Advertisment

ହେକ୍ଟରେ ଜମିରୁ ମିଳିବ ୧୪୦୦ କୁଇଣ୍ଟାଲ ଟମାଟୋ

କାନପୁର: ଏଣିକି ପ୍ରତି ହେକ୍ଟର ପିଛା ୧,୪୦୦ କ୍ୱିଣ୍ଟାଲ ଟମାଟୋ ଚାଷ ହୋଇପାରିବ। ଏ ନେଇ ଚନ୍ଦ୍ରଶେଖର ଆଜାଦ ବିଶ୍ୱବିଦ୍ୟାଳୟ ଫର ଆଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର (ସିଏସଏ) ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ପ୍ରଜାତିର ଟମାଟୋ ବିକଶିତ କରିଛନ୍ତି। ଏହି ପ୍ରଜାତିର ନାମ ନାମଧାରୀ-୪୨୬୬ ରହିଛି। ଏବେ ଏହା ଚାଷୀଙ୍କ ପାଖରେ ଉପଲବ୍ଧ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସାଧାରଣତଃ ଗୋଟିଏ ହେକ୍ଟରରେ ୪୦୦ରୁ ୬୦୦ କ୍ୱିଣ୍ଟାଲ ଟମାଟୋ ଫଳି ହୋଇଥାଏ। ହେଲେ ଏହି ନୂଆ ବିକଶିତ ମଞ୍ଜି ଏହାର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ହେକ୍ଟରେ ଜମିରୁ ମିଳିବ ୧୪୦୦ କୁଇଣ୍ଟାଲ ଟମାଟୋ

new tomatto species

କାନପୁର: ଏଣିକି ପ୍ରତି ହେକ୍ଟର ପିଛା ୧,୪୦୦ କ୍ୱିଣ୍ଟାଲ ଟମାଟୋ ଚାଷ ହୋଇପାରିବ। ଏ ନେଇ ଚନ୍ଦ୍ରଶେଖର ଆଜାଦ ବିଶ୍ୱବିଦ୍ୟାଳୟ ଫର ଆଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର (ସିଏସଏ) ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ପ୍ରଜାତିର ଟମାଟୋ ବିକଶିତ କରିଛନ୍ତି। ଏହି ପ୍ରଜାତିର ନାମ ନାମଧାରୀ-୪୨୬୬ ରହିଛି। ଏବେ ଏହା ଚାଷୀଙ୍କ ପାଖରେ ଉପଲବ୍ଧ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ସାଧାରଣତଃ ଗୋଟିଏ ହେକ୍ଟରରେ ୪୦୦ରୁ ୬୦୦ କ୍ୱିଣ୍ଟାଲ ଟମାଟୋ ଫଳି ହୋଇଥାଏ। ହେଲେ ଏହି ନୂଆ ବିକଶିତ ମଞ୍ଜି ଏହାର ଦୁଇ ଗୁଣା ଫଳ ଦେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ସିଏସଏ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଡିପି ସିଂହ କହିଛନ୍ତି, ଏହି ମଞ୍ଜିକୁ ନେଇ ଗୋଟିଏ ହେକ୍ଟରରେ ଚାଷ କଲେ ସମସ୍ତ ଖର୍ଚ୍ଚ ମିଶି ୫୦ ହଜାର ଟଙ୍କା ହେବ। ମାତ୍ର ୪୫ ଦିନରେ ଏହି ମଞ୍ଜି ଫଳ ଦେବ। ଏହି ନାମଧାରୀ-୪୨୬୬ ମଞ୍ଜିରେ କୌଣସି ରାସାୟନିକ ପ୍ରତିକ୍ରିୟା ନାହିଁ। ଯଦି ସେପ୍ଟେମ୍ୱର ଅକ୍ଟୋବରରେ ଏହି ବିଲାତି ଚାଷ କରାଯିବ ତାହେଲେ ଡିସେମ୍ୱରରୁ ଫେବୃଆରୀ ମଧ୍ୟରେ ଏହା ତୋଳି ହେବ।

Advertisment