ରାଜରାସ୍ତାରେ ବିଜେପି ଓ କଂଗ୍ରେସ: ବିଜେଡିକୁ ମିଳୁନି ଇସ୍ୟୁ, ତୈଳଦର ବି ବାଧୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ପ୍ରଭାବ ରାଜ୍ୟରେ ହ୍ରାସ ପାଉଥିବାବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ଲୋକଙ୍କ ସମସ୍ୟା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ୧୦୦ଟଙ୍କା ଓ ଗ୍ୟାସ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଥିଲେ ମଧ୍ୟ ବିଜେଡି ଏ ଦିଗରେ ସମ୍ପୂର୍ଣ୍ଣ ନିରବ ରହିବା ଏବେ […]

congress

congress

Ordigital Desk
  • Published: Wednesday, 14 July 2021
  • Updated: 14 July 2021, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ପ୍ରଭାବ ରାଜ୍ୟରେ ହ୍ରାସ ପାଉଥିବାବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ଲୋକଙ୍କ ସମସ୍ୟା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ୧୦୦ଟଙ୍କା ଓ ଗ୍ୟାସ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଥିଲେ ମଧ୍ୟ ବିଜେଡି ଏ ଦିଗରେ ସମ୍ପୂର୍ଣ୍ଣ ନିରବ ରହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ବିଜେପି ରାଜ୍ୟବ୍ୟାପୀ ୭ଦିନିଆ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ କରିଥିବାବେଳେ କଂଗ୍ରେସ ପେଟ୍ରୋଲିୟମଜାତ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି। କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଇ ବିଦ୍ୟୁତ ଦର ଓ ପେଟ୍ରୋଲିୟମଜାତ ସାମଗ୍ରୀର ଦରବୃଦ୍ଧି କରିବାରେ ଲାଗିଥିବାରୁ ଏହା ବିରୁଦ୍ଧରେ ଯଥାକ୍ରମେ ଦୁଇ ଦଳ ବିଜେପି ଓ କଂଗ୍ରେସ ସ୍ୱର ଉତ୍ତୋଳନ କରିଛି। ୟୁପିଏ ସରକାର ଅମଳରେ ପେଟ୍ରୋଲିୟମ ସାମଗ୍ରୀର ଦରବୃଦ୍ଧିକୁ ପ୍ରସଙ୍ଗକୁ କରି ଶତାଧିକ ଥର ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ଏବେ ଏହି ଦର ରେକର୍ଡ ପରିମାଣର ହୋଇଥିଲେ ମଧ୍ୟ ନିରବ ରହିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଅବଶ୍ୟ ବିଦ୍ୟୁତ ଦରବୃଦ୍ଧିକୁ ପ୍ରସଙ୍ଗ କରି ଆଜିଠୁ ଏକ ସପ୍ତାହ ଧରି ବିଭିନ୍ନ ବିକ୍ଷୋଭ ଓ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇ ଖୋଲାଖୋଲି ଭାବେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ବିଜେପି ପ୍ରୟାସ କରିଛି। ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ବ୍ଲକସ୍ତରରେ ପ୍ରତିବାଦ କରୁଛି। ଯୁବ ବିଜେପି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବିଦ୍ୟୁତ ଦରବୃଦ୍ଧିର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି।

ସେହିପରି କଂଗ୍ରେସ ଏବେ ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିକୁ ପ୍ରସଙ୍ଗ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଆଜିଠୁ ରାଜରାସ୍ତାରେ ଓହ୍ଲାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ସମ୍ପର୍କରେ କଂଗ୍ରେସ ରାଜଧାନୀ ଭୁବନେଶ୍ୱରରେ ସାଇକେଲ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାକୁ ପ୍ରୟାସ କରିଛି। ଆସନ୍ତା ୧୭ତାରିଖରେ ପେଟ୍ରୋଲ ପମ୍ପଗୁଡ଼ିକ ଆଗରେ ଦସ୍ତଖତ ଅଭିଯାନ କରିବ ବୋଲି କହିଛି।

କରୋନା ମହାମାରୀ କଟକଣା କୋହଳ ହେବାପରେ ଦୁଇ ଦଳ ବିଜେପି ଓ କଂଗ୍ରେସ ଏବେ ଲୋକଙ୍କ ପାଖରେ ପହଂଚିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆପଣାଇଥିବାବେଳେ ଶାସକ ବିଜେଡି ଏସବୁଠୁ ଦୂରରେ ରହିଛି। ଦଳ ଏବେ ନିଜର ନେତା ଓ ବିଧାୟକମାନଙ୍କୁ ଡାକି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁମନ୍ତ୍ର ଦେଉଥିବା ଜଣାପଡ଼ିଛି। ଜିଲ୍ଲାୱାରି ଦଳୀୟ ନେତାମାନଙ୍କୁ ଡାକି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେଉଥିବାବେଳେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ତଥା ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ୁଥିବା ଭଳି ଦୁଇଟି ପ୍ରସଙ୍ଗକୁ ବିଜେଡି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ତୈଳଦର ଏବେ ରେକର୍ଡ ପରିମାଣର ବୃଦ୍ଧି ହୋଇଥିଲେ ମଧ୍ୟ ଶାସକ ବିଜେଡି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହାସ କରିପାରିବ ନାହିଁ। ପ୍ରଥମତଃ କେନ୍ଦ୍ରର ବିଜେପି ସରକାରକୁ ଅସନ୍ତୁଷ୍ଟ କରିବା ଚକ୍କରରେ ବିଜେଡି ସୁପ୍ରିମୋ ନଥିବାବେଳେ ରାଜ୍ୟରେ ପ୍ରମୁଖ ରାଜସ୍ୱ ଏବେ ପେଟ୍ରୋଲିୟମ ସାମଗ୍ରୀରୁ ମିଳୁଥିବାରୁ ବିଜେଡି ଏଥିପ୍ରତି ଆଖିବୁଜିବା ସ୍ୱାଭାବିକ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କୌଣସି ଅଭିଯାନ ଅବା ଆନ୍ଦୋଳନ କରିବା ବର୍ତ୍ତମାନର ରାଜନୀତିକ ପରିଦୃଶ୍ୟରେ ବିଜେଡିଠୁ ଆଶା କରାଯାଇନପାରେ ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story