Advertisment

୫ ମିନିଟରେ ୯୦% ସଂକ୍ରମଣ ଶକ୍ତି ହରାଉଛି କରୋନା ଭୂତାଣୁ!

ନୂଆଦିଲ୍ଲୀ: ଜଣେ କରୋନା ସଂକ୍ରମିତ କାଶିବା ଓ ଛିଙ୍କିବା ପରେ ବାୟୁମଣ୍ଡଳକୁ ଆସୁଥିବା ଭାଇରସ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ଏଥିସହ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହିଁ କରୋନା ଭାଇରସରେ ଆକ୍ରାନ୍ତ ହୁଅନ୍ତି। ଏସବୁ ଭିତରେ କରୋନା ଭାଇରସ ଜଣେ ସଂକ୍ରମିତଙ୍କ ନାକ ଓ ପାଟିରୁ ବାହାରିବା ପରେ ବାୟୁ ମଣ୍ଡଳରେ କେତେ ସମୟ ଶକ୍ତିଶାଳୀ ହୋଇ ରହୁଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଏହା ଉପରେ ବ୍ରିଟେନର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ […]

author-image
Hemant Lenka
ଅଦ୍ୟତନ ହୋଇଛି
ରାଜ୍ୟରେ ୭,୪୨୬ ପଜିଟିଭ ଚିହ୍ନଟ, ଆଖି ବୁଜିଲେ ୧୦

corona1

ନୂଆଦିଲ୍ଲୀ: ଜଣେ କରୋନା ସଂକ୍ରମିତ କାଶିବା ଓ ଛିଙ୍କିବା ପରେ ବାୟୁମଣ୍ଡଳକୁ ଆସୁଥିବା ଭାଇରସ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ଏଥିସହ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହିଁ କରୋନା ଭାଇରସରେ ଆକ୍ରାନ୍ତ ହୁଅନ୍ତି। ଏସବୁ ଭିତରେ କରୋନା ଭାଇରସ ଜଣେ ସଂକ୍ରମିତଙ୍କ ନାକ ଓ ପାଟିରୁ ବାହାରିବା ପରେ ବାୟୁ ମଣ୍ଡଳରେ କେତେ ସମୟ ଶକ୍ତିଶାଳୀ ହୋଇ ରହୁଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

Advertisment

ଏହା ଉପରେ ବ୍ରିଟେନର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣା କରିଥିଲେ। ଏବେ ଏହି ଗବେଷଣାରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ମତରେ ବାୟୁମଣ୍ଡଳରେ କରୋନା ଭାଇରସ ମାତ୍ର ୫ ମିନିଟ ଭିତରେ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ୯୦% ହରାଇଥାଏ। ଏହାର ଅର୍ଥ ପବନରେ ଭାଇରସ ୯୦% ଦୁର୍ବଳ ହୋଇଯାଉଛି। ଗବେଷଣାରୁ ଜଣାପଡ଼ିଛି ଯେ ବାୟୁମଣ୍ଡଳରେ ଭାସିବା ପାଇଁ ଭାଇରସ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଯାଏ। ଏଥିଯୋଗୁ ଏହାର ସଂକ୍ରମିତ କ୍ଷମତା ହ୍ରାସ ପାଉଛି।

ପ୍ରି-ଣ୍ଟ୍ରିଣ୍ଟ ଅଧ୍ୟୟନ ଅନୁଯାୟୀ, ଭାଇରସର ପ୍ରାରମ୍ଭିକ ସଂକ୍ରମଣ କ୍ଷମତା ୨୦ ମିନିଟ୍‌ରେ ୧୦%କୁ ହ୍ରାସ ପାଇଥାଏ। କରୋନା ଭାଇରସର ସଂକ୍ରମଣ ବିଷୟରେ ଜାଣିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କିଟ୍ ଓ ବୈଦ୍ୟୁତିକ କ୍ଷେତ୍ରର ବ୍ୟବହାର କରାଯାଇଥିଲା।

