ଫେରାଦ ହେଲା ବିଜେପି : ସରକାରୀ ପାଣ୍ଠିରେ ଏସଏଚଜି ମହିଳାଙ୍କ ବିଦେଶ ବୁଲା,ଅଫିସରଙ୍କୁ ହଟାଇବାକୁ କଲା ଦାବି

ରାଜ୍ୟ ବିଜେପି ଲିଖିତ ଭାବେ ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ୩ଟି ଜିଲ୍ଲାରେ ୨ଡଜନରୁ ଅଧିକ ଅଫିସରଙ୍କ ତାଲିକା ଦେଇ ସେମାନଙ୍କୁ ହଟାଇବାକୁ ଦାବି କରିଛି।

BJP

ବିଜେପି ନିର୍ବାଚନ କମିଶନଙ୍କୁ ଦାବିପତ୍ର ଦେବାର ଚିତ୍ର

Ordigital Desk
  • Published: Thursday, 28 March 2024
  • Updated: 28 March 2024, 10:24 PM IST

Sports

Latest News

ଆଚରଣ ବିଧି ଲାଗୁ ସତ୍ତ୍ୱେ ମହିଳା ଏସଏଚଜି ଗ୍ରୁପର ନେତ୍ରୀଙ୍କୁ ବିଦେଶ ବୁଲାଇଲେ ରାଜ୍ୟ ସରକାର। ଏନେଇ ଆଜି ରାଜ୍ୟ ବିଜେପି ଲିଖିତ ଭାବେ ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ୩ଟି ଜିଲ୍ଲାରେ ୨ଡଜନରୁ ଅଧିକ ଅଫିସରଙ୍କ ତାଲିକା ଦେଇ ସେମାନଙ୍କୁ ହଟାଇବାକୁ ଦାବି କରିଛି। ବିଜେପି କର୍ମକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଛାଡ଼ି ଦେଇଛି। ପୁଲିସ ଓ ପ୍ରଶାସନର ପକ୍ଷପାତିତା କାରଣରୁ ଶାସକ ବିଜେଡିର ନେତା-ମନ୍ତ୍ରୀ ବେଫିକର ହୋଇ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଦଳର ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛି। ଏହାସହିତ କମିଶନଙ୍କ ହସ୍ତକ୍ଷେପ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ରାଜ୍ୟ ସରକାର ମହିଳା ଏସଏଚଜି ଗ୍ରୁପର ନେତ୍ରୀମାନଙ୍କୁ ବିଦେଶ ଯାତ୍ରାର ବ୍ୟବସ୍ଥା କରିଛନ୍ତିି। ଯାହା ଖୋଲାଖୋଲି ଆଦର୍ଶ ଆଚରଣ ବିଧିର ଉଲଘଂନ। ଏସ୍‌ଏଚଜି ଗ୍ରୁପର ମହିଳାଙ୍କୁ ବିଜେଡି ସରକାର ଗତ ୨୩ତାରିଖରେ ଏକ୍ସପେଣ୍ଡିଟୁର (ଓଟଡିସି) ନାଁରେ ଦୁବାଇ ନେଇ ବୁଲାଇଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୁ ଜନତା ଦଳ ଏସଏଚଜି ମହିଳାଙ୍କୁ ପ୍ରଲୋଭନ ଦେଖାଇ କର୍ମୀ ଭଳି କାର୍ଯ୍ୟ କରାଇବା ପାଇଁ ଏଭଳି କାର୍ଯ୍ୟ କରିଛି। ବିଜେଡି ଏଭଳି ହୀନ କାର୍ଯ୍ୟ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ଦାବି କରିଛି।

Also Read

ସେହିପରି କେନ୍ଦୁଝରର ବଡ଼ବିଲ ଶ୍ରୀରାମ ନଗରର ବିଜେପି କର୍ମୀ କିଷାନ ସିଂହଙ୍କ ଉପରେ ବିଜୁ ଜନତା ଦଳର କର୍ମୀ ଇଶ୍ୱର ନାଇଡୁ, ବିଜୟ ସାହୁ ଏବଂ ଅନ୍ୟ ଦୁଇଜଣ ମରଣାନ୍ତକ ଆକ୍ରମଣ କରିଛନ୍ତି। ଥାନାରେ ମାମଲା ରୁଜୁ ହୋଇଥିଲା ଓ ପୁଲିସ ସେମାନଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଛି। ପ୍ରତ୍ୟେକ ନିର୍ବାଚନ ଭଳି ବିଜୁ ଜନତା ଦଳ କଳ, ବଳର ଅପବ୍ୟବହାର କରିବା ଆରମ୍ଭ କଲାଣି। ଗତ ନିର୍ବାଚନରେ ଓଡ଼ିଶାରେ ୧୮ଟି ରାଜନୈତିକ ହତ୍ୟା ହୋଇଥିଲା। ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ବଡ଼ ବଡ଼ କଥା କହି ମହାପୁରୁଷ ହେବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ସ୍ପଷ୍ଟ ପୁଲିସ, ପ୍ରଶାସନ ବିଜୁ ଜନତା ଦଳର କର୍ମୀ ଓ ଗୁଣ୍ଡାମାନଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ପୁଣିଥରେ ଅଫିସରମାନଙ୍କ ତାଲିକା ଦେଇଛି ଓ ସେମାନଙ୍କୁ ତୁରନ୍ତ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି। ଏହି ଅଫିସରମାନେ ନିର୍ବାଚନକୁ ଭଣ୍ଡୁର କରିବାର ଆଶଙ୍କା ରହିଛି ଓ ସରକାର ଜାଣିଶୁଣି ସେମାନଙ୍କ ବଦଳି କରିନଥିବା ଦଳ ଅଭିଯୋଗ କରିଛି। ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତିି। ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳ, ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତି ବ୍ଲକ୍ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଦ୍ଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ବିଜେପି ଦାବି କରିଛି।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତା ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା,  ସୁରଥ ବିଶ୍ୱାଳ, ସୁଜିତ୍ କୁମାର ଦାସ, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story