Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ମାସ୍କ ପିନ୍ଧା ଉଲକା ପିଣ୍ଡ

ମାସ୍କ ପିନ୍ଧି ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବିଶାଳ ଉଲକା ପିଣ୍ଡ। ଅତିକମରେ ୧.୫ କିଲୋମିଟର ଚଉଡ଼ା ବିଶିଷ୍ଟ ଏହି ଗ୍ରହାଣୁ ଆସନ୍ତା ସପ୍ତାହରେ ପୃଥିବୀ ନିକଟରେ ପହଞ୍ଚିବ। ଆକାରରେ ଏହା ମାଉଣ୍ଟେନ ଏଭେରେଷ୍ଟ ତୁଳନାରେ ପ୍ରାୟ ଅଧା ହେବ ବୋଲି କୁହାଯାଉଥିବା ବେଳେ ସୋଶାଲ ମିଡିଆରେ ଏହାକୁ ନେଇ ଖୁବ୍ ଗୁଜବ ମଧ୍ୟ ଉଠିଛି। ତେବେ ପୁଏର୍ତ୍ତୋ ରିକୋସ୍ଥିତ  ଆରସିବୋ ଅବଜର୍ଭେଟୋରୀ (Arecibo Observatory)ପକ୍ଷରୁ ଏହି ଗ୍ରହାଣୁର ଏକ ତାଜା ଚିତ୍ର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ମାସ୍କ ପିନ୍ଧା ଉଲକା ପିଣ୍ଡ

asteroid

ମାସ୍କ ପିନ୍ଧି ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବିଶାଳ ଉଲକା ପିଣ୍ଡ। ଅତିକମରେ ୧.୫ କିଲୋମିଟର ଚଉଡ଼ା ବିଶିଷ୍ଟ ଏହି ଗ୍ରହାଣୁ ଆସନ୍ତା ସପ୍ତାହରେ ପୃଥିବୀ ନିକଟରେ ପହଞ୍ଚିବ। ଆକାରରେ ଏହା ମାଉଣ୍ଟେନ ଏଭେରେଷ୍ଟ ତୁଳନାରେ ପ୍ରାୟ ଅଧା ହେବ ବୋଲି କୁହାଯାଉଥିବା ବେଳେ ସୋଶାଲ ମିଡିଆରେ ଏହାକୁ ନେଇ ଖୁବ୍ ଗୁଜବ ମଧ୍ୟ ଉଠିଛି। ତେବେ ପୁଏର୍ତ୍ତୋ ରିକୋସ୍ଥିତ  ଆରସିବୋ ଅବଜର୍ଭେଟୋରୀ (Arecibo Observatory)ପକ୍ଷରୁ ଏହି ଗ୍ରହାଣୁର ଏକ ତାଜା ଚିତ୍ର ଜାରି କରାଯାଇଛି।

Advertisment

ସୂଚନାଯାଗ୍ୟ, ଏହି ଉଲକା ପିଣ୍ଡକୁ 52768 (1998 OR2) ନାମ ଦିଆଯାଇଛି। ୧୯୯୮ରେ ସର୍ବ ପ୍ରଥମେ ନାସା ଏହାକୁ ଦେଖିଥିଲା। ଏପ୍ରିଲ ୨୯ରେ ଏହା ପୃଥିବୀର ୩.୯ ମିଲିୟନ ମାଇଲ୍ ଅତିକ୍ରମ କରିବ, ଯାହା ଚନ୍ଦ୍ର ଓ ପୃଥିବୀର ଦୂରତାର ୧୬ ଗୁଣ ଅଧିକ ବୋଲି କୁହାଯାଇଛି।

ନିକଟରେ ଆରସିବୋ ଅବଜର୍ଭେଟୋରୀ ଉକ୍ତ ଉଲକା ପିଣ୍ଡର ଏକ ରାଡାର ଚିତ୍ର ଜାରି କରିଛି। ଏହାସହ ଗ୍ରହାଣୁକୁ ପର୍ଯ୍ୟବେକ୍ଷଣ କରୁଥିବା ବୈଜ୍ଞାନିକ ଓ ଟେଲିସ୍କୋପ ଅପରେଟରମାନେ ମାସ୍କ ପିନ୍ଧି କାମ କରୁଥିବା ଫଟୋ ମଧ୍ୟ ଶେୟାର କରିଛି। ଆରସିବୋ ରାଡାର ପକ୍ଷରୁ ଏକ ଟ୍ୱିଟ୍ କରି ଏହି ଫଟୋ ଚିତ୍ରଗୁଡ଼ିକୁ ଶେୟାର କରାଯାଇଛି। ଏହି ବିଶ୍ୱ ମହାମାରୀ ସମୟରେ କର୍ମଚାରୀ ଓ ବୈଜ୍ଞାନିକମାନେ ଏବଂ ଉଲକା ପିଣ୍ଡ ମଧ୍ୟ ଏକ ମାସ୍କ ପିନ୍ଧିଥିବା ଭଳି ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିଛି।

Advertisment

ଆରସିବୋ ରାଡାର ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ଟିମ୍ ରାଡାର ଏବଂ ଏନଏଆଇସି ଅବଜର୍ଭେଟୋରୀ କର୍ମଚାରୀମାନେ ସୁରକ୍ଷାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ ପୂର୍ବକ ପର୍ଯ୍ୟବେକ୍ଷଣରେ ଲାଗି ପଡ଼ିଛନ୍ତି। ଏଇ ସପ୍ତାହରେ ଆମେ 1998 OR2 ଉଲକା ପିଣ୍ଡ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛୁ, ଯାହା ଏକ ମାସ୍କ ପିନ୍ଧିଥିବା ଭଳି ଦେଖାଯାଉଛି।