୫ରେ ଭର୍ତ୍ତୃହରିଙ୍କ ସପକ୍ଷରେ ପ୍ରଚାର ପାଇଁ କଟକ ଆସିବେ ବିଦେଶ ମନ୍ତ୍ରୀ ଜୟଶଙ୍କର

କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, କଟକ ସହରର ନିଶାମଣି କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ।

S Jaishankar

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର (ଫାଇଲ ଫଟୋ)

Ordigital Desk
  • Published: Wednesday, 01 May 2024
  • Updated: 01 May 2024, 09:27 PM IST

Sports

Latest News

କେନ୍ଦ୍ର ବିଦେଶ ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ଏସ୍ ଜୟଶଙ୍କର ଆସନ୍ତା ୫ତାରିଖରେ କଟକରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସପକ୍ଷରେ ଶ୍ରୀ ଜୟଶଙ୍କର ପ୍ରଚାର କରିବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ମଇଦାନକୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଓହ୍ଲାଇବାକୁ ସକ୍ଷମ ହୋଇନାହାନ୍ତି। ସେପଟେ ଉଭୟ ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ରାଜ୍ୟରେ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, କଟକ ସହରର ନିଶାମଣି କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ। ଆସନ୍ତା ୫ତାରିଖରେ ଏହି କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଅନ୍ୟ ଜାତୀୟ ନେତାମାନେ ଆସିବେ ବୋଲି ଶ୍ରୀ ମହତାବ ସୂଚନା ଦେଇଛନ୍ତି।

Also Read

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତର ଠିକ୍ ଦିନକ ପୂର୍ବରୁ ଜୟଶଙ୍କରଙ୍କ ଓଡ଼ିଶା ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି। ନିର୍ବାଚନୀ ମାହୋଲ ସରଗରମ ଥିବାବେଳେ କଟକକୁ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଗସ୍ତ ଭର୍ତ୍ତୃହରିଙ୍କ ସପକ୍ଷରେ ଅଧିକ ଜନମତ ସୃଷ୍ଟି କରିବାରେ ସକ୍ଷମ ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ୧୯୯୮ ମସିହାରୁ କଟକର ସାଂସଦ ଭାବେ ନିର୍ବାଚିତ ହେଉଥିବା ଶ୍ରୀ ମହତାବ ଗତମାସରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ବିଜେପି ତାଙ୍କୁ ଚଳିତଥର କଟକରୁ ସାଂସଦ ପ୍ରାର୍ଥୀ କରିଛି। ବିଜେଡି ଏଥର ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ସନ୍ତୃପ୍ତ ମିଶ୍ରଙ୍କୁ କଟକରୁ ସାଂସଦ ପ୍ରାର୍ଥୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story