୧୯ର ‘୧୯’ ରାଜନୀତି

ବର୍ଷ ଆରମ୍ଭରୁ ରାଜ୍ୟରେ ଚାଷୀ ଅସନ୍ତୋଷ ଓ ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟକୁ ନେଇ ଉଷ୍ମତା, ରାଜନୀତିକ ପ୍ରତିହିଂସାପରାୟଣ ଓ ଅସହିଷ୍ଣୁତା ମଧ୍ୟରେ ଏପ୍ରିଲ ମାସରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଓଡ଼ିଶା ରାଜନୀତିକ ପାଣିପାଗକୁ ବର୍ଷତମାମ ସରଗରମ କରି ରଖିଥିଲା। କଂଗ୍ରେସ ନିଜର ପୁରୁଣା ରୋଗରୁ ବାହାରି ଅସ୍ତିତ୍ୱ ରକ୍ଷା ଓ ସ୍ଥିତି ସୁଧାରିବାକୁ ସଂଘର୍ଷ କରୁଥିବାବେଳେ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଚରମ […]

politics2019

politics2019

Jitendra Garnayak
  • Published: Saturday, 28 December 2019
  • Updated: 28 December 2019, 01:45 PM IST

Sports

Latest News

ବର୍ଷ ଆରମ୍ଭରୁ ରାଜ୍ୟରେ ଚାଷୀ ଅସନ୍ତୋଷ ଓ ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟକୁ ନେଇ ଉଷ୍ମତା, ରାଜନୀତିକ ପ୍ରତିହିଂସାପରାୟଣ ଓ ଅସହିଷ୍ଣୁତା ମଧ୍ୟରେ ଏପ୍ରିଲ ମାସରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଓଡ଼ିଶା ରାଜନୀତିକ ପାଣିପାଗକୁ ବର୍ଷତମାମ ସରଗରମ କରି ରଖିଥିଲା। କଂଗ୍ରେସ ନିଜର ପୁରୁଣା ରୋଗରୁ ବାହାରି ଅସ୍ତିତ୍ୱ ରକ୍ଷା ଓ ସ୍ଥିତି ସୁଧାରିବାକୁ ସଂଘର୍ଷ କରୁଥିବାବେଳେ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଚରମ ଶିଖରରେ ପହଞ୍ଚିଥିବା ଲଢ଼େଇ ଓ ଛକାପଞ୍ଝାରେ ଅଚାନକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଚିଟ୍‌ଫଣ୍ଡ୍‌ ମାମଲାରେ ବିଜେଡି ନେତାଙ୍କୁ ‘ସିବିଆଇ’ ନୋଟିସ୍‌କୁ କାଉଣ୍ଟର କରିବା ପାଇଁ ରାଜ୍ୟ ସରକାର ବିଜେପି ନେତାଙ୍କୁ ‘କ୍ରାଇମବ୍ରାଞ୍ଚ’ ନୋଟିସ୍ ଜାରି କରି ପ୍ରଚଳିତ ଆଇନବ୍ୟବସ୍ଥାକୁ ଏକ ରାଜନୀତିକ କ୍ରୀଡ଼ାଙ୍ଗନ ଭାବେ ଉପଯୋଗ କରିବାକୁ ପଛାଇ ନଥିବା ବେଳେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଅପ୍ରତ୍ୟାଶିତ ଭାବେ ପରସ୍ପରର ନିକଟତର ହୋଇପଡ଼ିଥିଲେ। କେନ୍ଦ୍ରର ବିଜେପି ସରକାରକୁ ନିଃସର୍ତ୍ତ ସମର୍ଥନ ଦେଇ ବିଜେଡି ରାଜ୍ୟ ରାଜନୀତିକୁ ଗୋଳିଆ କରି ଦେଇଥିବାବେଳେ ଅନେକ ରାଜନୀତିକ ମହାଦ୍ରୁମଙ୍କୁ ସକ୍ରିୟ ରାଜନୀତିରୁ ବିଦାୟ ନେବାକୁ ପଡ଼ିଛି। ପ୍ରମିଳା ବିଶୋୟୀଙ୍କ ଭଳି କିଛି ନୂଆ ଚେହେରା ରାତାରାତି ଖବରର ଶିରୋନାମା ମଧ୍ୟ ପାଲଟିଛନ୍ତି। ଅଭିଜ୍ଞଙ୍କୁ ଅଣଦେଖା କରି ପ୍ରଥମଥର ଜିଣିଥିବା ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯିବା ଓ କେନ୍ଦ୍ରରେ ବିଜେପି ସରକାର ସହ ସମ୍ପର୍କକୁ ନେଇ ବର୍ଷତମାମ ବିଜେଡି ଚର୍ଚ୍ଚାରେ ରହିଆସିଛି। ୨୦୧୯ ମସିହାର ‘୧୯’ଟି ଚର୍ଚ୍ଚିତ ରାଜନୀତିକ ଘଟଣାକ୍ରମକୁ ନେଇ ‘ଓଡ଼ିଶା ରିପୋର୍ଟର’ ତରଫରୁ ପ୍ରକାଶ ସେଠୀଙ୍କ  ସ୍ୱତନ୍ତ୍ର ଉପସ୍ଥାପନା ‘୧୯ର ରାଜନୀତି’

