Advertisment

ପ୍ରଥମଥର ପାଇଁ ମଣିଷମାନଙ୍କ ରକ୍ତରୁ ମିଳିଲା ମାଇକ୍ରୋ ପ୍ଲାଷ୍ଟିକ

ଲଣ୍ଡନ: ପ୍ରଥମଥର ପାଇଁ ବୈଜ୍ଞାନିକମାନେ ମଣିଷମାନଙ୍କ ରକ୍ତରୁ ଛୋଟଛୋଟ ପ୍ଲାଷ୍ଟିକ ଗୁଣ୍ଡ ବା ମାଇକ୍ରୋ ପ୍ଲାଷ୍ଟିକ ଠାବ କରିଛନ୍ତି। ଏହା ପ୍ରଦୂଷଣର ଅନ୍ୟତମ ଉତ୍ସ ହୋଇଥିବା ବେଳେ ମଣିଷମାନଙ୍କ ଶରୀରରୁ ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନେଦରଲ୍ୟାଣ୍ଡସର ଗବେଷକମାନେ କରୁଥିବା ପରୀକ୍ଷାରେ ସାମିଲ ହୋଇଥିବା ପ୍ରାୟ ୮୦% ଲୋକଙ୍କ ଶରୀରରୁ ଏପରି ମାଇକ୍ରୋ ପ୍ଲାଷ୍ଟିକ ଚିହ୍ନଟ ହୋଇଛି। ମାଇକ୍ରୋ ପ୍ଲାଷ୍ଟିକ ଶରୀର ଭିତରେ ଶିରାପ୍ରଶିରାରେ ବୁଲିବା ସହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଅଟକିବାର ଆଶଙ୍କା ମଧ୍ୟ […]

author-image
Hemant Lenka
ପ୍ରଥମଥର ପାଇଁ ମଣିଷମାନଙ୍କ ରକ୍ତରୁ ମିଳିଲା ମାଇକ୍ରୋ ପ୍ଲାଷ୍ଟିକ

Plastic

ଲଣ୍ଡନ: ପ୍ରଥମଥର ପାଇଁ ବୈଜ୍ଞାନିକମାନେ ମଣିଷମାନଙ୍କ ରକ୍ତରୁ ଛୋଟଛୋଟ ପ୍ଲାଷ୍ଟିକ ଗୁଣ୍ଡ ବା ମାଇକ୍ରୋ ପ୍ଲାଷ୍ଟିକ ଠାବ କରିଛନ୍ତି। ଏହା ପ୍ରଦୂଷଣର ଅନ୍ୟତମ ଉତ୍ସ ହୋଇଥିବା ବେଳେ ମଣିଷମାନଙ୍କ ଶରୀରରୁ ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନେଦରଲ୍ୟାଣ୍ଡସର ଗବେଷକମାନେ କରୁଥିବା ପରୀକ୍ଷାରେ ସାମିଲ ହୋଇଥିବା ପ୍ରାୟ ୮୦% ଲୋକଙ୍କ ଶରୀରରୁ ଏପରି ମାଇକ୍ରୋ ପ୍ଲାଷ୍ଟିକ ଚିହ୍ନଟ ହୋଇଛି।

Advertisment

ମାଇକ୍ରୋ ପ୍ଲାଷ୍ଟିକ ଶରୀର ଭିତରେ ଶିରାପ୍ରଶିରାରେ ବୁଲିବା ସହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଅଟକିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏପରି ଗବେଷଣାର ଗୁରୁତ୍ୱ ବେଶ ଅଧିକ। ଅବଶ୍ୟ ବୈଜ୍ଞାନିକମାନେ ଦୀର୍ଘକାଳୀନ ସୂତ୍ରରେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ କ’ଣ ପଡ଼ିବ, ସେକଥା ଏଯାଏ ଜାଣିବାକୁ ସକ୍ଷମ ହୋଇନାହାନ୍ତି। କିନ୍ତୁ ସାରା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ୁଥିବାରୁ ଏପରି ମାଇକ୍ରୋ ପ୍ଲାଷ୍ଟିକ ଠାବ ହେବା ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।

ମିଳିଥିବା ସୂଚନା ଅନୁସାରେ, ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ସ୍ୱେଚ୍ଛାକୃତ ଭାବେ ପରୀକ୍ଷାରେ ସାମିଲ ହୋଇଥିବା ୨୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ଏହି ସମୟରେ ୧୭ ଜଣଙ୍କ ରକ୍ତ ନମୁନାରୁ ମାଇକ୍ରୋ ପ୍ଲାଷ୍ଟିକ୍ ମିଳିଛି। ଏପରି ଅନୁଧ୍ୟାନକୁ 'ଅତ୍ୟନ୍ତ ଚିନ୍ତାଜନକ' ବୋଲି ଗବେଷକମାନେ କହିଛନ୍ତି।

Advertisment

ପୂର୍ବରୁ ମାଇକ୍ରୋ ପ୍ଲାଷ୍ଟିକ୍ ମସ୍ତିଷ୍କ, ଅନ୍ତଃନଳୀ ଓ ବୟସ୍କ ଏବଂ ଶିଶୁଙ୍କ ମଳରୁ ମିଳିଥିଲା। ହେଲେ ପ୍ରଥମଥର ମାଇକ୍ରୋ ପ୍ଲାଷ୍ଟିକ ରକ୍ତରୁ ମିଳିଛି। ଗବେଷକମାନେ କହିଛନ୍ତି, “ଏ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ହେଲେ ଆମକୁ ଗବେଷଣାରରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପଡ଼ିବ। ଏହାପରେ ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରକାରର ପ୍ରଭାବ ପକାଉଛି, ସେକଥା ଜଣାପଡ଼ିବ।”

ପରିବେଶ ଇଣ୍ଟରନ୍ୟାସନାଲ୍ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଠାବ ହୋଇଥିବା ଅଧା ନମୁନାରୁ ପଲିଥିନ ଟେରେଫଥାଲେଟ୍ (PET) ମିଳିଛି। ଏହାକୁ ପିଇବା ପାଣି, ଜୁସ ଆଦି ବିକ୍ରି ହେଉଥିବା ବୋତଲ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଏ।

ସେହିପରି ୩୬% ନମୁନାରୁ ଖାଦ୍ୟ ପ୍ୟାକିଂ ପାଇଁ ବ୍ୟବହାର ହେଉଥିବା Polystyrene ମିଳିଛି। ବ୍ୟାଗ ପ୍ୟାକିଂ ବା ପ୍ଲାଷ୍ଟିକ ବ୍ୟାଗ ତିଆରି ପାଇଁ ବ୍ୟବହାର ହେଉଥିବା polyethylene ୨୩% ନମୁନାରୁ ମିଳିଛି। ରକ୍ତରେ ଏଗୁଡ଼ିକର ପରିମାଣ ୧.୬ ମାଇକ୍ରୋ ଗ୍ରାମ ରହିଛି। ମାଇକ୍ରୋ ପ୍ଲାଷ୍ଟିକ୍ ବିଭିନ୍ନ ଉପାୟରେ ଯଥା ପାଣି ଦ୍ୱାରା କିମ୍ବା ତରଳ ପଦାର୍ଥ ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ।