ପଦାରେ ପଡ଼ିଲା ବିରୋଧୀ ବିଧାୟକଙ୍କ ପାରିବାପଣିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ପାଇଥିବାବେଳେ ବିଜେପି ଓ କଂଗ୍ରେସର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ୟା’ ଭିତରେ ଉଭୟ କଂଗ୍ରେସ ଓ ବିଜେପିର କୁହାଳିଆ ବିଧାୟକମାନଙ୍କର ପାରିବାପଣିଆ ମଧ୍ୟ ପଦାରେ ପଡ଼ିଯାଇଛି । କେବଳ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବାଦ୍ ଦେଲେ ନିଜ ଅଂଚଳରେ ବି ଦଳର ସମ୍ମାନ ବଂଚାଇବାରେ ଏହି ବିରୋଧୀ ବିଧାୟକମାନେ ସକ୍ଷମ ହୋଇପାରିନାହାନ୍ତି । ଚଳିତ ଜିଲ୍ଲା ପରିଷଦ […]

Congress

Congress

Ordigital Desk
  • Published: Monday, 28 February 2022
  • Updated: 01 March 2022, 03:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ପାଇଥିବାବେଳେ ବିଜେପି ଓ କଂଗ୍ରେସର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ୟା’ ଭିତରେ ଉଭୟ କଂଗ୍ରେସ ଓ ବିଜେପିର କୁହାଳିଆ ବିଧାୟକମାନଙ୍କର ପାରିବାପଣିଆ ମଧ୍ୟ ପଦାରେ ପଡ଼ିଯାଇଛି । କେବଳ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବାଦ୍ ଦେଲେ ନିଜ ଅଂଚଳରେ ବି ଦଳର ସମ୍ମାନ ବଂଚାଇବାରେ ଏହି ବିରୋଧୀ ବିଧାୟକମାନେ ସକ୍ଷମ ହୋଇପାରିନାହାନ୍ତି । ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୮୫୩ଟି ଆସନରୁ ଦୁଇ ବିରୋଧୀ ଦଳ ମିଳିତ ପ୍ରଦର୍ଶନ ଦୁଇ ଅଙ୍କ ମଧ୍ୟରେ ସୀମିତ ଥିବାବେଳେ ବିଜେଡି ଏକପାଖିଆ ୭୬୨ଟି ଆସନରେ ବିଜୟୀ ହୋଇଛି । ତେବେ ବିଧାନସଭାରେ ବିଜେପି ଓ କଂଗ୍ରେସର ମୋଟ ୩୧ଜଣ ବିଧାୟକ ଥିବାବେଳେ ଏତେ କମ୍ ସଂଖ୍ୟକ ଜିଲ୍ଲା ପରିଷଦ ଆସନ ଆସିବା ନିଶ୍ଚିତ ଭାବେ ଏହି ଦୁଇ ଦଳର ବିଧାୟକମାନଙ୍କର ଲୋକପ୍ରିୟତା ଓ ଗ୍ରହଣୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବରଗଡ଼ର ଆମ୍ବାଭୋନା ବ୍ଲକର ଗୋଟିଏ ଜୋନରେ ବିଜେଡି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ଘସିପୁରା ବ୍ଲକର ଗୋଟିଏ ଜୋନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି । ବାକି ୮୫୧ଟି ଜୋନରେ ନିର୍ବାଚନ ହୋଇଛି ଓ ସେଥିରୁ ପ୍ରଥମ ଦୁଇଟି ଦିନରେ ମୋଟ ୬୨୦ଟି ଆସନର ଫଳାଫଳ ଘୋଷଣା ସରିଛି । ସେଥିରେ ବିଜେଡିକୁ ୫୫୨, ବିଜେପିକୁ ୩୧, କଂଗ୍ରେସକୁ ୩୦ ଓ ଅନ୍ୟାନ୍ୟକୁ ୭ଟି ଆସନ ମିଳିଥିବାବେଳେ ଆଜି ଜାରି ରହିଥିବା ୨୩୧ଟି ଜୋନର ଗଣନାରେ ବିଜେଡି ୨୧୦ଟି ଆସନରେ ଆଗୁଆ ରହିଛି ।

ତେଣୁ ବିଜେଡି ସପକ୍ଷରେ ପ୍ରାୟ ୭୬୨ଟି ଆସନ ଯିବା ଏକରକମ ସ୍ପଷ୍ଟ ହୋଇଥିବାବେଳେ ୨୦୧୭ ନିର୍ବାଚନ ତୁଳନାରେ ବିଜେପି ସର୍ବାଧିକ ୨୫୦ରୁ ଅଧିକ ଆସନ ହରାଇବ ବୋଲି ଜଣାପଡ଼ୁଛି । କଂଗ୍ରେସ ବି ଗତଥର ତୁଳନାରେ ଖରାପ ପ୍ରଦର୍ଶନ କରିଛି । ୨୦୧୭ ନିର୍ବାଚନରେ କଂଗ୍ରେସକୁ ୨ଟି, ବିଜେପିକୁ ୮ଟି ଓ ବିଜେଡିକୁ ୨୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଢ଼ିବାର ସୁଯୋଗ ମିଳିଥିବାବେଳେ ଚଳିତଥର ସମସ୍ତ ୩୦ଜିଲ୍ଲାରେ ବିଜେଡି ହିଁ ଜିଲ୍ଲା ପରିଷଦ ଗଢ଼ିବା ପ୍ରାୟତଃ ସ୍ପଷ୍ଟ । ମାତ୍ର ଏହି ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଏତେ ସଂଖ୍ୟକ ବିଧାୟକ ଥିବା ସତ୍ତ୍ୱେ କାହିଁକି ସେମାନେ ନିଜ ଅଂଚଳରେ ଦୁର୍ବଳ ହେଲେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବିଶେଷକରି ଶାସକ ବିଜେଡି ସହ ‘ଚତୁରେ ଚତୁରେ କୋଳାକୋଳି’ ହେବା ଏହି ବିଧାୟକମାନଙ୍କୁ ମହଙ୍ଗା ପଡ଼ିଛି ଓ ନିଜର ପ୍ରଦର୍ଶନ ପାଇଁ ନିଜକୁ ଲଜ୍ଜିତ ହେବାକୁ ପଡ଼ିଛି ।

ଭଦ୍ରକ ଜିଲ୍ଲାର ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଥିବାବେଳେ ସେଠାରେ ବିଜେପି ଖାତା ଖୋଲିପାରିନି। ସେହିପରି ନୂଆପଡ଼ାରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ନିଜ ଅଂଚଳରେ ଦଳ ସପକ୍ଷରେ ଗୋଟିଏ ବି ସିଟ୍ ଆଣିବାରେ ସକ୍ଷମ ହୋଇନାହାନ୍ତି । ବଲାଙ୍ଗିର ଜିଲ୍ଲାରେ ମୋଟ ୩୪ଟି ଆସନ ଥିବାବେଳେ ସେଠାରେ କଂଗ୍ରେସର ୨ ପ୍ରଭାବଶାଳୀ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ଥିବା ବେଳେ ମାତ୍ର ୪ଟି ଜିଲ୍ଲା ପରିଷଦ ଆସନ ଦଳ ସପକ୍ଷରେ ଯାଇଛି। ବିଜେପିର ଜଣେ ବିଧାୟକ ମୁକେଶ ମହାଲିଙ୍ଗ ଥିବାବେଳେ ବିଜେପି ମଧ୍ୟ ସେଠାରେ ୪ଟି ଆସନ ପାଇଛି । ବାକି ୨୮ଟି ବିଜେଡି କବଜାରେ ରହିଛି । କଂଗ୍ରେସର ୯ଜଣ ବିଧାୟକ ଥିବା ସତ୍ତ୍ୱେ ଅନ୍ୟ କେଉଁଠି ପ୍ରଭାବ ଦେଖାଇ ପାରିନି । ସେହିପରି ବିଜେପିର ୨୨ ବିଧାୟକ ଥିବା ସତ୍ତ୍ୱେ ଦଳର ଶୋଚନୀୟ ପରାସ୍ତ ହୋଇଛି ।

ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ନିଜର ପାରିବାପଣିଆ ଦେଖାଇ କଂଗ୍ରେସର ଇଜ୍ଜତ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । କୋରାପୁଟରେ ବିଜେଡିକୁ କଡ଼ା ଟକ୍କର ଦେଇ କଂଗ୍ରେସ ସେଠାରେ ୨୯ରୁ ୧୨ଟି ଆସନ, ମାଲକାନଗିରିରେ ୩ଟି ଓ ରାୟଗଡ଼ାରେ ୬ଟି ଆସନ ହାତେଇଛି । ଯଦିଓ ସେସବୁ ଜିଲ୍ଲାରେ କଂଗ୍ରେସର ଅଧିକାଂଶ ପୂର୍ବତନ ବିଧାୟକ ଓ ପ୍ରଭାବଶାଳୀ ନେତା ପ୍ରଦୀପ ମାଝୀଙ୍କୁ ନିର୍ବାଚନ ପୂର୍ବରୁ ବିଜେଡି ନିଜ ସହ ସାମିଲ କରିସାରିଥିଲା, ତଥାପି ତା’ର ପ୍ରଭାବ ନିର୍ବାଚନରେ ପ୍ରତିଫଳିତ ହୋଇପାରିନି । ତାରା ନିଜର ଗୋଟିଚାଳନା ବଳରେ ଏସବୁ ଆସନ ହାତେଇବାରେ ସକ୍ଷମ ହୋଇଛନ୍ତି । ଅବଶ୍ୟ ଦଳୀୟ ପ୍ରାର୍ଥୀଙ୍କ ଜିତିବାରେ ବି କୋରାପୁଟର ସାଂସଦ ସପ୍ତଗିରି ଉଲାକାଙ୍କ ସହଯୋଗ ରହିଥିବା ଚର୍ଚ୍ଚା ହେଉଛି ।

କିନ୍ତୁ କେବଳ ତାରାଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବିରୋଧୀ ବିଧାୟକ ନିଜ ଅଂଚଳରେ ସଫଳ ହୋଇପାରିନାହାନ୍ତି । କେବଳ ଗଣମାଧ୍ୟମ ଆଗରେ ବଡ଼ ବଡ଼ ବୟାନବାଜି କରିବା ଓ ନିଜକୁ ବଡ଼ ନେତା ବୋଲି ଦର୍ଶାଇବାର ପ୍ରୟାସ ଛଡ଼ା ଏହି ନେତାମାନେ ନିଜ ଅଂଚଳରେ ସାଧାରଣ ଲୋକଙ୍କ ସହ ଯୋଡ଼ି ହେଉନଥିବାର ପ୍ରମାଣ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story