- ଚାଷୀଙ୍କ ପାଇଁ ମିଛ ଦରଦ
କୃଷି ଋଣ ଛାଡ଼ କରିବା ପାଇଁ ବଢ଼ୁଥିବା ଚାପ ଓ ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଶାସକ ବିଜେଡି ଜାନୁୟାରୀ ୮ ତାରିଖରେ ଦିଲ୍ଲୀରେ ‘ଚାଷୀ ସମାବେଶ’ ଆୟୋଜନ କରିଥିଲା। ଧାନ ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଓ ସ୍ୱାମୀନାଥନ୍ ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାବିରେ ବିଜେଡିର ଏହି ଦିଲ୍ଲୀ ସମାବେଶକୁ ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପି ଏକ ‘ନାଟକ’ ବୋଲି କହିବା ସହ କେନ୍ଦ୍ର ସରକାର ଉପରେ ଦୋଷ ଲଦି ବିଜେଡି ନିଜର ଦାୟିତ୍ୱରୁ ଓହରିଯିବାକୁ ଚାହୁଁଥିବା ଅଭିଯୋଗ କରିଥିଲେ। ଏପରିକି ସେହି ଚାଷୀ ସମାବେଶରେ ଯୋଗ ଦେବାକୁ ଟ୍ରେନରେ ଯାଇଥିବା ବିଜେଡି ନେତାମାନେ ସୋଶାଲ ମିଡିଆରେ ଛାଡ଼ିଥିବା ‘ଫଟୋ’କୁ ନେଇ ମଧ୍ୟ ସେମାନଙ୍କୁ ବେଶ୍ ବିବାଦୀୟ ହେବାକୁ ପଡ଼ିଥିଲା। ତେବେ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଲାଗୁ କରି ବର୍ଷ ଆରମ୍ଭରୁ ସେଥିରୁ ବାହାବା ନେବାକୁ ଚେଷ୍ଟା କରୁଥିବା ବିଜେଡି ଦିଲ୍ଲୀରେ ଯେଉଁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଥିଲା ତାକୁ ଶୀତଳ ଭଣ୍ଡାରରେ ପକାଇବା ସହ ବର୍ଷ ଶେଷ ଆଡ଼କୁ ‘କାଳିଆ’ ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ପିଏମ-କିଷାନ’ ସହ ମିଶାଇ ଦେଇଥିଲେ। ଯାହା ବିଜେଡିର ଚାଷୀ ପ୍ରୀତିକୁ ପଦାରେ ପକାଇ ଦେଇଛି।

- ମହାରଥୀଙ୍କୁ ତୁଣ୍ଡ ମହଙ୍ଗା ପଡ଼ିଲା
ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟକୁ ତାତ୍ସଲ୍ୟ କରିବା ଓ ମହିଳାଙ୍କ ପ୍ରତି କଟୂ ମନ୍ତବ୍ୟ ଦେବା ବିଜେଡିର ବରିଷ୍ଠ ନେତା ତଥା କୃଷି ଓ ପଞ୍ଚାୟତିିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମହଙ୍ଗା ପଡ଼ିଥିଲା। ବିଜେପି ଓ କଂଗ୍ରେସ ସମେତ ମହିଳା ସଂଗଠନଗୁଡ଼ିକର ସ୍ୱର ଶାଣିତ କରି ମହାରଥୀଙ୍କ ଗିରଫ ଦାବି କରିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହେବାକୁ ପଡ଼ିଥିଲା। ୨୦୧୯ ମସିହାର ପ୍ରଥମ ସପ୍ତାହରେ ମହାରଥୀଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କ ବହିଷ୍କାର ନିର୍ବାଚନୀ ବର୍ଷରେ ବିରୋଧୀ ଦଳଗୁଡ଼ିକ ପାଇଁ ଏକ ବିରାଟ ବିଜୟ ପାଲଟିଥିଲା।

- ଧର୍ମେନ୍ଦ୍ର ଓ ନବୀନ ସମ୍ପର୍କ
ରାଜ୍ୟରେ ବିଜେପିର ଚେହେରା ବୋଲି ଚିତ୍ରଣ କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସମ୍ପର୍କ ଚଳିତବର୍ଷ ବେଶ୍ ଚର୍ଚ୍ଚାରେ ରହିଛି । ପିସି, ଚିଟଫଣ୍ଡ, ଖଣି ଦାନବଙ୍କୁ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷା ଦେଉଛନ୍ତି ଓ ଦୁର୍ନୀତିର ଚେର ନବୀନ ନିବାସ ପର୍ଯ୍ୟନ୍ତ ଲମ୍ବିଛି ବୋଲି ବର୍ଷ ଆରମ୍ଭରେ ଗଞ୍ଜାମରେ ଦେଇଥିବା ବୟାନ ଧର୍ମେନ୍ଦ୍ର କୋଇଲା ଦୁର୍ନୀତିରେ ନବୀନଙ୍କୁ ସିବିଆଇ ଜେରା କରିଛି କି ନାହିଁ ବୋଲି ପ୍ରଶ୍ନ କରି ରାଜନୀତିକ ହଟଚମଟ ସୃଷ୍ଟି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି କି ନାହିଁ ବୋଲି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଶ୍ନର ଜବାବ ଦେବାରେ ବିଜେଡି ଯଦିଓ ବିଫଳ ହୋଇଥିଲା କିନ୍ତୁ ଏପ୍ରିଲ ୨୯ରେ ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପର ଦିନ ହିଁ ନବୀନ ଓ ଧର୍ମେନ୍ଦ୍ରଙ୍କ ସମ୍ପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଯାଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ନବୀନଙ୍କୁ କଟୂ ସମାଲୋଚନା କରୁଥିବା ଧର୍ମେନ୍ଦ୍ର ଏପ୍ରିଲ ୩୦ରେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଦେଖାଇଥିବା ସମ୍ମାନ ଓ ଆଦର ହିଁ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କର ନୂଆ ପରିଭାଷା ସୃଷ୍ଟି କରିଥିଲା। ଆଉ ଏହି କାରଣରୁ ପ୍ରାୟତଃ ସବୁବେଳେ ନବୀନ ଓ ରାଜ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା କରୁଥିବା ଧର୍ମେନ୍ଦ୍ରଙ୍କୁ ଏବେ ବିଭିନ୍ନ ପ୍ରସଙ୍ଗରେ ଚୁପ୍ ରହୁଥିବା ଦେଖିବାକୁ ମିଳୁଛି।

- ବିଜେଡି ପୁଣି ଜିତିଲା
ରାଜ୍ୟରେ ସରକାରୀ ବିରୋଧୀ ହାୱା ଥିବା ସତ୍ତ୍ୱେ କଂଗ୍ରେସର ଅଘୋଷିତ ବୁଝାମଣା ଓ ବିଜେପିର ଦୁର୍ବଳ ନିର୍ବାଚନ ପରିଚାଳନା ହିଁ ବିଜେଡିକୁ ପୁଣିଥରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା କରାଇଥିଲା। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ପାଇଁ ଏପ୍ରିଲରେ ୪ଟି ପର୍ଯ୍ୟାୟ ନିର୍ବାଚନ ହୋଇଥିଲା। ତେବେ ବିଜେଡି ୧୪୬ରୁ ୧୧୨ଟି ଆସନରେ ବିଜୟୀ ହେଲା। ଅନୁକୂଳ ପରିସ୍ଥିତି ଥିବା ସତ୍ତ୍ୱେ ବିଜେପି ଏହାର ଫାଇଦା ନେଇପାରିଲା ନାହିଁ ଓ ଦଳକୁ ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। କଂଗ୍ରେସ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ପରେ ଉପନିର୍ବାଚନରେ ବିଜେଡି ଆସନ ସଂଖ୍ୟା ବୃଦ୍ଧି ପାଇ ୧୧୩ରେ ପହଞ୍ଚିଛି। ବିଜେଡିର ଭୋଟ୍‌ ହାର ୪୪.୨%, ବିଜେପିର ୩୨.୫% ଓ କଂଗ୍ରେସର ୧୨.୧୨% ରହିଛି। ତେବେ ଲୋକସଭା ନିର୍ବାଚନରେ ବିଜେଡି ୨୧ରୁ ୧୨ଟି ଆସନ ଜିତିଥିବା ବେଳେ ବିଜେପି ୮ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଲୋକସଭା ନିର୍ବାଚନରେ ବିଜେଡିକୁ ୪୨.୮%, ବିଜେପିକୁ ୩୮.୪% ଓ କଂଗ୍ରେସକୁ ୧୩.୪% ଭୋଟ୍ ମିଳିଥିଲା।

- ସାଧାରଣ ନିର୍ବାଚନ ବର୍ଷରେ ୨ଟି ଉପନିର୍ବାଚନ
ଏପ୍ରିଲରେ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବାସତ୍ତ୍ୱେ ରାଜ୍ୟରେ ୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପାଟକୁରା ଓ ବିଜେପୁର ଉପନିର୍ବାଚନକୁ ସଠିକ୍ ଢଙ୍ଗରେ ବିରୋଧୀ ଦଳ ଲଢ଼ି ନଥିବାରୁ ବିଜେଡି ଏହି ଦୁଇ ଆସନରେ ସହଜ ବିଜୟ ଲାଭ କରିଥିଲା। ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜାଣି ମଧ୍ୟ ବିଜେଡି ସାଧାରଣ ନିର୍ବାଚନରେ ପାଟକୁରାରୁ ନିଜର ତତକାଳୀନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କଲା। ତାଙ୍କର ଅକାଳ ମୃତ୍ୟୁ ଯୋଗୁ ପ୍ରଥମେ ମେ’ ୧୯ତାରିଖ ରେ ଭୋଟ୍‌ ଗ୍ରହଣ ହେବାର ଥିଲା। କିନ୍ତୁ ଫନି ବାତ୍ୟାର ଆଳ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ଏହି ଉପନିର୍ବାଚନ ତାରିଖ ସ୍ଥଗିତ ରହିଥିଲା ଓ ଜୁଲାଇ ୨୦ତାରିଖରେ ନିର୍ବାଚନରେ ବେଦୁଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଥିଲେ। ଆବଶ୍ୟକ ସହଯୋଗ ନମିଳିବାରୁ ଭଲ ସ୍ଥିତିରେ ଥାଇ ମଧ୍ୟ ବିଜେପିର ହେଭିୱେଟ୍ ନେତା ବିଜୟ ମହାପାତ୍ରଙ୍କୁ ପରାଜିତ ହେବାକୁ ପଡ଼ିଲା। ସେହିପରି ହିଞ୍ଜିିଳି ଆସନ ରଖି ବିଜେପୁର ଆସନରୁ ନବୀନ ପଟ୍ଟନାୟକ ଇସ୍ତଫା ଦେବାଯୋଗୁ ଅକ୍ଟୋବର ୨୧ରେ ବିଜେପୁରରେ ଉପନିର୍ବାଚନ ହୋଇଥିଲା। ବିଜେଡି ସେଠାରେ ମଧ୍ୟ ବିଜୟୀ ହୋଇଥିଲା।

- ସିବିଆଇ ବନାମ କ୍ରାଇମବ୍ରାଞ୍ଚ ନୋଟିସ୍‌
ବର୍ଷ ଆରମ୍ଭରେ ଚିଟଫଣ୍ଡ ମାମଲାରେ ବିଜେଡିର ଦୁଇ ପ୍ରଭାବଶାଳୀ ଯୁବନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା । ଉଭୟ ନେତାଙ୍କୁ ଜାନୁୟାରୀ ୨୮ ଓ ୩୦ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା । ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳର ଦୁଇ ପ୍ରଭାବଶାଳୀ ଯୁବନେତାଙ୍କୁ ସିବିଆଇ ନୋଟିସ୍ ବିଜେଡିକୁ ଚିନ୍ତାରେ ପକାଇଥିଲା । ଆଉ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏହି ନୋଟିସକୁ କାଉଣ୍ଟର ପାଇଁ ଗଞ୍ଜାମ ଜିଲ୍ଲାର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ପ୍ରଭାବଶାଳୀ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ସିବିଆଇ ଓ କ୍ରାଇମବ୍ରାଞ୍ଚ ନୋଟିସ୍ ମାଧ୍ୟମରେ ଉଭୟ ଦଳ ମୁହାଁମୁହିଁ ହେବା ସହ ଏହି ଦୁଇ ସଂସ୍ଥାକୁ ରାଜନୀତିକ କ୍ରୀଡ଼ାଙ୍ଗନ କରି ଲୋକଙ୍କ ମଧ୍ୟରେ ଥିବା ଆସ୍ଥାକୁ ଖିନଭିନ୍ କରିବାକୁ ମଧ୍ୟ ପଛାଇ ନଥିଲେ । ଏହି ସିବିଆଇ ନୋଟିସର ସ୍ଥିତି କ’ଣ ହେଲା, ତାହା ଏବେବି ରହସ୍ୟଘେରରେ ରହିଛି ।

- ପୁତ୍ରମୋହରେ ଦାମ, ରହିଲାନି ଦମ୍ଭ
ବର୍ଷ ଆରମ୍ଭରୁ ମିଡିଆର ଡାର୍ଲିଂ ପାଲଟିଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ବିଜେଡିରୁ ବହିଷ୍କୃତ ହୋଇସାରିଥିବା ଡାକ୍ତର ରାଉତ ରାଜ୍ୟବ୍ୟାପୀ ବିିଭିନ୍ନ ସଭାସମିତିରେ ନବୀନ ପଟ୍ଟନାୟକ ସରକାରର କଳାକାରନାମାକୁ ଉଜାଗର କରିବାରେ ଲାଗିଥିଲେ । ବିଜୁ ସମତାକ୍ରାନ୍ତି ଦଳ ଗଠନ ଉଦ୍ୟମ ଫେଲ୍ ମାରିବାପରେ ଡାକ୍ତର ରାଉତ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ ଉଭୟ ବିଜେପି ଓ କଂଗ୍ରେସ ସହ ମୂଲଚାଲ କରିବା ଆରମ୍ଭ କରିଥିଲେ । ତେବେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାର୍ଚ୍ଚ ୧୪ରେ ଦିଲ୍ଲୀରେ ବିଜେପିରେ ସାମିଲ ହେଲେ । ବିଜେପି ତାଙ୍କୁ ରାଜ୍ୟରେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେବା ସହ ସେ ଚାହୁଁଥିବା ଆସନରୁ ବିଧାୟକ ପ୍ରାର୍ଥୀ କଲା । କିନ୍ତୁ ପୁତ୍ରମୋହ ଆଗରେ ଦାମଙ୍କ ଦମ୍ଭ ରହିଲାନି । ସେ ନିର୍ବାଚନ ତ ଜିଣିପାରିଲେନି ଓଲଟା ବିଜେପି ତାଙ୍କୁ ପଚାରୁନି ବୋଲି ଅଭିଯୋଗ କରି ଅକ୍ଟୋବର ୧୬ତାରିଖରେ ବିଜେପିରୁ ଇସ୍ତଫା ଦେଲେ । ଏବେ ରାଜନୀତିକ ଅଲୋଡ଼ା ବ୍ୟକ୍ତି ଭାବେ ପୁଣିଥରେ ବିଜେଡିର ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

- ‘ହେଇଯାଉ’ରୁ ରାଷ୍ଟ୍ରୀୟ ଉପସଭାପତି
ବିଜେଡିର ସାଂଗଠନିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଦଳୀୟ ଆକ୍ରୋଶର ଶିକାର ହୋଇଥିବା ଦଳର ପ୍ରତିଷ୍ଠାତା ସଦସ୍ୟ ବୈଜୟନ୍ତ ପଣ୍ଡା ୨୦୧୮ ମେ’ ୨୮ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭାବାବେଗପୂର୍ଣ୍ଣ ଚିଠି ଲେଖି ବିଜେଡି ଛାଡ଼ିବାପରେ ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାରେ ଲାଗିଥିଲେ । ଚା’ ଖଟିକୁ ଯାଇ ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ରାଜନୀତିକ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିଥିବା ଶ୍ରୀ ପଣ୍ଡା ମାର୍ଚ୍ଚ ୪ ତାରିଖ ମହାଶିବରାତ୍ରିରେ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଥିଲେ । ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଥିଲା । ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ାରୁ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ବିଜେଡି ତାଙ୍କୁ ହରାଇବାକୁ କଳ-ବଳ-କୌଶଳ ଲଗାଇ ସଫଳ ମଧ୍ୟ ହେଇଥିଲା । ତେବେ ‘ହେଇଯାଉ’ ମାଧ୍ୟମରେ ଲୋକଙ୍କ ନିକଟତର ହେବାର ନୂଆ ମାର୍ଗ ଖୋଜି ପାଇଥିବା ଶ୍ରୀ ପଣ୍ଡା ଏବେବି ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କ ପାଖରେ ଦଳର ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ବିଜେପି ତାଙ୍କୁ ଚଳିତମାସରେ ରାଜସ୍ଥାନରେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ନ୍ୟସ୍ତ କରିଛି ।

- ଫନି ବଦଳାଇଦେଲା ବିଜେପି-ବିଜେଡି ସମ୍ପର୍କ
ଏପ୍ରିଲ ୨୯ରେ ୪ଟି ପର୍ଯ୍ୟାୟ ସାଧାରଣ ନିର୍ବାଚନ ସରିବାପରେ ମେ’ ୨ତାରିଖରେ ରାଜ୍ୟରେ ସାମୁଦ୍ରିକ ଝଡ଼ ‘ଫନି’ ତା’ର ତାଣ୍ଡବଲୀଳା ରଚାଇଥିଲା । ଆଉ ଫନି ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ତତ୍ପରତା ଓ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଥିଲେ । ଆଉ ବାତ୍ୟାର ମାତ୍ର ୪ଦିନ ପରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ‘ଫନି’ ବାତ୍ୟାର ସମୀକ୍ଷାବେଳେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ସଫଳ ବାତ୍ୟା ପରିଚାଳନାରେ ମୋହର ଲଗାଇଥିଲେ । ଆଉ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବ୍ୟାକଡୋରରେ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଏତେ ନିବିଡ଼ ହୋଇଗଲା ଯେ, ସେବେଠୁ ନବୀନ ଓ ରାଜ୍ୟ ସରକାରଙ୍କ ସମ୍ପର୍କରେ ବିଜେପିର କୌଣସି ଜାତୀୟସ୍ତରର ନେତା ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରତିକୂଳ ମନ୍ତବ୍ୟ ଦେଉନଥିବା ଦେଖିବାକୁ ମିଳୁଛି । ଆଉ ନବୀନ ମଧ୍ୟ ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଅଯାଚିତ ସମର୍ଥନ ଅଜାଡ଼ି ଦେଉଛନ୍ତି । ମୋଦିଙ୍କ କଥାରେ ନବୀନ ନିଜର ନିଶ୍ଚିତ ବିଜୟ ସମ୍ଭାବନା ଥିବା ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଟେକି ଦେବାକୁ ବି ପଛାଇନଥିଲେ । ଯାହାକି ଦୁଇ ଦଳ ମଧ୍ୟରେ ପୁଣିଥରେ ସମ୍ପର୍କର ନିବିଡ଼ତାକୁ ପ୍ରମାଣିତ କରାଇଛି ।

୧୦- ପାକିସ୍ତାନୀ ଟିଭିରେ ବିଜେଡି ନେତା କାରନାମା
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ବିଜେଡିର ବରିଷ୍ଠ ନେତା ତଥା ତତକାଳୀନ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ କାର୍ଯ୍ୟ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷକୃତ୍ୟ ସ୍ଥଳରେ ଶହୀଦଙ୍କ ସମ୍ପର୍କୀୟ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣାର ଭିଡିଓ ଭାଇରାଲ ହେବାପରେ ବିଜେଡିକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ଶ୍ରୀ ସାମନ୍ତରାୟଙ୍କ ବିରୋଧରେ ଭୁବନେଶ୍ୱର ଓ କଟକରେ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା । ପାକିସ୍ତାନର ଆଜାଦ ଟିଭିରେ ଶହୀଦଙ୍କ ପରିବାର ପ୍ରତି ରାଜନେତାମାନେ କିଭଳି ବ୍ୟବହାର କରୁଛନ୍ତି ତାକୁ ନେଇ ନକରାତ୍ମକ ଖବର ପ୍ରସାରଣର ସୁଯୋଗ ମିଳିଥିଲା । ଅବଶ୍ୟ ଶ୍ରୀ ସାମନ୍ତରାୟ ଏହି ଘଟଣାରେ ଦୁଃଖପ୍ରକାଶ ସହ କ୍ଷମା ମାଗିଥିଲେ କିନ୍ତୁ ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ସ୍ଥିତି ଏବେ କ’ଣ ତାହା କାହାରିକୁ ଜଣାନାହିଁ ।

୧୧- ୪୮ ନେତାଙ୍କୁ ଥଇଥାନ
ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ନେତା ଓ ମନ୍ତ୍ରୀ ଆଶାୟୀ ବିଧାୟକଙ୍କୁ ଥଇଥାନ କରିବା ଚାପରେ ବିଜେଡି ନେତୃତ୍ୱ ଚଳିତ ଥର ଚେପା ହୋଇପଡ଼ିଛନ୍ତି । ଅଗଷ୍ଟ ମାସରେ ୨ଟି ପର୍ଯ୍ୟାୟରେ ଦଳର ୪୮ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିଲେ । ୧୨ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଥଇଥାନ କରିଥିବାବେଳେ ପ୍ରଥମଥର ପାଇଁ ୧୨ଟି ଉପଦେଷ୍ଟା ପଦବୀ ସୃଷ୍ଟି କରି ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ଦେଇଛନ୍ତି । ନବୀନ ପଟ୍ଟନାୟକ ସରକାର ଗତ ଦୁଇ ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ନେତାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାର ସୁବିଧା ସୁଯୋଗ ଦେଇଛି । ଯାହାକି ଚର୍ଚ୍ଚାର ବିଷୟ ହୋଇଥିଲା ।

୧୨- ନାରୀ ନିର୍ଯାତନା ଓ ବିଜେଡି
ନାରୀ ଓ ନାବାଳିକାଙ୍କ ପ୍ରତି ରାଜ୍ୟରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିଲା । ବିଶେଷକରି ପିଇଓ ସ୍ମିତାରାଣୀ ହତ୍ୟା, କଳାହାଣ୍ଡି ଜିଲ୍ଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ବିଜେଡି ନେତାଙ୍କ ବସ୍ ଡ୍ରାଇଭର ଦ୍ୱାରା ଯୁବତୀଙ୍କୁ ଗଣଦୁଷ୍କର୍ମ, ମୟୂରଭଞ୍ଜ ଜିଲ୍ଲାରେ ଜଣେ ଅଧ୍ୟାପିକାଙ୍କ ଆତ୍ମହତ୍ୟା, ପୁରୀରେ ଜଣେ ନାବାଳିକାଙ୍କ ସହ ପୁଲିସ ଦୁଷ୍କର୍ମ ଆଦି ଘଟଣା ବିଜେଡିର ଅଡ଼ୁଆ ବଢ଼ାଇଥିଲା । ଉଭୟ କଂଗ୍ରେସ ଓ ବିଜେପି ଏସବୁ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଥିଲେ ଓ ବିଜେଡି ମହିଳା ମୋର୍ଚ୍ଚା ଓ ସରକାର ଏନେଇ ବ୍ୟାକଫୁଟ୍‌ରେ ରହିଥିଲା ।

୧୩- ନୂଆ ଚେହେରା ଓ ହଜିଗଲେ
ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଉଭା ହୋଇଥିବାବେଳେ ଅନେକ ରାଜନୀତିକ ମହାଦ୍ରୁମ ଏବେ ଅଜ୍ଞାତବାସରେ । ପ୍ରଶାସନିକ ସେବାରୁ ରାଜନୀତିରେ ସାମିଲ ହୋଇ ଭୁବନେଶ୍ୱର ସାଂସଦ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର ଶର୍ମିଷ୍ଠା ସେଠୀଙ୍କ ବ୍ୟତୀତ ପ୍ରମିଳା ବିଶୋୟୀ ନାମକ ଜଣେ ବୃଦ୍ଧା ମହିଳାଙ୍କୁ ବିଜେଡି ସାଂସଦ ଟିକେଟ୍ ଦେବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । ପ୍ରମିଳା ଏବେ ଆସିକା ସାଂସଦ ଭାବେ କାର୍ଯ୍ୟ କରୁଥିବାବେଳେ ଆଦିବାସୀ ମହିଳା ପଦ୍ମିନୀ ଦିଆନ୍ ପ୍ରଥମ ଥର ଜିତି ଏବେ ରାଜ୍ୟର ମନ୍ତ୍ରୀ ପାଲଟିଛନ୍ତି । ଅନ୍ୟପକ୍ଷରେ ତଥାଗତ ଶତପଥୀ, ଅର୍ଜୁନ ସେଠୀ, ଶ୍ରୀକାନ୍ତ ଜେନା, ଯୋଗେନ୍ଦ୍ର ବେହେରା, ବିଜୟଶ୍ରୀ ରାଉତରାୟ,ଯୁଗଳ କିଶୋର ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ,ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଦିଲ୍ଲୀପ ରାୟ, ମହେଶ୍ୱର ମହାନ୍ତି, ରବି ନନ୍ଦ, ରଘୁନାଥ ମହାନ୍ତି ଆଦି ନେତା ଏବେ ଅଜ୍ଞାତବାସରେ ଅଛନ୍ତି ।

