‘ମୁଖ୍ୟମନ୍ତ୍ରୀ ଅସୁସ୍ଥ’ ଗୁଜବ କରୁଛି କିଏ, କଂଗ୍ରେସ ଓ ବିଜେପିର ତଦନ୍ତ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଚାନକ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନରେ ଯାଇ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାପରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଅସୁସ୍ଥ ବୋଲି ଗୁଜବ କିଏ ଓ କାହିଁକି ପ୍ରଚାର କରୁଛି ତା’ର ବିଧିବଦ୍ଧ ତଦନ୍ତ ହେଉ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି। ବିଜେପି ମୁଖପାତ୍ର ଯତୀନ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, […]

CM N Patnaik

CM N Patnaik

Ordigital Desk
  • Published: Friday, 18 February 2022
  • Updated: 18 February 2022, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଚାନକ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନରେ ଯାଇ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାପରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଅସୁସ୍ଥ ବୋଲି ଗୁଜବ କିଏ ଓ କାହିଁକି ପ୍ରଚାର କରୁଛି ତା’ର ବିଧିବଦ୍ଧ ତଦନ୍ତ ହେଉ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି।

ବିଜେପି ମୁଖପାତ୍ର ଯତୀନ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଗୁଜବ କିଏ କରୁଛି ତା’ର କାହିଁକି ତଦନ୍ତ ହେଉନାହିଁ । ପୂର୍ବରୁ ସେଭଳି ଗୁଜବ ପ୍ରଚାର ହେଲା,ମୁଖ୍ୟମନ୍ତ୍ରୀଙ୍କୁ ଜାନୁୟାରୀ ୨୬ତାରିଖରେ ରାଜରାସ୍ତାରେ ଚଲାଇ ଚଳାଇ ନେଇ ସେ ସୁସ୍ଥ ଥିବାର ପ୍ରମାଣ ଦିଆଗଲା । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ସଚିବାଳୟ ଭିତରକୁ ପଶି ଗାର୍ଡେନ ବୁଲି ଦେଖିଲେ । ମୁଖ୍ୟମନ୍ତ୍ରୀ ଅନ୍ୟ ସମୟରେ ସଚିବାଳୟ କି ବିଧାନସଭା ଆସୁନାହାନ୍ତି । ମାତ୍ର ରାଜପଥରେ ଚାଲି ଚାଲି ଯିବା ଓ ସଚିବାଳୟ ଗାର୍ଡେନ ବୁଲିବା ଭଳି କାର୍ଯ୍ୟ କରୁଛନ୍ତି । ତେଣୁ ଏଭଳି ଡ୍ରାମା କରିବାର ଆବଶ୍ୟକତା କ’ଣ ରହିଛି । ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଅପପ୍ରଚାର କରୁଛି ବୋଲି ଚର୍ଚ୍ଚାକୁ ସେ ଖଣ୍ଡନ କରି କହିଛନ୍ତି ଯେ, ଜାନୁୟାରୀ ୨୬ ତାରିଖ ସମୟରେ ନିର୍ବାଚନ ନଥିଲା । ସେତେବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଚଲାଇ ଚଲାଇ ନିଆଗଲା । ମୁଖ୍ୟମନ୍ତ୍ରୀ ଆମ ରାଜ୍ୟର । ସେ ସୁସ୍ଥ ରୁହନ୍ତୁ ବୋଲି ସମସ୍ତେ ଚାହାଁନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି କି ପ୍ରହସନ ହେବା ଉଚିତ୍ ନୁହେଁ ।

ସେହିପରି ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ, କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଆଜି ପଦାକୁ ଆସିଲେ, ଲିଙ୍ଗରାଜଙ୍କୁ ଦର୍ଶନ କଲେ ଓ ଗଣମାଧ୍ୟମ ସାମନାରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଲେ । ସେ ସୁସ୍ଥ ଅଛନ୍ତି ଜାଣି ଆମେ ଖୁସି ଏବଂ ସୁସ୍ଥ ରହନ୍ତୁ ବୋଲି ଆମର ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା । କିନ୍ତୁ ନିଜେ ସୁସ୍ଥ ଅଛନ୍ତିି ବୋଲି କହିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ଚାଲିଛି ବୋଲି ଯେଉଁ ଟିପ୍ପଣୀ ଦେଲେ ତାହା ଆମକୁ ରହସ୍ୟମୟ ଲାଗୁଛି । ବାସ୍ତବରେ ଏ ଗୁଜବ କିଏ ଏବଂ କାହିଁକି କରୁଛି ତାହା ତଦନ୍ତ ସାପକ୍ଷ୍ୟ ।

ଶ୍ରୀ ଦାସ କହିଛନ୍ତି, ଏହା ପୂର୍ବରୁ ଜାନୁଆରୀ ୨୬ ତାରିଖରେ ଏଭଳି ଏକ ଗୁଜବକୁ ସେ ଖଣ୍ଡନ କରିବାକୁ ଯାଇ ଭୁବନେଶ୍ୱର ରାଜରାସ୍ତାରେ ଚାଲୁଥିବାର ଆମେ ଦେଖିଥିଲୁ । କିନ୍ତୁ ସେତେବେଳେ ନିର୍ବାଚନ ନଥିଲା । ସେତେବେଳେ ବି ଓଡ଼ିଶାବାସୀଙ୍କ ପାଖରେ ଏହି ଗୁଜବ ପଛରେ କାହାର ହାତ ଅଛି ତାହା ରହସ୍ୟ ହୋଇ ରହିଗଲା । ଏବେ ନିର୍ବାଚନ ଚାଲୁଥିବାବେଳେ ଆଜି ଲିଙ୍ଗରାଜ ମନ୍ଦିରକୁ ଗାଡ଼ିରୁ ଓହ୍ଲାଇବା ଚାଲି ଚାଲି ଯିବା, ପାହାଚରେ ତଳକୁ ଯିବା ଓ ଉଠିବା ଇତ୍ୟାଦିକୁ ଅବଲୋକନ କଲେ ଜଣାଯାଏ ବାସ୍ତବରେ ସେ ସଂପୂର୍ଣ୍ଣ ସୁସ୍ଥ ନାହାନ୍ତି । ତାଙ୍କର ଏଭଳି ଅସୁସ୍ଥତା ସମୟରେ ସେ ଭଲ ଅଛନ୍ତି ବୋଲି ତାଙ୍କୁ ଚଲାଇ ଚଲାଇ ନେବା ଦୁଃଖଦାୟକ। ଆମ ମୁଖ୍ୟନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ତଙ୍କର ପ୍ରାଥମିକତା। ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର। ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story