ସୂର୍ଯ୍ୟଙ୍କ ତାପମାତ୍ରା ମାପିଲା ଅର୍ବିଟର

ନୂଆଦିଲ୍ଲୀ: ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଦୁନିଆକୁ ଆଲୁଅ ଦେଖାଉଥିବା ସୂର୍ଯ୍ୟଙ୍କ ତାପମାତ୍ରା କ’ଣ ରହିଛି? ସମସ୍ତେ କହିବେ ପ୍ରଖର ବା ତୀବ୍ର। ହେଲେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ସୂର୍ଯ୍ୟଙ୍କ ତାପମାତ୍ରାକୁ ଏବେ ମାପିଛି ଯାହାକି ଜାଣିବା ଜରୁରୀ। ଅର୍ବିଟର ୩୦ ସେପ୍ଟେମ୍ୱରରୁ ୧ ଅକ୍ଟୋବର ମଧ୍ୟରେ ସୂର୍ଯ୍ୟ କିରଣ ବାବଦରେ ଗବେଷଣା କରିଥିଲା। ଏହି ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ପୂର୍ବ ଅପେକ୍ଷା କମ୍ ରହିଥିବା ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ସୂର୍ଯ୍ୟ ପ୍ରତି […]

sun 2

sun 2

Subhransu Sekhar
  • Published: Friday, 11 October 2019
  • Updated: 11 October 2019, 09:43 AM IST

Sports

Latest News

ନୂଆଦିଲ୍ଲୀ: ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଦୁନିଆକୁ ଆଲୁଅ ଦେଖାଉଥିବା ସୂର୍ଯ୍ୟଙ୍କ ତାପମାତ୍ରା କ’ଣ ରହିଛି? ସମସ୍ତେ କହିବେ ପ୍ରଖର ବା ତୀବ୍ର। ହେଲେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ସୂର୍ଯ୍ୟଙ୍କ ତାପମାତ୍ରାକୁ ଏବେ ମାପିଛି ଯାହାକି ଜାଣିବା ଜରୁରୀ।

ଅର୍ବିଟର ୩୦ ସେପ୍ଟେମ୍ୱରରୁ ୧ ଅକ୍ଟୋବର ମଧ୍ୟରେ ସୂର୍ଯ୍ୟ କିରଣ ବାବଦରେ ଗବେଷଣା କରିଥିଲା। ଏହି ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ପୂର୍ବ ଅପେକ୍ଷା କମ୍ ରହିଥିବା ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ସୂର୍ଯ୍ୟ ପ୍ରତି ୧୧ ବର୍ଷରେ ତା’ର ତାପମାତ୍ରାରେ ପରିବର୍ତ୍ତନ କରିଥାଏ।

https://twitter.com/isro/status/1182289689044086785

ଯଦି ସୂର୍ଯ୍ୟଙ୍କ ଦେହରେ ଅଧିକ କଳା ଦାଗ ରହିଥିବ ତାହେଲେ ସୂର୍ଯ୍ୟ କିରଣର ତାପମାତ୍ରା ଅଧିକ ରହିଛି ବୋଲି ବୁଝିବାକୁ ହେବ। ଏହାକୁ ସୋଲାର ମାକ୍ସିମା କୁହନ୍ତି। ଯଦି ଏହାର ଓଲଟା ଅର୍ଥାତ୍ ସୂର୍ଯ୍ୟ ସଫା ଦେଖାଯାଉଥିବେ ତାହେଲେ ଏହାକୁ ସୋଲାର ମିନିମା ବୋଲି କୁହାଯିବ।

ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ବୁଲୁଛି। ଚନ୍ଦ୍ରର ସମସ୍ତ ଫଟୋ ପୃଥିବୀକୁ ପଠାଇବା ସହିତ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରି ଏକପାଖିଆ ହୋଇ ପଡ଼ିଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମଧ୍ୟ ସୂଚନା ଦେଉଛି। ମହାକାଶର ସ୍ଥିତି ଜାଣିବା ପାଇଁ ଇସ୍ରୋର ମୁଖ୍ୟ ମାଧ୍ୟମ ଏବେ ଅର୍ବିଟର ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos