Advertisment

ପୁଣି ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ, ଶନିବାର ରାତିରେ ଅତିକ୍ରମ କରିବ

ନୂଆଦିଲ୍ଲୀ: ପୁଣିଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି। ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହି ଉଲକା ପିଣ୍ଡର ଆକାର ଦୁବାଇରେ ଥିବା ବିଶାଳ ବୁର୍ଜ ଖଲିଫା ଠାରୁ ମଧ୍ୟ ବଡ଼। ଶନିବାର ରାତିରେ ଏହା ପୃଥିବୀ ନିକଟରେ ଦେଇ ଗତି କରିବ। ତେଣୁ ଏହା ପୃଥିବୀ ପ୍ରତି ବଡ଼ ବିପଦ ସୃଷ୍ଟି […]

author-image
Hemant Lenka
ଅଦ୍ୟତନ ହୋଇଛି
ପୁଣି ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ, ଶନିବାର ରାତିରେ ଅତିକ୍ରମ କରିବ

Asteroid

ନୂଆଦିଲ୍ଲୀ: ପୁଣିଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି। ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହି ଉଲକା ପିଣ୍ଡର ଆକାର ଦୁବାଇରେ ଥିବା ବିଶାଳ ବୁର୍ଜ ଖଲିଫା ଠାରୁ ମଧ୍ୟ ବଡ଼। ଶନିବାର ରାତିରେ ଏହା ପୃଥିବୀ ନିକଟରେ ଦେଇ ଗତି କରିବ। ତେଣୁ ଏହା ପୃଥିବୀ ପ୍ରତି ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୯ ଗୁଣ ଅଧିକ ଦୂରରେ ଉଲକା ପିଣ୍ଡଟି ଶନିବାର ରାତିରେ ପୃଥିବୀକୁ ଅତିକ୍ରମ କରିବ। ଏହା ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ଗତି କରୁଛି। ତେଣୁ ଏହା ସାମ୍ନାରେ ଯଦି କୌଣସି ଗ୍ରହ କିମ୍ବା ନକ୍ଷତ୍ର ଆସିବେ, ସେଗୁଡ଼ିକ ଧ୍ୱଂସ ହୋଇଯିବେ।

ଏହି ଉଲକା ପିଣ୍ଡର ନାଁ 2016 AJ193 ରଖାଯାଇଛି। ଚଳିତ ଥର ଏହି ଉଲକା ପିଣ୍ଡ ପୃଥିବୀର କୌଣସି କ୍ଷତି କରିପାରିବ ନାହିଁ। କିନ୍ତୁ ୨୦୬୩ରେ ଏପରି ପୁଣି ଏପରି ଏକ ବିଶାଳୟ କାୟ ଉଲକା ପିଣ୍ଡ ପୃଥିବୀରେ ମାଡ଼ ହେବାର ଆଶଙ୍କା ଥିବା ନାସା ପୂର୍ବାନୁମାନ କରିଛି।

Advertisment

ଏହାପୂର୍ବରୁ 2008Go20 ନାମକ ଏହି ଉଲକା ପିଣ୍ଡ ଜୁନ ୨୪ରେ ପୃଥିବୀକୁ ଅତିକ୍ରମ କରିଥିଲା। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଥିଲା। କିନ୍ତୁ ସେପରି କିଛି ବି ଘଟି ନଥିଲା।

ସେହିପରି ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି।

Astroid