Advertisment

ଆସିଛି 'କୋଭିଡ୍ ବାନାନା', ଚିନ୍ତାରେ କଦଳୀ ଚାଷୀ

ନୂଆଦିଲ୍ଲୀ: କରେନା ଭାଇରସ ପାଇଁ ସମଗ୍ର ବିଶ୍ୱର ମାନବ ଜାତି ଏବେ ଦହଗଞ୍ଜ ହେଉଛି। ସ୍ଥିତିରେ ଏଯାବତ କୌଣସି ସୁଧାର ଆସିନାହିଁ। ଏହି ସମୟରେ ଆଉ ଏକ କୀଟାଣୁ ଆକ୍ରମଣ କରିଛି। ଯାହାକି କଦଳୀ ଚାଷକୁ ପ୍ରଭାବିତ କରୁଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ଏହି କୀଟାଣୁର ନାମ ‘ଫ୍ୟୁଜେରିୟମ୍ ଓ୍ୱିଲ୍ଟ ଟିଆର4’। ଏହାକୁ ବୈଜ୍ଞାନିକ ମାନେ କଦଳୀ ଗଛକୁ ଟାର୍ଗେଟ୍ କରୁଥିବା କରୋନା ଭାଇରସ ବୋଲି କହୁଛନ୍ତି। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆସିଛି 'କୋଭିଡ୍ ବାନାନା', ଚିନ୍ତାରେ କଦଳୀ ଚାଷୀ

banana covid

ନୂଆଦିଲ୍ଲୀ: କରେନା ଭାଇରସ ପାଇଁ ସମଗ୍ର ବିଶ୍ୱର ମାନବ ଜାତି ଏବେ ଦହଗଞ୍ଜ ହେଉଛି। ସ୍ଥିତିରେ ଏଯାବତ କୌଣସି ସୁଧାର ଆସିନାହିଁ। ଏହି ସମୟରେ ଆଉ ଏକ କୀଟାଣୁ ଆକ୍ରମଣ କରିଛି। ଯାହାକି କଦଳୀ ଚାଷକୁ ପ୍ରଭାବିତ କରୁଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ଏହି କୀଟାଣୁର ନାମ ‘ଫ୍ୟୁଜେରିୟମ୍ ଓ୍ୱିଲ୍ଟ ଟିଆର4’। ଏହାକୁ ବୈଜ୍ଞାନିକ ମାନେ କଦଳୀ ଗଛକୁ ଟାର୍ଗେଟ୍ କରୁଥିବା କରୋନା ଭାଇରସ ବୋଲି କହୁଛନ୍ତି।

Advertisment

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି କୀଟାଣୁର ପ୍ରଭାବ ଏବେ ଭାରତ ଉପରେ ପଡ଼ିବାକୁ ଯାଉଛି। ତାଇଓ୍ୱାନରେ ଏହି କୀଟାଣୁ ପ୍ରଥମେ ଚିହ୍ନଟ ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏବେ ଏହି କୀଟାଣୁ ମଧ୍ୟ ଏସିଆରୁ ପୂର୍ବ ଦେଶ, ଆଫ୍ରିକା ପରେ ଆମେରିକାରେ ପହଞ୍ଚିଛି।

ଏହି କୀଟାଣୁ ପ୍ରଥମେ କଦଳୀ ଗଛର ପତ୍ର ଜରିଆରେ ନିଜର ପ୍ରଭାବ ବିସ୍ତାର କରିଥାଏ। ଏହାପରେ କଦଳୀ ଗଛକୁ ଏହି ଭାଇରସ ପ୍ରଭାବିତ କରିଥାଏ। ଏହାଦ୍ୱାରା କଦଳୀ ଗଛର ପତ୍ର ହଳିଦିଆ ହୋଇ ଶୁଖିକି ମରିଯାଏ। ସବୁଠାରୁ ବଡ଼ କଥା ହେଲା ଏହି ଫ୍ୟୁଜେରିୟମ୍ ଓ୍ୱିଲ୍ଟ ଟିଆର4’କୁ ରୋକିବା ପାଇଁ ଏଯାବତ କୌଣସି କୀଟନାଶକ ବାହାରି ନାହିଁ।

Advertisment

ତାମିଲନାଡୁ ତ୍ରିଚି ସ୍ଥିତ ନେଶନାଲ ରିସର୍ଚ୍ଚ ସେଣ୍ଟର ଫର୍ ବାନାନା (ଏନଆରସିବି)ର ନିର୍ଦ୍ଦେଶକ ଏସ୍ ଉମା କହିଛନ୍ତି, ଏହି କୀଟାଣୁ ଗଛ ଲତାଙ୍କ ପାଇଁ କରୋନା ଭାଇରସ ସଦୃଶ। ଏବେ ବିହାର ଏବଂ ଉତ୍ତର ପ୍ରଦେଶର ଏହି କୀଟାଣୁ ହଟସ୍ପଟ ରହିଛି। ଏହି କୀଟାଣୁକୁ ଟେଷ୍ଟ କରିବା ପାଇଁ ପ୍ରୟାସ ଚାଲିଛି।

ସେହିପରି ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ କହିଛି, ଗଛ ପାଇଁ ଟିଆର4 କୀଟାଣୁ ସବୁଠାରୁ ବିପଦ ଜନକ। ଏହି କୀଟାଣୁକୁ ରୋକିବା ପାଇଁ କ୍ୱାରେଣ୍ଟାଇନ୍ ଭଳି ନୀତି ଆପଣାଯାଉଛି। ଏହି କୀଟାଣୁ ପାଇଁ ବିଶ୍ୱରେ ୨୬ ବିଲିଅନ୍ ଡଲାରର ବ୍ୟବସାୟ ନଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଫ୍ୟୁଜେରିୟମ୍ ଓ୍ୱିଲ୍ଟ ପ୍ରଥମେ ୧୯୫୦ରେ ଦେଖାଯାଇଥିଲା। ସେତେବେଳେ ଏହି କୀଟାଣୁ କୌଣସି ପ୍ରକାରେ ରୋକ୍ ଲାଗିଥିଲା। ଏବେ ଏହା ପୁଣିଥରେ ସେହି କୀଟାଣୁ ବିକଶିତ ହୋଇ ବିସ୍ତାର କରିଛି ବୋଲି କୁହାଯାଉଛି।