ନୂଆ ଅମେରୁଦଣ୍ଡୀ ପ୍ରାଣୀ ମେଲାନୋକ୍ଲାମିସ୍ ବେଙ୍ଗଲେନସିସ୍‌ର ମିଳିଲା ସନ୍ଧାନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ଦ୍ୱାରା ଏକ ନୂତନ ଅମେରୁଦଣ୍ଡୀ ପ୍ରାଣୀ ମେଲାନୋକ୍ଲାମିସ୍ ବେଙ୍ଗଲେନସିସ୍‌ର ସନ୍ଧାନ ମିଳିଛି। ଏହି ନୂତନ ପ୍ରଜାତିର ହେଡ୍ ସିଲଡ଼ ସମୁଦ୍ର ସ୍ଲଗ୍ ଦିଘା ଏବଂ ଏହାର ନିକଟବର୍ତ୍ତୀ ସ୍ଥାନରୁ ମିଳିଛି। ଏନେଇ ଦିଘା ଭାରତୀୟ ପ୍ରାଣୀ ସର୍ଭେକ୍ଷେଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଡ. ପ୍ରସାଦ ଚନ୍ଦ୍ର ଟୁଡୁ, ଡ. ଶେଖ ସାଜନ, ଡ଼. ସୋମେନ ରୟ, ଡ. ଅମିତ ମୁଖପାଧ୍ୟାୟ, ଡ. ବାସୁଦେବ ତ୍ରିପାଠୀ ଏବଂ ଡ.  ଅନୀଲ […]

sea

sea

Niranjan Mishra
  • Published: Saturday, 26 November 2022
  • Updated: 26 November 2022, 05:12 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ଦ୍ୱାରା ଏକ ନୂତନ ଅମେରୁଦଣ୍ଡୀ ପ୍ରାଣୀ ମେଲାନୋକ୍ଲାମିସ୍ ବେଙ୍ଗଲେନସିସ୍‌ର ସନ୍ଧାନ ମିଳିଛି। ଏହି ନୂତନ ପ୍ରଜାତିର ହେଡ୍ ସିଲଡ଼ ସମୁଦ୍ର ସ୍ଲଗ୍ ଦିଘା ଏବଂ ଏହାର ନିକଟବର୍ତ୍ତୀ ସ୍ଥାନରୁ ମିଳିଛି। ଏନେଇ ଦିଘା ଭାରତୀୟ ପ୍ରାଣୀ ସର୍ଭେକ୍ଷେଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଡ. ପ୍ରସାଦ ଚନ୍ଦ୍ର ଟୁଡୁ, ଡ. ଶେଖ ସାଜନ, ଡ଼. ସୋମେନ ରୟ, ଡ. ଅମିତ ମୁଖପାଧ୍ୟାୟ, ଡ. ବାସୁଦେବ ତ୍ରିପାଠୀ ଏବଂ ଡ.  ଅନୀଲ ମହାପାତ୍ରଙ୍କ ଦ୍ୱାରା ଏହି ନୂଆ ସାମୁଦ୍ରିକ ପ୍ରାଣୀର ସନ୍ଧାନ କରାଯାଇଛି। ଡ. ଟୁଡୁ ଦିଘା ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ସଂସ୍ଥା ସାମୁଦ୍ରିକ ଆକ୍ୱାରିୟମ୍ ଏବଂ ଆଞ୍ଚଳିକ କେନ୍ଦ୍ରରେ, ଡ. ସାଜନ ଏବଂ ଡ. ମୁଖପାଧ୍ୟାୟ କୋଲକାତା ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ସଂସ୍ଥାରେ, ଡ. ରୟ କୋଲକାତା ସିଟି କଲେଜରେ, ଡ. ତ୍ରିପାଠୀ ପୁନେ ଭାରତର ପ୍ରାଣୀ ସର୍ଭେକ୍ଷଣ ସଂସ୍ଥା ପଶ୍ଚିମ ଆଞ୍ଚଳିକ କେନ୍ଦ୍ରରେ ଏବଂ ଡ. ମହାପାତ୍ର ପ୍ରାଣୀ ସର୍ଭେକ୍ଷଣ ସଂସ୍ଥା ଗୋପାଳପୁର ଇଶଚୁଆରାଇନ୍ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ରରେ ବୈଜ୍ଞାନିକ ଭାବେ କାମ କରନ୍ତି।

ପଶ୍ଚିମବଙ୍ଗ ଉପକୂଳର ବଖାଲି ସହିତ ଓଡ଼ିଶାର ଧାମରା କନିକା ଦ୍ୱୀପପୁଞ୍ଜରେ ଏହି ପ୍ରାଣୀ ଦେଖିବାକୁ ମିଳୁଛି। ଏହାର ନାମ ନିକଟବର୍ତ୍ତୀ ସ୍ଥାନରୁ ମିଳିଥିଲା। ଏହାର ସାଧାରଣ ନାମ ବଙ୍ଗୋପସାଗରର ହେଡ୍-ସିଲ୍ଡ ସାଗର ସ୍ଲଗ୍ ଭାବରେ ପ୍ରସ୍ତାବିତ ହୋଇଥିଲା। ଏହି ପ୍ରାଣୀ ହାନିକାରକ ନୁହେଁ।

