେବେ କ’ଣ ଏହି ସର୍ଜରୀ ଓ ଏହାକୁ କରିବା ପାଇଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ସେ ସଂପର୍କରେ ଜଣାଇଛନ୍ତି, ସମ୍‌ ହସପିଟାଲର ବିଭାଗୀୟ ମୁଖ୍ୟ ଏବଂ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଜୟନ୍ତ କୁମାର ଦାଶ।

ହାଇମେନୋପ୍ଳାଷ୍ଟି ସର୍ଜରୀ କ’ଣ?

ନାରୀ ଜନନେନ୍ଦ୍ରୀୟରେ ଥିବା ଏକ ପତଳା ଝିଲ୍ଲୀକୁ ହାଇମେନ୍‌ କୁହାଯାଏ। ଶାରୀରିକ ମିଳନ ସମୟରେ ଏହି ପତଳା ଝିଲ୍ଲୀ ଛିଡ଼ିଥାଏ, ତାପରେ ଜଣେ ମହିଳାକୁ ନନ୍‌ଭର୍ଜିନ୍‌ ବୋଲି କୁହାଯାଏ। କିନ୍ତୁ ହାଇମେନୋପ୍ଲାଷ୍ଟି ସର୍ଜିରୀ ଦ୍ୱାରା ଜଣେ ମହିଳା ପୁଣି ଥରେ ନିଜର ଭର୍ଜିନିଟି ଫେରି ପାଇପାରିବ।

କିନ୍ତୁ ଜଣେ  ନାରୀ କେବଳ ସହବାସ ଦ୍ୱାରା ନିଜର ଭର୍ଜିନିଟି ହରାଇଥାଏ କି?

କେବଳ ଶାରୀରିକ ମିଳନରେ ଭର୍ଜିନିଟି ନଷ୍ଟ ହୁଏ ନାହିଁ। ଅଧିକ ସାଇକେଲ ଚଳାଇଲେ, ଖେଳାଖେଳି କରିବା, ଦୌଡ଼ାଦୌଡ଼ି ସମୟରେ ମଧ୍ୟ ଜଣେ ଅଜାଣତାରେ ନିଜର ଭର୍ଜିନିଟି ହରାଇଥାଏ।

ଏହି ସର୍ଜରୀ ପାଇଁ କେତେ ସମୟ ଲାଗେ?

ଏହି ସର୍ଜରୀ ପାଇଁ ୧ ଘଣ୍ଟା ସମୟ ଲାଗିଥାଏ।

କେଉଁ ବୟସର ମହିଳାମାନେ ଏହି ସର୍ଜରୀ କରାଇପାରିବେ?

୧୫ ରୁ ୫୦ବର୍ଷ ମହିଳାମାନେ ଏହି ସର୍ଜରୀ କରାଇପାରିବେ।

ସର୍ଜରୀ ପରେ କେଉଁଦିଗ ପ୍ରତି ଧ୍ୟାନ ଦେବେ?

ସର୍ଜରୀ ପରେ ଏକ ମାସ ପର୍ଯ୍ୟନ୍ତ ସହବାସ ନିଷେଧ। କୌଣସି ପ୍ରକାର ଦୌଡ଼, ଘୋଡ଼ା ଚଢ଼ିବା, ଦୁଇ ଚକିଆ ଯାନ ଚଳାଇବା ମନା। କାରଣ ଏକ ମାସ ଭିତରେ କୌଣସି ପ୍ରକାର ଚାପ ପଡ଼ିଲେ ଜନନେନ୍ଦ୍ରିୟ ଝିଲ୍ଲୀ ଛିଡ଼ିଯିବାର ସମ୍ଭାବନା ଅଛି।

ସର୍ଜରୀରେ କୌଣସି ଭୁଲ ହେଲେ ଜାଣିବେ କିପରି?

ସାଧାରଣତଃ ଏହି ସର୍ଜରୀରେ କୌଣସି ପ୍ରକାର ଭୁଲ ହେବା ବହୁତ କମ୍‌। ଯଦି ହୁଏ ତେବେ ଜାଣିବାର ଏକ ସହଜ ଉପାୟ ହେଉଛି, ମାସିକ ଋତୁସ୍ରାବ ସମୟରେ ଋତୁସ୍ରାବ ହେବ ନାହିଁ।

ଏହି ସର୍ଜରୀରେ କେଉଁ ପ୍ରକାର ଆନେସଥେସିଆ ଦିଆଯାଏ?

ସର୍ଜରୀ ସମୟରେ ଲୋକାଲ ଆନେସଥେସିଆ ଦିଆଯାଏ।

ଓଡ଼ିଶାରେ ଏହି ଚିକିତ୍ସାର ସୁବିଧା ରହିଛି କି?

ହଁ, ଓଡ଼ିଶାରେ ମଧ୍ୟ ଏହି ଚିକିତ୍ସାର ସୁବିଧା ରହିଛି।

କେବେ ଯୌନ ସଂପର୍କ ରଖିନଥିବା ମହିଳା କିପରି ଜାଣିବେ ସେ ଭର୍ଜିନ୍‌ କି ନନ୍‌ଭର୍ଜିନ୍‌?

ଡାକ୍ତରଙ୍କୁ ପରାମର୍ଶ କରି ଜଣେ ସହଜେ ଜାଣିପାରିବ ସେ ଭର୍ଜିନ କି ନନ୍‌ଭର୍ଜିନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos