ସବୁ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ମାଗିଲେ ବିଭାଗର ହିସାବ: ୨୨ରୁ ଚାଲିବ ‘ସମୀକ୍ଷା’ ପ୍ରହସନ

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଆସନ୍ତା ମେ’ ୨୯ତାରିଖରେ ପଂଚମ ପାଳି ଶାସନର ଚତୁର୍ଥ ବର୍ଷ ପୂର୍ତ୍ତିି ହେଉଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ।

bjd naveen patnaik PhotoOR

ନବୀନ ପଟ୍ଟନାୟକ

Ordigital Desk
  • Published: Wednesday, 26 April 2023
  • Updated: 26 April 2023, 08:15 PM IST

Sports

Latest News

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସବୁ ମନ୍ତ୍ରୀଙ୍କୁ ଚିଠି ଲେଖି ବିଭାଗର ହିସାବ ଦେବାକୁ କହିଛନ୍ତି । ବିଭାଗରେ ୫ଟି ପ୍ରମୁଖ କାର୍ଯ୍ୟକ୍ରମ ସମେତ ଫାଇଭ-ଟି ଓ ମୋ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୨୨ତାରିଖରୁ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା ନବୀନ କରିବେ ବୋଲି ଜଣାପଡ଼ିଛି । ତେବେ ପ୍ରତ୍ୟେକ ବିଭାଗର ଟିକିନିଖି କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ତୃତୀୟ ମହଲା)ର ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାବେଳେ କାଗଜକଲମରେ ଥିବା ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି । ସବୁ ବିଭାଗର ସମସ୍ତ କାର୍ଯ୍ୟକୁ ତୃତୀୟ ମହଲା ‘ହାଇଜ୍ୟାକ୍‌’ କରିସାରିଥିବାବେଳେ ପଂଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ନବୀନଙ୍କ ଏହି ସମୀକ୍ଷା ପ୍ରହସନ କେବଳ ଗଣମାଧ୍ୟମରେ ପ୍ରଚାରପ୍ରସାର ପାଇଁ ଉଦ୍ଦିଷ୍ଟ ବୋଲି ପାୱାର କରିଡରରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଆସନ୍ତା ମେ’ ୨୯ତାରିଖରେ ପଂଚମ ପାଳି ଶାସନର ଚତୁର୍ଥ ବର୍ଷ ପୂର୍ତ୍ତିି ହେଉଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ୨୦୧୯ ମେ’ ୨୯ତାରିଖରେ ନବଗଠିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ନିର୍ବାଚନ ଇସ୍ତାହାରରେ ରହିଥିବା ସମସ୍ତ ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ଅଗ୍ରାଧିକାର ଭାବେ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ଖୁବଶୀଘ୍ର ୪ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ମେ’ ୨୨ତାରିଖରୁ ବିଭାଗଗୁଡ଼ିକର ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତିରେ କରିବେ ବୋଲି ନବୀନ କହିବା ସହ ପ୍ରତ୍ୟେକ ବିଭାଗ ନିଜର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଅବଗତ କରାଇବେ । ଏହାସହିତ ଫାଇଭ-ଟି ଓ ମୋ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ବି ନବୀନ କହିଛନ୍ତି । ମେ’ ୨୯ତାରିଖରେ ମନ୍ତ୍ରିପରିଷଦର ବୈଠକ ବସିବ ଓ ନିର୍ବାଚନୀ ଇସ୍ତାହାର ଅନୁସାରେ ହାସଲ କରିଥିବା ସଫଳତା ସମ୍ପର୍କରେ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ନବୀନ କହିଛନ୍ତି । ତା’ପୂର୍ବରୁ ନିଜସ୍ତରରେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ ଡକାଇ ବିଭାଗର ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Also Read

ତେବେ ପ୍ରଶ୍ନ ଉଠୁଛି, ନବୀନଙ୍କ ପଂଚମ ପାଳି ସରକାରରେ ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ର ବିନା ଅନୁମତିରେ କୌଣସି ବିଭାଗରେ ପତ୍ରଟିଏ ହଲୁନଥିବା ଓ ମନ୍ତ୍ରୀମାନଙ୍କ ତୁଳନାରେ ତୃତୀୟ ମହଲାର ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ କେବଳ ଗଣମାଧ୍ୟମରେ ପ୍ରଚାରପ୍ରସାର  ଓ ସାଧାରଣ ଲୋକଙ୍କୁ ଭ୍ରମିତ ପାଇଁ ଉଦ୍ଦିଷ୍ଟ ନୁହେଁ ତ?

ପାୱାର କରିଡରରେ ଚର୍ଚ୍ଚା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଂଟନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ବରିଷ୍ଠ ଓଏଏସ୍ ଓ ଆଇଏଏସ ଅଫିସରମାନେ ସେମାନଙ୍କୁ ଆବଂଟିତ ବିଭାଗର ନିଷ୍ପତ୍ତି ନେଉଛନ୍ତି । ବିଭାଗର ସଚିବମାନେ ବି ନିଷ୍ପତ୍ତି ନେବା ପୂର୍ବରୁ ତୃତୀୟ ମହଲାର ଅନୁମୋଦନ ଲୋଡ଼ୁଛନ୍ତି । ମନ୍ତ୍ରୀମାନଙ୍କ ଭୂମିକା ଓ କ୍ଷମତାକୁ ପରୋକ୍ଷରେ ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ କରିଦିଆଯାଇଛି । ଏହି ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାରୁ ନିଜ ନିଜର ପଦବୀ ବଂଚାଇବା ଭୟରେ ମନ୍ତ୍ରୀ ଓ ସଚିବମାନେ ବି ନିରବ ରହୁଛନ୍ତି । ଏପରିକି ଜେଇ,ବିଡିଓ, ବିଭିନ୍ନ ବିଭାଗର ବ୍ଲକ ଓ ଜିଲ୍ଲାସ୍ତରୀୟ ଅଫିସରଙ୍କ ବଦଳିଠୁ ଆରମ୍ଭ କରି ଆଇଏଏସ୍ ଓ ଆଇପିଏସ୍ ବଦଳି, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂକ୍ରାନ୍ତ ନିଷ୍ପତ୍ତି, ଅନୁଦାନ ଆଦି ସମ୍ପର୍କିତ ପ୍ରତ୍ୟେକ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନେଉଛି । ଏହି ଅଫିସରମାନେ ବିଭିନ୍ନ ବିଭାଗର ‘ନୋଡାଲ ଅଫିସର’ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେମାନେ ‘ସୁପର ମିନିଷ୍ଟର’ ଭଳି କାର୍ଯ୍ୟ କରୁଛନ୍ତି । ‘କିଚକ ବାହୁବଳେ ବିରାଟ ରାଜା’ ଢଙ୍ଗରେ ତୃତୀୟ ମହଲାର ଏହି ‘ନୋଡାଲ ଅଫିସର’ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଭୟ ଦେଖାଇ ‘ସୁପର ମିନିଷ୍ଟର’ଙ୍କ ଭଳି ବିଭାଗଗୁଡ଼ିକର ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି।

ତେଣୁ ଏଭଳି ସ୍ଥିତିରେ ନବୀନ ନିଜର ମନ୍ତ୍ରୀମାନଙ୍କୁ ଡାକି କ’ଣ ସମୀକ୍ଷା କରିବେ ଓ ସମ୍ପୃକ୍ତ ମନ୍ତ୍ରୀମାନେ ବିଭାଗର କାର୍ଯ୍ୟ ସମ୍ପର୍କରେ କି ତଥ୍ୟ ଉପସ୍ଥାପନ କରିବେ ତାହା ସହଜେ ଅନୁମେୟ । କେବଳ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀମାନେ ସମୀକ୍ଷା ବୈଠକରେ ବସି ପ୍ରାୟୋଜିତ ସ୍କ୍ରିପ୍ଟ ଆଧାରରେ କାର୍ଯ୍ୟ କରିବେ ଓ ଆଉ ଗଣମାଧ୍ୟମରେ ନିଜର ଭାବମୂର୍ତ୍ତିକୁ ରକ୍ଷା ପାଇଁ ଉଦ୍ୟମ କରିବେ ବୋଲି ଚର୍ଚ୍ଚା । ପଂଚମପାଳିରେ ନବୀନ ମନ୍ତ୍ରିମଣ୍ଡଳର ପ୍ରଥମ ଅଦଳବଦଳ କରିବାର ଇତିମଧ୍ୟରେ ୧୦ମାସ ବିତିଯାଇଥିଲେ ବି ତାଙ୍କ ମନ୍ତ୍ରିମଣ୍ଡଳରେ ଏଭଳି ୭୦ ପ୍ରତିଶତ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ରାଜ୍ୟର ୧୦ଟି ଜିଲ୍ଲାକୁ ବି ବିଭାଗୀୟ କାର୍ଯ୍ୟର ସମୀକ୍ଷା ପାଇଁ ଗସ୍ତ କରିନଥିବେ । ଏଥିରୁ ମନ୍ତ୍ରୀମାନଙ୍କ ଅସହାୟତା ଜଳଜଳ ହୋଇ ଜଣାପଡ଼ୁଛି ।

କାହାର ସମୀକ୍ଷା କେଉଁ ଦିନ?

ମେ’ ୨୨- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟପଶୁସମ୍ପଦ)

୧୧ଟା ୪୫ମିନିଟ୍‌- ନିରଞ୍ଜନ ପୂଜାରୀ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)

ମେ’ ୨୩- ପୂର୍ବାହ୍ନ ୧୧ଟା -ପ୍ରଫୁଲ୍ଲ ମଲ୍ଲିକ(ପୂର୍ତ୍ତ)

୧୧ଟା ୪୫ମିନିଟ୍‌- ପ୍ରଦୀପ କୁମାର ଅମାତ(ଜଙ୍ଗଲ ଓ ପରିବେଶ)

ଅପରାହ୍ନ ୫ଟା-ଅତନୁ ସବ୍ୟସାଚୀ ନାୟକ( ଖାଦ୍ୟଯୋଗାଣ, ସମବାୟ)

ମେ’ ୨୪ - ପ୍ରଦୀପ କୁମାର ଅମାତ୍ (ପଂଚାୟତିରାଜ)

୧୧ଟା୪୫ମିନିଟ- ଟୁକୁନି ସାହୁ(ବାଣିଜ୍ୟ ଓ ପରିବହନ)

ଅପରାହ୍ନ ୫ଟା- ରୀତା ସାହୁ( ହସ୍ତତନ୍ତ ଓ ବୟନଶିଳ୍ପ)

ମେ’ ୨୫- ଟୁକୁନି ସାହୁ( ଜଳସମ୍ପଦ)

୧୧ଟା ୪୫ମିନିଟ- ରୋହିତ ପୂଜାରୀ(ଉଚ୍ଚଶିକ୍ଷା)

ଅପରାହ୍ନ ୫ଟା- ରାଜେନ୍ଦ୍ର ଢ଼ୋଲକିଆ(ଯୋଜନା ଓ ସଂଯୋଜନ)

ମେ’ ୨୬- ଉଷା ଦେବୀ( ଗୃହନିର୍ମାଣ ଓ ନଗର ଉନ୍ନୟନ)

ଅପରାହ୍ନ ୫ଟା - ତୁଷାରକାନ୍ତି ବେହେରା(ଇଲେକ୍ଟ୍ରୋନିକ୍ସ ଆଣ୍ଡି ଆଇଟି)

ମେ’ ୨୭- ବାସନ୍ତୀ ହେମ୍ବ୍ରମ(ମିଶନ ଶକ୍ତି)

ପ୍ରୀତିରଞ୍ଜନ ଘଡ଼େଇ( ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା)

ଶ୍ରୀକାନ୍ତ ସାହୁ( ଶ୍ରମ ଓ ଇଏସଆଇ)

ମେ’ ୨୯ - ପ୍ରୀତିରଞ୍ଜନ ଘଡ଼େଇ (ଗ୍ରାମ୍ୟ ଉନ୍ନୟନ)

ସମୀର ରଞ୍ଜନ ଦାଶ(ସ୍କୁଲ ଓ ଗଣଶିକ୍ଷା)

ମେ’ ୩୦- ଜଗନ୍ନାଥ ସାରକା( ଅନୁସୂଚିତ ଜାତି ଓ ଜନଜାତି)

ପ୍ରମିଳା ମଲ୍ଲିକ(ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ)

ମେ’ ୩୧- ତୁଷାରକାନ୍ତି ବେହେରା( କ୍ରୀଡ଼ା ଓ ଯୁବବ୍ୟାପାର)

ବାସନ୍ତୀ ହେମ୍ବ୍ରମ(ମହିଳା ଓ ଶିଶୁ ବିକାଶ)

ଅପରାହ୍ନ ୫ଟା- ପ୍ରତାପ କେଶରୀ ଦେବ(ଶକ୍ତି)

ଜୁନ୍ ୧- ପ୍ରତାପ କେଶରୀ ଦେବ(ଶିଳ୍ପ,ଏମଏସଏମଇ)

ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ ଓ ସଂସ୍କୃତି)

ଅଶୋକ ଚନ୍ଦ୍ର ପଣ୍ଡା (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story