Advertisment

ମହାକାଶରେ ପହଞ୍ଚିଲା ୧୨ ବୋତଲ ମଦ

ନୂଆଦିଲ୍ଲୀ: ସୋମବାର ମହାକାଶରେ ୧୨ ବୋତଲ ଉତ୍କୃଷ୍ଟ ଫରାସୀ ମଦ ପହଞ୍ଚିଛି। ଏହି ମଦ ବୋତଲ ମହାକାଶଚାରୀଙ୍କ ପିଇବା ପାଇଁ ପଠାଯାଇନାହିଁ। ବରଂ ଏକ ଗବେଷଣା ପାଇଁ ପଠାଯାଇଛି। ଏହି ୧୨ ବୋତଲ ନାଲି ବୋରଡେଉକ୍ସ ମଦ ବର୍ଷେ ପରେ ପୃଥିବୀକୁ ଫେରିବ। ଏହି ସମୟରେ ମଦ ବୋତଲ ଉପରେ ମହାକାଶର ବିକିରଣ କେତେ ପ୍ରଭାବ ପକାଇବ ଏହାକୁ ଅଧ୍ୟୟନ କରିବେ ଗବେଷକ। ଆଗାମୀ ଦିନରେ ଏହି ଗବେଷଣା ଖାଦ୍ୟ ଉଦ୍ୟୋଗୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି […]

author-image
Subhransu Sekhar
ମହାକାଶରେ ପହଞ୍ଚିଲା ୧୨ ବୋତଲ ମଦ

WINE BOTTILE

ନୂଆଦିଲ୍ଲୀ: ସୋମବାର ମହାକାଶରେ ୧୨ ବୋତଲ ଉତ୍କୃଷ୍ଟ ଫରାସୀ ମଦ ପହଞ୍ଚିଛି। ଏହି ମଦ ବୋତଲ ମହାକାଶଚାରୀଙ୍କ ପିଇବା ପାଇଁ ପଠାଯାଇନାହିଁ। ବରଂ ଏକ ଗବେଷଣା ପାଇଁ ପଠାଯାଇଛି। ଏହି ୧୨ ବୋତଲ ନାଲି ବୋରଡେଉକ୍ସ ମଦ ବର୍ଷେ ପରେ ପୃଥିବୀକୁ ଫେରିବ। ଏହି ସମୟରେ ମଦ ବୋତଲ ଉପରେ ମହାକାଶର ବିକିରଣ କେତେ ପ୍ରଭାବ ପକାଇବ ଏହାକୁ ଅଧ୍ୟୟନ କରିବେ ଗବେଷକ। ଆଗାମୀ ଦିନରେ ଏହି ଗବେଷଣା ଖାଦ୍ୟ ଉଦ୍ୟୋଗୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଗବେଷକ ଆଶା ରଖିଛନ୍ତି।publive-image

Advertisment

ବିଶ୍ୱରେ ଦେଖାଦେଇଥିବା ପାଣିପାଗ ପରିବର୍ତ୍ତନ ଓ କୃଷିକୁ ଆଖି ଆଗରେ ରଖି ଗବେଷକମାନେ ଆଗାମୀ ୩ ବର୍ଷ ଭିତରେ ମହାକାଶରେ ୬ଟି ଗବେଷଣା କରିବାକୁ ଯାଉଛନ୍ତି। ଶନିବାର ମଦ ବୋତଲ ପଠାଇବା ପ୍ରଥମ ପଦକ୍ଷେପ ଥିଲା।

ଭର୍ଜିନିଆରର ନର୍ଥରୋପ ଗ୍ରୁମ୍ମନ କ୍ୟାପଶୁଲ ମାଧ୍ୟମରେ ଏହି ୧୨ ବୋତଲ ମଦ ଶନିବାର ମହାକାଶକୁ ପଠାଯାଇଥିଲା। ସୋମବାର ଏହା ଇଣ୍ଟର୍ନେସନାଲ ସ୍ପେଶ୍‌ ଷ୍ଟେସନରରେ ପହଂଚିଯାଇଛି। ଏହି ସମସ୍ତ ବୋତଲକୁ ଏକ ଧାତୁ ବୋତଲରେ ପ୍ୟାକିଂ କରି ପଠାଯାଇଛି। ଯେମିତିକି ମହାକାଶକୁ ଯିବା ବେଳେ ବୋତଲଗୁଡ଼ିକ ଦୋହଲିଗଲେ ବି ଭାଙ୍ଗିବ ନାହିଁ। publive-image

Advertisment

ଫ୍ରାନ୍ସ ସ୍ଥିତ ବୋରଡେଉକ୍ସ ବିଶ୍ୱବିଦ୍ୟାଳୟ ଓ ଭାଭରିଆ, ଜର୍ମାନୀ, ଲକ୍ଜମବର୍ଗର ଷ୍ଟାର୍ଟଅପ ସ୍ପେସ କାର୍ଗୋ ଅନଲିମିଟେଡ୍ ଗବେଷଣା କରିବା ପାଇଁ ମହାକାଶକୁ ଏହି ମଦ ବୋତଲ ପଠାଇଛନ୍ତି।

ବୈଜ୍ଞାନିକ ମାଇକେଲ ଲେବର୍ଟ କହିଛନ୍ତି, ମହାକାଶକୁ ଯେଉଁ ମଦ ଯାଇଛି ସେଥିରେ ଇଷ୍ଟ, ଜୀବାଣୁ ଏବଂ ଏକ ରାସାୟନିକ ପଦାର୍ଥ ମିଶିଛି। ଏହି ତିନୋଟି ଜିନିଷର ମିଶ୍ରଣ ତାଙ୍କୁ ଗବେଷଣାରେ ସହାୟକ ହେବ ବୋଲି ସେ କହିଛନ୍ତି। ଗୋଟିଏ ମହାକାଶକୁ ପଠାଯାଇଛି। ଆଉ ଗୋଟିଏ ବୋରଡେଉକ୍ସ ବିଶ୍ୱବିଦ୍ୟାଳୟରେ ରହିଛି। ବର୍ଷକ ପରେ ଯେତେବେଳେ ୧୨ ମଦ ବୋତଲ ପୃଥିବୀକୁ ଫେରିବ ସେତେବେଳେ ବୋରଡେଉକ୍ସ ବିଶ୍ୱବିଦ୍ୟାଳୟରେ ଥିବା ମଦ ବୋତଲ ସହ ତୁଳନା କରାଯିବ।publive-image

ସ୍ପେସ କାର୍ଗୋ ଅନଲିମିଟେଡର ସହ ସଂସ୍ଥାପକ ନିକୋଲାସ ଗୌମେ କହିଛନ୍ତି, ଏହା ଏକ ଦୁଃସାହାସିକ ପଦକ୍ଷେପ। ବ୍ୟବସାୟିକ ସୁଯୋଗ ପାଇଁ ନାସା ଏବେ ଏଭଳି ସ୍ପେସ ଷ୍ଟେସନ ଖୋଲୁଛି। ଯାହାକି ଆଗାମୀ ଦିନରେ ତାଙ୍କ ଭଳି ଗବେଷକଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି।