କେନ୍ଦ୍ର ସରକାରକୁ ୩୦ ଯାଏ ଡେଡ୍‌ଲାଇନ୍‌ ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାସ୍‌ ଦରକୁ ନେଇ ତ୍ରାହୀ ତ୍ରାହୀ ଡାକିଲେଣି ଜନତା। ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି କେନ୍ଦ୍ର ସରକାର। ଆଗାମୀ ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଏଥିରେ ମହିଳାମାନେ ପ୍ରମୁଖ ଭୂମିକା ନେବେ। ଆଜି ଏପରି ଚେତାବନୀ ଦେଇଛି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେ କହିଛନ୍ତି-“ଓଡ଼ିଶା ବିଜେପିର ନେତାମାନେ କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ମିଛ ଓ ହାସ୍ୟାସ୍ପଦ ତଥ୍ୟ ରଖୁଛନ୍ତି। ସେମାନଙ୍କ କହିବା କଥା, ୨୦୧୪ […]

BJD

BJD

Manoranjan Sial
  • Published: Thursday, 25 November 2021
  • Updated: 25 November 2021, 11:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାସ୍‌ ଦରକୁ ନେଇ ତ୍ରାହୀ ତ୍ରାହୀ ଡାକିଲେଣି ଜନତା। ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି କେନ୍ଦ୍ର ସରକାର। ଆଗାମୀ ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଏଥିରେ ମହିଳାମାନେ ପ୍ରମୁଖ ଭୂମିକା ନେବେ। ଆଜି ଏପରି ଚେତାବନୀ ଦେଇଛି ବିଜେଡି ବିଧାୟକ ବ୍ୟୋମକେଶ ରାୟ।

ସେ କହିଛନ୍ତି-“ଓଡ଼ିଶା ବିଜେପିର ନେତାମାନେ କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ମିଛ ଓ ହାସ୍ୟାସ୍ପଦ ତଥ୍ୟ ରଖୁଛନ୍ତି। ସେମାନଙ୍କ କହିବା କଥା, ୨୦୧୪ ମସିହା ପରେ ‍ବଢ଼ିଥିବା ଅଶୋଧିତ ତୈଳଦର ଯୋଗୁ ଗ୍ୟାସ୍‌, ପେଟ୍ରୋଲ ଓ ଡିଜେଲ୍‌ ବଢ଼ିଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏଠି ଆମେ କହି ରଖିବାକୁ ଚାହୁଁଛି, ୨୦୧୪ ମସିହାରେ ନ୍ୟାଚୁରାଲ୍‌ ଗ୍ୟାସ୍‌ ୬ ଡ଼ଲାର ଥିଲା। ବର୍ତ୍ତମାନ ତାହା ୫.୦୮କୁ ଖସିଛି। ଅର୍ଥାତ ୧୫% ନ୍ୟାଚୁରାଲ୍‌ ଗ୍ୟାସ ଦର କମିଛି। ଠିକ୍‌ ସେହିଭଳି ଅଶୋଧିତ ତୈଳ ପେଟ୍ରୋଲ ଓ ଡିଜେଲ୍‌ ଦଳ ୮୬ ଡ଼ଲାର ଥିଲା। ଏବେ ତାହା ୭୮ରେ ପହଞ୍ଚିଛି। ଏହାର ଅର୍ଥ ଆନ୍ତର୍ଜାକ ବଜାରରେ ତୈଳ ଦର ୧୦% କମିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ଗ୍ୟାସ୍‌ ଉପରେ ୧୨୩% ରେଟ୍‌ ବଢ଼ାଇବା କେତେଦୂର ଯୁକ୍ତିଯୁକ୍ତ?” 

ଶ୍ରୀ ରାୟ ଆହୁରି କହିଛନ୍ତି-“ଉଜ୍ଜଳା ନେଇ କେନ୍ଦ୍ର ସରକାର ଲୋକଙ୍କୁ ମିଛ କାହାଣୀ ଶୁଣାଉଛନ୍ତି। ଏହି ଯୋଜନାକୁ ବହୁ ଆଡ଼ମ୍ୱରେ ଆରମ୍ଭ କରାଯାଇଥିଲା। ଏଥିପାଇଁ ବହୁ ସ୍ୱପ୍ନ ଗରିବ ଲୋକଙ୍କୁ ଦେଖାଯାଇଥିଲା। ଗରିବ ଓ ଅବହେଳିତ ମହିଳାମାନେ ଆଉ ଧୁଆଁକୁ ଯିବେନାହିଁ ବୋଲି କୁହାଯାଇଥିଲା। କେନ୍ଦ୍ର ସରକାର ଦେଖାଇଥିବା ଏପରି ସୁନେଲୀ ସ୍ୱପ୍ନ ବିଫଳ ହୋଇଛି।”

ସେ ଆହୁରି କହିଛନ୍ତି-“ସିଏଜି ଓ ନ୍ୟାସନାଲ୍‌ ଫେମିଲି ହେଲ୍‌ଥ ରିପୋର୍ଟରୁ ଏପରି ତଥ୍ୟ ମିଳିଛି। ଆଉ ସେହି ରିପୋର୍ଟରେ କୁହାଯାଇଛି, ଗ୍ୟାସ ସିଲିଣ୍ଡର ବ୍ୟବହାର କମିଛି। ଗ୍ୟାସ୍‌ ରିଫିଲିଂକୁ ନେଇ ସିଏଜି ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ଗରିବ ଲୋକମାନେ ଗ୍ୟାସ୍‌ ରି-ଫିଲିଂ କରିପାରୁନାହାନ୍ତି। ଯେଉଁଥିପାଇଁ ମହିଳାମାନେ ପୁଣି ଥରେ ଚୂଲି ପାଖକୁ ପଳାଇ ଗଲେଣି। ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆମେ ରାଜରାସ୍ତାକୁ ଓହ୍ଲାଇଥିଲୁ। ଆମ ସହ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ। ଆଗାମୀ ୩୦ ତାରିଖରେ ସୁଦ୍ଧା କେନ୍ଦ୍ର ସରକାର ଗ୍ୟାସ୍‌ ଦର ନକମାଇଲେ, ବିଜେଡି ବଡ଼ ଧରଣର ଆନ୍ଦୋଳନ କରିବ। ଏଥିରେ ମହିଳାମାନଙ୍କର ପ୍ରମୁଖ ଭୂମିକା ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story