୧୪- ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରତାପ ନନା
ପଞ୍ଚମପାଳିର ଶାସନରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଧିକାଂଶ ମନ୍ତ୍ରୀଙ୍କ ଦକ୍ଷତା ଓ ଅଭିଜ୍ଞତାର ଅଭାବ ଏବେ ପ୍ରଶାସନିକ କଳରେ ଅନୁଭୂତ ହୋଇଛି । ପ୍ରଥମଥର ବିଧାୟକ ହୋଇଥିବା ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ପଦ୍ମିନୀ ଦିଆନଙ୍କ ଭଳି ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ନ୍ୟସ୍ତ କରାଯିବା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ୪ଟି ହେଭିୱେଟ୍ ବିଭାଗ ଦେବାର ପ୍ରତିକୂଳ ପ୍ରଭାବ ଏବେ ରାଜ୍ୟ ଶାସନରେ ପରିଲକ୍ଷିତ ହେବାରେ ଲାଗିଛି । ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭଳି ଅନଭିଜ୍ଞ ମନ୍ତ୍ରୀଙ୍କ କାରନାମା ଯୋଗୁ ବିଜେଡିକୁ ବଦନାମ ମୁଣ୍ଡାଇବାକୁ ପଡ଼ିଛି । ଅଧିକାଂଶ ମନ୍ତ୍ରୀ ଏଠି ଏବେ କେବଳ ‘ରବରଷ୍ଟାମ୍ପ’ ପାଲଟିଥିବା ଚର୍ଚ୍ଚା ହେଉଛି । ମେ’ ୨୯ରେ ନବୀନଙ୍କ ମନ୍ତ୍ରୀମାନେ ଶପଥ ନେବାବେଳେ ଅଧିକାଂଶ ମନ୍ତ୍ରୀ କେବଳ ନାମକୁ ମାତ୍ର ବିଭାଗ ସମ୍ଭାଳିବେ ବୋଲି ହେଉଥିବା ଆଲୋଚନା ଏବେ ସତରେ ପରିଣତ ହୋଇଛି। ଅନ୍ୟପକ୍ଷରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀପଦ ମିଳିଛି।

୧୫- ଉଧେଇପାରିଲାନି କଂଗ୍ରେସ
ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତିରେ ସାମାନ୍ୟତମ ସୁଧାର ଆସିଥିଲା । କିନ୍ତୁ ବର୍ଷ ଆରମ୍ଭରୁ ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ସୁଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହେବାରେ ଲାଗିଥିଲା । ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନରେ ନିରଞ୍ଜନଙ୍କ ଏକଚାଟିଆ କାରବାର ଓ ବିଜେଡି ସହ ଭିତରି ସମ୍ପର୍କ ଅଭିଯୋଗ ଦଳକୁ ରାଜ୍ୟରେ ପୁଣିଥରେ ବ୍ୟାକଫୁଟକୁ ନେଇଯାଇଥିଲା । ଯେଉଁଥିପାଇଁ ନିର୍ବାଚନ ସରିବାପରେ ନିରଞ୍ଜନ ନିଜଆଡ଼ୁ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ କଂଗ୍ରେସ ହାଇକମାଣ୍ଡ ରାଜ୍ୟରେ ଦଳର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ କମିଟିକୁ ଭାଙ୍ଗିବା ସହ ଏବେ ନାମକୁ ମାତ୍ର ସଂଗଠନ ରଖିଛନ୍ତି । ସଭାପତି ପରିବର୍ତ୍ତନ ପାଇଁ ଦଳର ପୁରୁଣା ରୋଗ ଏବେ ପୁଣିଥରେ ଶିଖରରେ ପହଞ୍ଚିଛି।

୧୬- ନବାଗତକୁ ରାଜ୍ୟସଭା ନିର୍ବାଚନରେ ପ୍ରାଧାନ୍ୟ
ରାଜ୍ୟସଭା ନିର୍ବାଚନରେ ଖାଲି ପଡ଼ିଥିବା ୩ଟି ସିଟ୍ ମଧ୍ୟରୁ ୨ଟିକୁ ବିଜେଡି ନିଜ ପାଖରେ ରଖି ଗୋଟିଏ ଆସନ ବିଜେପିକୁ ଟେକି ଦେଇଥିଲା। ତେବେ ଯେଉଁ ୨ଟି ସିଟକୁ ବିଜେଡି ନିଜ ପାଖରେ ରଖିଥିଲା ସେଥିରେ ଦଳର ପୁରୁଖା ତଥା ଅଭିଜ୍ଞତାସମ୍ପନ୍ନ ନେତାମାନଙ୍କୁ ନପଠାଇ ନୂଆକରି ଦଳରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେଇଥିଲା। ରାଜ୍ୟରେ ଆକାଉଣ୍ଟାଣ୍ଟ୍ ଜେନେରାଲ ଥିବାବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ କଡ଼ା ସମାଲୋଚନା ଓ ଅଡ଼ୁଆରେ ପକାଇଥିବା ଅମର ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ବିଜେଡି ପଠାଇଥିଲା। କେବଳ ସେତିକି ନୁହେଁ, ଅମର ନିଜର ଅନୁଗତ ସସ୍ମିତ ପାତ୍ରଙ୍କ ପାଇଁ ମଧ୍ୟ ରାଜ୍ୟସଭା ଟିକେଟ୍ ପକ୍କା କରାଇଥିଲେ। ଯାହାକୁ ନେଇ ଦଳ ଭିତରେ ଚାପା ଅସନ୍ତୋଷ ଦେଖାଦେଇଥିଲା । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ମଧ୍ୟ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

୧୭- ପରାଜିତ ଅଲୋଡ଼ା
ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିବା ନେତାମାନେ ଏବେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇପଡ଼ିଛନ୍ତି । ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିର ସରକାର ଥିଲେ ମଧ୍ୟ ଏହି ଦୁଇ ଦଳର ଅଧିକାଂଶ ନେତାଙ୍କୁ ଏବେ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନାହିଁ । ବିଜେଡିର ପରାଜିତ ନେତା ସଞ୍ଜୟ ଦାସବର୍ମାଙ୍କୁ ଛାଡ଼ିଦେଲେ ବାକି ନେତାମାନେ ଯଥା ରବୀନ୍ଦ୍ର ଜେନା, ରବିନାରାୟଣ ନନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ମହେଶ୍ୱର ମହାନ୍ତି, ଦେବାଣିଷ ସାମନ୍ତରାୟ ପ୍ରମୁଖ ଏବେ ଅଲୋଡ଼ା ହୋଇ ରହିଛନ୍ତି । ସେହିପରି ବିଜେପିର ପ୍ରଭାବଶାଳୀ ନେତା କନକବର୍ଦ୍ଧନ ସିଂହଦେଓ, ରବି ନାଏକ, ବିଜୟ ମହାପାତ୍ର, ରୁଦ୍ର ପାଣି ଓ ସମୀର ଦେଙ୍କ ଭଳି ନେତା ମଧ୍ୟ କୋଣଠେସା ହୋଇ ରହିଛନ୍ତି।

୧୮- ଚର୍ଚ୍ଚାରେ ନବୀନଙ୍କ ଭଉଣୀ
ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ ଜାନୁୟାରୀ ୨୬ତାରିଖରେ ‘ପଦ୍ମଶ୍ରୀ’ ପୁରସ୍କାର ପାଇ ମନୋନୀତ କରାଯାଇଥିଲା। କିନ୍ତୁ ଏହି ପୁରସ୍କାର ପାଇବାକୁ ସେ ଯୋଗ୍ୟ ନୁହଁନ୍ତି ବୋଲି ତାକୁ ଗ୍ରହଣ କରିବାକୁ ଗୀତା ମେହେଟ୍ଟା ମନା କରିଦେଇଥିଲେ । ତେବେ ଗୀତାଙ୍କ ମାଧ୍ୟମରେ ବିଜେପି ନବୀନଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବା ଆଶଙ୍କା କରି ଏହି ପୁରସ୍କାର ନବୀନଙ୍କ ରାଜନୀତିକ କାର୍ଯ୍ୟକଳାପରେ ବାଧକ ହେବ ବୋଲି କହି ସେ ଏହାକୁ ଅଗ୍ରାହ୍ୟ କରିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅବଶ୍ୟ ଗୀତା ଓ ତାଙ୍କ ସ୍ୱାମୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

୧୯- ଗଣମାଧ୍ୟମ ଉପରେ ଚାପ
୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ପାଇଁ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗଣମାଧ୍ୟମକୁ ପ୍ରଭାବିତ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହିଁ । ବିଜ୍ଞାପନ ଆଳରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଗଣମାଧ୍ୟମ ଉପରେ ଚାପ ପକାଇଥିବାବେଳେ ରାଜ୍ୟରେ ବିଜେଡି ସରକାର ଆଉ ପାଦେ ଆଗେଇ ଯାଇ ସରକାରଙ୍କ ବିଫଳତାକୁ ଉଜାଗର କରୁଥିବା ତଥ୍ୟମୂଳକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥିଲେ । ଏପରିକି ରାଜନୀତିକ କାରଣ ପାଇଁ ଗଣମାଧ୍ୟମ ସଂସ୍ଥାର ମାଲିକମାନଙ୍କୁ ବ୍ୟକ୍ତିଗତ ଭାବେ ହଇରାଣ ହରକତ କରିବା ବି ପଛାଇ ନଥିଲେ । ୨୦୧୯ରେ ସେଭଳି କିଛି ଘଟଣା ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story