ପ୍ରତାପ ଦେବଙ୍କ ବିରୋଧରେ ୨୦୦କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଶାସନ କାଳରେ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପ୍ରାୟ ୨୦୦କୋଟି ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏସବୁ ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ହୋଇଥିଲା। ତେବେ ଅଧା ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲ । ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ […]

congress

congress

Jitendra Garnayak
  • Published: Wednesday, 27 November 2019
  • Updated: 27 November 2019, 09:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଶାସନ କାଳରେ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପ୍ରାୟ ୨୦୦କୋଟି ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏସବୁ ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ହୋଇଥିଲା। ତେବେ ଅଧା ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲ ।

ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଦଳର ୫୦୦ରୁ ଅଧିକ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ତେବେ ସେମାନଙ୍କୁ ଶିଶୁଭବନ ଛକ ନିକଟରେ ପୁଲିସ ଅଟକାଇଥିଲା। ଆଳି ନିର୍ବାଚନମଣ୍ଡଳୀରେ ଦୁର୍ନୀତି ସମ୍ପର୍କରେ ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ତଦନ୍ତ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି ମାଧ୍ୟମରେ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।

ଉଭୟ ଆଳି ଓ ରାଜକନିକା ପଞ୍ଚାୟତ ସମିତିରେ ୨୦୦୦ ମସିହାରୁ ଏଯାବତ ପ୍ରାୟ ୨୦୦ କୋଟି ଟଙ୍କାର ଦୁର୍ନୀତି ଶାସକ ବିଜେଡ଼ିର ପ୍ରାକ୍ତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଧାୟକ ପ୍ରତାପ ଦେବଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ହୋଇଛି। ଅନ୍ୟୁନ ୯୦% ଦୁର୍ନୀତି ପଞ୍ଚାୟତରାଜ ବିଭାଗରେ ହୋଇଥିବା ବେଳେ ବାକି ୧୦% ଅନ୍ୟାନ୍ୟ ବିଭାଗରୁ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ରାଲିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା, ଅଜୟ ଦାସ, ରବିନ୍ଦ୍ର ଆଚାର୍ଯ୍ୟ, ଚିନ୍ମୟ ପ୍ରକାଶ ବେହୁରା, ଜ୍ଞାନଦେବ ବେହୁରା, ଦୀପକ ମହାପାତ୍ର, ସତ୍ୟରଞ୍ଜନ ସାମଲ, ପର୍ଶୁରାମ ରାଉତରାୟ, ବିଦ୍ୟାଧର ବରାଳ, ଶରତ ରାଉତ, କୈଳାସ ଚନ୍ଦ୍ର ତରାଇ, ହବେଶ ପଲେଇ, ଦର୍ପନାରାୟଣ ସାହୁ, ମାନଗୋବିନ୍ଦ ଦାସ, ନକଳ ଚରଣ ପରିଡ଼ା, ପ୍ରଶାନ୍ତ ସେଠୀ, ରାଜମୋହନ ସ୍ୱାଇଁ, ବିଷ୍ଣୁ ମଳିକ, ନଳିନୀ ପାତ୍ର, ଲକ୍ଷ୍ମିପ୍ରୀୟ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ। ତେବେ ସେମାନଙ୍କୁ ଶିଶୁଭବନ ଛକଠାରେ ପୁଲିସ ଗିରଫ କରି ପରେ ଛାଡ଼ି ଦେଇଥିଲା । ଦୁର୍ନୀତିର ନିରପେକ୍ଷ ତଦନ୍ତ ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶର୍ମା ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story