Advertisment

ଏହି ବୈଦ୍ୟୁତିକ କ୍ଷେତ୍ରରେ ସମାନ ପ୍ରକାରର ସାଧାରଣ ପରିବେଶ ସୃଷ୍ଟି କରାଯାଇଥିଲା। ଏହାପରେ ଏଥିରେ ଅନେକ ଛୋଟ ବୁନ୍ଦା ଭାଇରସ ଛଡ଼ା ଯାଇଥିଲା। ବୈଜ୍ଞାନିକମାନେ ତାପମାତ୍ରା, ଲାଇଟ ଓ ଆର୍ଦ୍ରତା ଆଦିରେ ପରିବର୍ତ୍ତନ କରି ଭାଇରସ ସଂକ୍ରମଣ ହାରକୁ ଆକଳନ କରିଥିଲେ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେତେବେଳେ ଭାଇରସ ଆର୍ଦ୍ରତାର ସଂସ୍ପର୍ଶରେ ଆସୁଛି ସେତେବେଳେ ମାତ୍ର ୫ ସେକେଣ୍ଡ ମଧ୍ୟରେ ମିନିଟ୍ ମଧ୍ୟରେ ଏହାର ସଂକ୍ରମଣ କ୍ଷମତା ୫୪% କମି ଯାଉଛି।

ଗବେଷଣା ରିପୋର୍ଟ ଅନୁଯାୟୀ ଅପେକ୍ଷାକୃତ ଅଳ୍ପ ଆର୍ଦ୍ର ବାୟୁରେ ଏହି ଭୂତାଣୁ ନାକ ବା ପାଟି ବାଟେ ବାହାରିବା ସାଙ୍ଗେ ସାଙ୍ଗେ ୫୪ ପ୍ରତିଶତ ସଂକ୍ରମଣ କ୍ଷମତା ହରାଇଥାଏ। ଏହାର ପରବର୍ତ୍ତୀ ୫ ମିନିଟ ମଧ୍ୟରେ ଏହାର ସଂକ୍ରମଣ ଶକ୍ତି ହାରାହାରି ୧୯ ପ୍ରତିଶତ ହ୍ରାସ ପାଇଥାଏ। ଅଧିକ ଆର୍ଦ୍ର ବାୟୁରେ ଭୂତାଣୁର ସଂକ୍ରମଣ ଶକ୍ତି ପ୍ରଥମ ୫ ମିନିଟରେ ୪୮ ପ୍ରତିଶତ ହ୍ରାସ ପାଏ। ଉଭୟ ଅଳ୍ପ ଆର୍ଦ୍ର ଓ ଅଧିକ ଆର୍ଦ୍ର ବାୟୁମଣ୍ଡଳରେ ଭୂତାଣୁର ସଂକ୍ରମଣ ଶକ୍ତି ୧୦ ମିନିଟ ମଧ୍ୟରେ ସ୍ଥିର ହୋଇଯାଏ। ଏହି ଗବେଷଣାର ତଥ୍ୟ ପୂର୍ବରୁ ଏ ସଂପର୍କରେ ବିଶେଷଜ୍ଞମାନେ କହିଥିବା ଅନେକ ଆତଙ୍କ ଉଦ୍ରେକକାରୀ କଥାକୁ ଖଣ୍ଡନ କରୁଛି। ଛିଙ୍କିଲେ ବା କାଶିଲେ କରୋନା ଭୂତାଣୁ ବାୟୁମଣ୍ଡଳକୁ ଯାଉଛି ସତ ମାତ୍ର, ତାହାର ସଂକ୍ରମଣ ଶକ୍ତି ଅଧିକ ସମୟ ରହୁ ନଥିବାରୁ ତାହାକୁ ନେଇ ଲକ୍‌ ଡାଉନ୍‌, ଶଟ୍‌ ଡାଉନ୍‌ ନିଷ୍ପତ୍ତି କିପରି ଅବୈଜ୍ଞାନିକ ତାହା ଏଥିରୁ ସ୍ପଷ୍ଟ ହୁଏ।