ଭାରତୀୟ ପ୍ରାଣୀ ସର୍ଭେକ୍ଷେଣ ସଂସ୍ଥା କୋଲକାତାର ନିର୍ଦ୍ଦେଶକ ଡ. ଧ୍ରୀତୀ ବାନାର୍ଜୀ କହିଛନ୍ତି, ଏହି ନୂତନ ପ୍ରାଣୀ ସମ୍ପର୍କରେ ଗବେଷଣା କରିବାକୁ ପ୍ରାୟ ଏକ ଦଶନ୍ଧି ସମୟ ଲାଗିଛି। ବୈଜ୍ଞାନିକମାନେ ୨୦୧୦-୧୧ରୁ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ। ସାମୁଦ୍ରିକ ପ୍ରାଣୀ ପ୍ରଜାତିଗୁଡିକର ବାହ୍ୟ, ଏବଂ ଆଭ୍ୟନ୍ତରୀୟ ଶରୀରର ପ୍ରକାର ଭେଦର ବହୁ ପରୀକ୍ଷା ନିରୀକ୍ଷା ଏବଂ ସମ ପ୍ରଜାତି ସହ ତୁଳନା ପରେ ଏହା ନୂତନ ପ୍ରାଣୀ ବୋଲି ନିଶ୍ଚିତ କରାଯାଇଥିଲା।

ତତସହିତ ଏହି ପ୍ରାଣୀର DNA ବିଶ୍ଳେଷଣ ଇଶଚୁଆରାଇନ୍ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ର ପ୍ରାଣୀ ବିଜ୍ଞାନ ସର୍ଭେକ୍ଷଣ କେନ୍ଦ୍ର ଗୋପାଳପୁରରେ କରା ଯାଇଥିଲା। ଏହା ଏକ ଛୋଟ ପ୍ରାଣୀ। ଲମ୍ବ ପ୍ରାୟ ୧୪ ମିମି, କଳା ରଙ୍ଗ ଓ ଏହାର ମେରୁଦଣ୍ଡ ନାହିଁ। ସାଧାରଣତଃ ବାଲୁକା କୂଳରେ ଯିବା ଆସିବ ବେଳେ ସେମାନଙ୍କ ପଛରେ ଶରୀରର ଚିହ୍ନ ଛାଡି ଯାଆନ୍ତି।

ନଭେମ୍ବରରୁ ଜାନୁଆରୀ ମଧ୍ୟରେ ସେମାନଙ୍କର ପ୍ରଜନନ  ଦେଖାଯାଏ। ପଶ୍ଚିମବଙ୍ଗର ବଖାଲି ଠାରୁ ଓଡିଶାର କନିକା ଦ୍ୱୀପ ପର୍ଯ୍ୟନ୍ତ ପ୍ରାୟ ୨୯୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରକୂଳିଆ ଅଞ୍ଚଳରେ ସେମାନଙ୍କ ଗତିବିଧି ରେକର୍ଡ କରାଯାଇଛି । ଏହି ପ୍ରଜାତିର ନମୁନାଗୁଡିକ ଦୁଇଟି ଆଞ୍ଚଳିକ କେନ୍ଦ୍ରର ସଂଗ୍ରହାଳୟ ଏବଂ ଭାରତର ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣର ମୁଖ୍ୟାଳୟ ସମେତ କୋଲକାତା ଏବଂ ସାମୁଦ୍ରିକ ଆକ୍ୱାରିୟମ୍, ଆଞ୍ଚଳିକ କେନ୍ଦ୍ର ଦିଘା, ଇଶଚୁଆରାଇନ ବାୟୋଲୋଜି ଗୋପାଳପୁରରେ ଜମା କରାଯାଇଛି। ଏହି ପ୍ରଜାତିର ୧୭ ଟି ପ୍ରଜାତି ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଏବଂ ଏହି ପ୍ରଜାତିଗୁଡିକ ସାଧାରଣତଃ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ତାପମାତ୍ରା ଅଞ୍ଚଳରେ ବିତରଣ ହୁଏ ବୋଲି ଡ. ବାନାର୍ଜୀ କହିଛନ୍ତି।

ସେପଟେ ଥାଇଲ୍ୟାଣ୍ଡ ଗଲ୍ଫ ଅଞ୍ଚଳରୁ ମେଲାନୋକ୍ଲାମିସ୍ ପପିଲାଟା ମିଳିବା ପରେ ଏହା ହେଉଛି ଦ୍ୱିତୀୟ ପ୍ରକୃତ ଟ୍ରପିକାଲ୍ ପ୍ରଜାତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos